ସୋର: ହଜିଗଲା ମାନବିକତା, ରୋଗୀଙ୍କୁ ବେଡରେ ପକାଇ ଦୁଇ ହାତ ବାନ୍ଧି ଦେଲେ ସୁରକ୍ଷା କର୍ମୀ

ସୋର (କେନ୍ଯୁଜ୍) : ହଜିଗଲା ମାନବିକତା । ଦୁର୍ଘଟଣା ଗ୍ରସ୍ଥ ରୋଗୀଙ୍କୁ ବେଡରେ ପକାଇ ଦୁଇ ହାତ ବାନ୍ଧି ଦେଲେ ସୁରକ୍ଷା କର୍ମୀ । ବାଲେଶ୍ୱର ଜିଲ୍ଲା ସୋର ଡାକ୍ତରଖାନାରେ ଏହି ଅମାନବୀୟ ଘଟଣା ଦେଖିବାକୁ ମିଳିଛି । କିଛିଦିନ ପୂର୍ବରୁ ଜଣେ ଦୁର୍ଘଟଣାଗ୍ରସ୍ଥ ବ୍ୟକ୍ତି ଚିକିତ୍ସା ପାଇଁ ସୋର ମେଡିକାଲକୁ ଆସିଥିଲେ । ବ୍ୟକ୍ତି ଜଣକ ଗୁରୁତର ଥିବାରୁ ଠିକରେ କଥା କହି ପାରୁ ନଥିଲେ । ଫଳରେ ମେଡିକାଲର ସିକ୍ୟୁରିଟି ଗାର୍ଡ ବ୍ୟକ୍ତି ଜଣଙ୍କୁ ଉଠାଇ ନେବା ପରେ ବେଡରେ ପକାଇ ଦୁଇ ହାତକୁ ବାନ୍ଧି ଦେଇଥିଲେ । ତେବେ ଜଣେ ରୋଗୀଙ୍କ ପ୍ରତି ଏଭଳି ଆଚରଣକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.