Below header

ଦୃଢ଼ ଇଚ୍ଛାଶକ୍ତିକୁ ସଲାମ୍‌: ଦୁର୍ଲ୍ଲଭ ରୋଗରେ ପୀଡ଼ିତ ଥାଇ ବି ଅକ୍ସିଜେନ୍‌ ସିଲିଣ୍ଡର ଲଗାଇ ଦେଲେ IAS ପରୀକ୍ଷା!

କେରଳର ଥିରୁଅନନ୍ତପୁରମ୍‌ରେ ଏକ ଆବେଗଭରା ଘଟଣା ସାମ୍ନାକୁ ଆସିଛି। IAS ହେବାର ସ୍ୱପ୍ନ ଦେଖୁଥିବା ଜଣେ ଯୁବତୀ ଅକ୍ସିଜେନ୍‌ ସିଲିଣ୍ଡର ସହ ପରୀକ୍ଷା ହଲ୍‌ରେ ପରୀକ୍ଷା ଦେଇଛନ୍ତି। କୋଟ୍ଟାୟମ୍‌ରେ ରହୁଥିବା ୨୪ ବର୍ଷୀୟା ଏହି ଯୁବତୀ ହେଉଛନ୍ତି ଲତିଶା ଅଂସାରୀ। ସେ ଏକ ଦୁର୍ଲ୍ଲଭ ରୋଗରେ ପୀଡ଼ିତ। ଏହା ସତ୍ତ୍ୱେ ଲୋକସେବା ସଂଘ ଆୟୋଗ ଦ୍ୱାରା ସଞ୍ଚାଳିତ ପ୍ରାରମ୍ଭିକ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଦେବାକୁ ଲତିଶା ଆଶା ରଖିଥିଲେ।

IAS2

ଏହାସହ ପଢ଼ନ୍ତୁ: ପରିସ୍ଥିତି କରିଦେଲା ଅନାଥ, ୧୦ ବର୍ଷର ଶିଶୁ ନିଜେ ଚାଷ କରି ପୋଷୁଛି ପେଟ

ଲତିଶାଙ୍କ ଦୃଢ଼ ଇଚ୍ଛାଶକ୍ତିକୁ ନଜରରେ ରଖି କୋଟ୍ଟାୟମ୍‌ ଜିଲାପାଳ ପିଆର୍‌ ସୁଧୀର ବାବୁ ପରୀକ୍ଷା କେନ୍ଦ୍ରରେ ତାଙ୍କୁ ପୋର୍ଟେବଲ୍‌ ଅକ୍ସିଜେନ୍‌ କନ୍‌ସେଷ୍ଟ୍ରେଶନ ମାଗଣାରେ ଉପଲବ୍ଧ କରାଇଥିଲେ। ଲତିଶା ଜନ୍ମରୁ ହିଁ ଟାଇପ୍‌-୨ ଅଷ୍ଟିଓଜେନେସିସ୍‌ ଇମ୍ପରଫେଷ୍ଟା (ହାଡ଼ ନିର୍ଦ୍ଦିଷ୍ଟ ରୂପରେଖ ନ ପାଇବା ଏବଂ ଦୁର୍ବଳ ହୋଇଯିବା) ରୋଗରେ ଆକ୍ରାନ୍ତ। ଏହାସହ ଗତ ୧ ବର୍ଷ ହେବ ସେ pulmonary hypertensionରେ ବି ପୀଡ଼ିତ। ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବାରୁ ତାଙ୍କୁ ଆକ୍ସିଜେନ୍‌ ନେବାର ଆବଶ୍ୟକତା ପଡ଼ିଥାଏ। ତଥାପି ଏଭଳି ସ୍ଥିତିରେ ସେ ନିଜର IAS ହେବାର ସ୍ୱପ୍ନକୁ ପୂରଣ କରିବାକୁ ଚାହିଁଥିଲେ।

IAS

ଏହାସହ ପଢ଼ନ୍ତୁ: ଜୀବନ ନେଉଛି ବିଶ୍ୱସ୍ତ ଜୀବ, ଶିଶୁକୁ କାମୁଡ଼ି କାମୁଡ଼ି ଲହୁଲୁହାଣ କରୁଥିବା କୁୁକୁରର ଭିଡିଓ ଭାଇରାଲ

ଜେନେଟିକ୍‌ ଡିସ୍‌ଅର୍ଡରରେ ଆକ୍ରାନ୍ତ ପିଲାମାନଙ୍କ ପାଇଁ କାମ କରୁଥିବା ଏକ ସଂସ୍ଥାର ଜଣେ ଅଧିକାରୀ ଲତା ନାୟର କହିଛନ୍ତି, ଲତିଶାଙ୍କ ଭଳି ପରୀକ୍ଷାର୍ଥୀଙ୍କୁ UPSC ଦ୍ୱାରା ଉତ୍ତମ ସୁବିଧା ଉପଲବ୍ଧ କରାଯିବା କଥା। ତାଙ୍କର ମେଡିକାଲ ଚିକିତ୍ସା ପାଇଁ ପ୍ରତ୍ୟେକ ମାସରେ ପାଖାପାଖି ୨୫,୦୦୦ ଟଙ୍କା ଆବଶ୍ୟକ ପଡ଼ିଥାଏ। UPSC ସାରା ଦେଶର ୭୨ଟି ସହରରେ ରବିବାର ପ୍ରାରମ୍ଭିକ ସିଭିଲ୍‌ ସର୍ଭିସ୍‌ ସେବା ପରୀକ୍ଷା ଆୟୋଜନ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.