Below header

ଭାରତୀୟ କ୍ରିକେଟ୍‌ରେ ଏମିତି ଏକ ଘଟଣା, ଯେତେବେଳେ ଦ୍ରାବିଡ଼ଙ୍କ ଉପରେ ରାଗି ସଚିନ୍‌ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ

କ୍ରକେଟ୍‌ର ଭଗବାନ ବୋଲି କୁହାଯାଏ ସଚିନ ତେନ୍ଦୁଲକରଙ୍କୁ । ଆଉ ‘ଦି ଓ୍ଵାଲ’ ଭାବେ ପରିଚିତ ରାହୁଲ ଦ୍ରାବିଡ଼ । ଜଣେ ଆକ୍ରମଣାତ୍ମକ ବ୍ୟାଟ୍‌ସମ୍ୟାନ୍‌ ଆଉ ଜଣେ ଧୈର୍ଯ୍ୟର ସହ ଓ୍ଵିକେଟ୍‌ରେ ରହି ଲମ୍ବା ଇନିଂସ୍‌ ଖେଳିବାରେ ଧୁରନ୍ଧର । ଉଭୟ ଶାନ୍ତ ମଣିଷ । ହେଲେ ଦ୍ରାବିଡ଼ ଅଧିକ ଶାନ୍ତ ଓ ଅତି ଭଦ୍ର । ଉଭୟ ଖେଳାଳିଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ବହୁତ ଭଲ । ତେବେ ଦ୍ରାବିଡ଼ ଅଧିନାୟକ ଥିବା ବେଳେ ଏଭଳି ଏକ ଘଟଣା ଘଟିଥିଲା ଯେଉଁଥି ପାଇଁ ଦ୍ରାବିଡ଼ଙ୍କ ଉପରେ ତେନ୍ଦୁଲକର ଖୁବ୍‌ ରାଗି ଯାଇଥିଲେ । ଏମିତିକି ବେଶ୍‌ କିଛି ଦିନ ଧରି ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ମଧ୍ୟ ବନ୍ଦ ହୋଇ ଯାଇଥିଲା ।

DRAVID-1
ଆସନ୍ତୁ ଜାଣିବା ସେହି ପୁରୁଣା କଥାଟି କଣ ଥିଲା । ୨୦୦୪ ମସିହାରେ ଭାରତୀୟ ଦଳ ଟେଷ୍ଟ ସିରିଜ୍‌ ଖେଳିବାକୁ ପାକିସ୍ତାନ ଯାଇଥିଲା । ମୁଲତାନରେ ଚାଲିଥିଲା ଟେଷ୍ଟ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଓପ୍ନର ବୀରେନ୍ଦ୍ର ସେହବାଗ ଟ୍ରିପଲ ସେଞ୍ଚୁରୀ ମାରିଥିଲେ । ତେଣୁ ଭାରତୀୟଙ୍କ ପାଇଁ ଇଏ ଥିଲା ଏକ ଅଭୁଲା ମ୍ୟାଚ୍‌ । ତେବେ ଏହି ମ୍ୟାଚ୍‌ରେ ସଚିନତ ତେନ୍ଦୁଲକର ମଧ୍ୟ ଶତକ କରିଥିଲେ ଏବଂ ଦ୍ୱିଶତକ ଠାରୁ ଆଉ ମାତ୍ର ୬ ରନ୍‌ ଦୂରରେ ଥିବା ବେଳେ ଦ୍ରାବିଡ଼ ପାଳି ଘୋଷଣା କରିଦେଲେ । ଏହି ମ୍ୟାଚ୍‌ରେ ଯୁବରାଜ ସିଂହ ଅର୍ଦ୍ଧଶତକ କରି ଆଉଟ୍‌ ହେବା ପରେ ଦ୍ରାବିଡ଼ ପାଳି ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ । କାରଣ ସମସ୍ତେ ଭାବୁଥିଲେ ତେନ୍ଦୁଲକର ଦ୍ୱିଶତକ କରିବା ପରେ ହିଁ ଦ୍ରାବିଡ଼ ପାଳି ଘୋଷଣା କରିବେ ।

ତେଣୁ କେବଳ ଦର୍ଶକ କି କମେଣ୍ଟେଟର ନୁହନ୍ତି, ନିଜେ ତନ୍ଦୁଲକର ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । କାରଣ ଆଉ ମାତ୍ର ୬ ରନ୍‌ କରିଥିଲେ ସେ ଡବଲ୍‌ ସେଞ୍ଚୁରୀରେ ପହଞ୍ଚିଥାନ୍ତେ । ତେଣୁ ଦ୍ରାବିଡ଼ଙ୍କ ଏଭଳି କାମରେ ଭୀଷଣ ବିରକ୍ତ ହୋଇଥିଲେ ସଚିନ୍‌ । ଯଦିଓ ଦଳର ସ୍ଥିତିକୁ ଦେଖି ଦ୍ରାବିଡ଼ ଏଭଳି କରିଥିଲେ ହେଲେ ଦ୍ୱିଶତକରୁ ବଞ୍ଚିତ ହେବା ଯୋଗୁଁ ତେନ୍ଦୁଲକରଙ୍କୁ ଭାରି ଖରାପ ଲାଗିଥିଲା । ସୂଚନା ଅନୁସାରେ ସେ ଦ୍ରବିଡ଼ଙ୍କ ସହ ଅନେକ ଦିନ ଧରି କଥାବାର୍ତ୍ତା କରିନଥିଲେ ।

SACHINଯଦିଓ ଏହି ମ୍ୟାଚ୍‌ରେ ଭାରତ ଏକ ଇନିଂସ୍‌ ଓ ୫୨ ରନ୍‌ରେ ଅତି ଶୋଚନୀୟ ଭାବେ ପାକିସ୍ତାନକୁ ହରାଇ ବଡ଼ ବିଜୟ ହାସଲ କରିଥିଲା ତଥାପି ସଚିନ୍‌ଙ୍କ ମନରେ ଦ୍ୱିଶତକରୁ ବଞ୍ଚିତ ହେବାର ଦୁଃଖ ରହିଗଲା । ନଚେତ ତାଙ୍କ କ୍ୟାରିୟରରେ ୬ଟି ଦ୍ୱିଶତକ ହୋଇଥାନ୍ତା । ଅବଶ୍ୟ ପରବର୍ତ୍ତୀ ସମୟରେ ସଚିନ୍‌ କହିଥିଲେ ଯେ ଦଳରେ ଏଭଳି ରାଗଋଷା ଓ ମତ ପାର୍ଥକ୍ୟ ହୁଏ । ତେବେ ପରେ ସେ ସବୁର ସମାଧାନ ମଧ୍ୟ ହୋଇଯାଏ ।

ଓ୍ଵାର୍ଣ୍ଣରଙ୍କ ପାଇଁ ସମାଲୋଚିତ ହେଉଛନ୍ତି ଅଧିନାୟକ ଟିମ୍‌ ପେନ୍‌

ଏବେ ଠିକ୍‌ ସେହିଭଳି ଘଟିଛି ଅଷ୍ଟ୍ରେଲିଆ ବନାମ ପାକିସ୍ତାନ ପିଙ୍କ୍‌ ବଲ୍‌ ଟେଷ୍ଟ ମ୍ୟାଚ୍‌ରେ । ଏଥିରେ ଅଷ୍ଟ୍ରେଲିଆ ବ୍ୟାଟ୍‌ସମ୍ୟାନ୍‌ ଡେଭିଡ୍‌ ଓ୍ଵାର୍ଣ୍ଣର ୩୩୫ ରନ୍‌ କରି ଖେଳିଥିବା ବେଳେ ଅଧିନାୟକ ଟିମ୍‌ ପେନ୍‌ ପାଳି ଘୋଷଣା କରିଦେଲେ । ଯାହାଫଳରେ ଓ୍ଵାର୍ଣ୍ଣର େଓ୍ଵଷ୍ଟଇଣ୍ଡିଜ୍‌ର ବ୍ରାଏନ୍‌ ଲାରାଙ୍କ ସର୍ବାଧିକ ଟେଷ୍ଟ ସ୍କୋର ରେକର୍ଡ଼କୁ ଭାଙ୍ଗି ପାରିଲେ ନାହିଁ । ଏଥିପାଇଁ ଟିମ୍‌ ପେନ୍‌ଙ୍କୁ ଅନେକ ସମାଲୋଚନାର ସାମନା କରିବାକୁ ପଡ଼ିଛି ।

WARNER

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.