ସନିଙ୍କ ସହିତ ଡ୍ୟାନ୍ସ କରି ଧମାଲ ମଚାଇଲେ ବ୍ରାଭୋ, ଚାମ୍ପିୟନ ଗୀତରେ କଲେ ଡ୍ୟାନ୍ସ

କ୍ରିକେଟ ମଇଦାନରେ ୱେଷ୍ଟଣ୍ଡିଜ ଖେଳାଳୀ ଏପରି କାମ କରନ୍ତି, ଯାହାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେଣୁ ସେ କ୍ରିସ୍‌ ଗେଲ ହୁଅନ୍ତୁ ଅବା ପୋଲାର୍ଡ । ସବୁବେଳେ ସେମାନଙ୍କର କିଛି ନା କିଛି ଭିଡିଓ ଭାଇରାଲ ହେଉଥାଏ। ଆଇପିଏଲ୍‌ ସମୟରେ ଆପଣ ଡେଓ୍ଵନ ବ୍ରାଭୋଙ୍କ ଗୀତ ଏବଂ ଡ୍ୟାନ୍ସ ନିଶ୍ଚିତ ଦେଖିଥିବେ। ପୁଣି ଥରେ ଏହି ଭିଡିଓ ସୋସିଆଲ ମିଡିଆରେ ଧମାଲ କରୁଛି। ତାହା ପୁଣି ଏକା ବ୍ରାଭୋଙ୍କ ନୁହନ୍ତି ବରଂ ବଲିଉଡ ଅଭିନେତ୍ରୀ ସନି ଲିଓନ ମଧ୍ୟ ରହିଛନ୍ତି।

ଏହାସହ ପଢ଼ନ୍ତୁ ; ପୁଣି ହସାଇବେ ରୋହିତ, ପରଦାକୁ ଆସିବ ‘ଗୋଲମାଲ୍‌ ୫’


ଏହି ଭିଡିଓରେ ସନି ଲିଓନ ଏବଂ ଡେଓ୍ଵନ ବ୍ରାଭୋଙ୍କ ସହିତ ଜଣାଶୁଣା ଚାମ୍ପିୟନ ଗୀତରେ ଦୁଇ ଜଣ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ସେହି ଭିଡିଓକୁ ବ୍ରାଭୋ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ନିକଟରେ ସନବର୍ଣ୍ଣ ଫେଷ୍ଟିଭାଲରେ ଦୁହେଁ ମଞ୍ଚ ଉପରେ ଧମାକାଦାର ଡ୍ୟାନ୍ସ କରିଥିଲେ। ଏହି ଭିଡିଓକୁ ଦର୍ଶକେ ବେଶ୍‌ ପସନ୍ଦ କରିବା ସହ କମେଣ୍ଟ ମଧ୍ୟ ଦେଇଛନ୍ତି। ସୂଚନାଯୋଗ୍ୟ, ସନି ଏବେ ଏମ୍‌ଟିଭି ସ୍ଲିଟଭିଲ୍ଲା ଶୋ ହୋଷ୍ଟ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.