ଶେଷରେ ଜଣାପଡ଼ିଲା, ଏହି ସୁପରଷ୍ଟାର୍‌ଙ୍କ ନାଁରେ ସିନ୍ଦୂର ଲଗାନ୍ତି ରେଖା!

ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ରେଖାଙ୍କ ବିବାହ ବିଷୟରେ ଏକ ଆଶ୍ଚଯ୍ୟର୍ଜନକ କଥାର ଖୁଲାସା ହୋଇଛି। ପ୍ରାୟତଃ ସବୁ ପାର୍ଟି କିମ୍ବା ଇଭେଣ୍ଟରେ ରେଖା ମଥାରେ ସିନ୍ଦୂର ଲଗାଉଥିବାର ନଜର ଆସିଥାଆନ୍ତି। କିନ୍ତୁ ଏ ପଯ୍ୟର୍ନ୍ତ ଏହି ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ।

ଏହାସହ ପଢ଼ନ୍ତୁ: ମହିଳା ଡାକ୍ତରଙ୍କ ସହିତ ହୋଇଥିବା ପାଶବିକତାରେ ବଲିଉଡ୍‌ କାଳକାର ବି ସ୍ତବ୍ଧ ! ଅନେକ କଳାକାର ଦେଲେ ଏଭଳି ପ୍ରତିକ୍ରିୟା

re3

ୟାସିନ୍‌ ଉସମାନ୍‌ ନିଜ ପୁସ୍ତକ ‘ରେଖା: ଦ ଅନ୍‌ଟୋଲ୍ଡ ଷ୍ଟୋରୀ’ରେ ରେଖାଙ୍କ ଏହି ସିନ୍ଦୂରର ରାଜ୍‌ରୁ ପରଦା ଉଠାଇଛନ୍ତି। ଏଥିରେ ସେ ଲେଖିଛନ୍ତି, ରେଖା ଅଭିନେତା ସଞ୍ଜୟ ଦତ୍ତଙ୍କ ନାଁରେ ନିଜ ମଥାରେ ସିନ୍ଦୂର ଲଗାଇଥାଆନ୍ତି। ସେ ଆଉ ମଧ୍ୟ ଲେଖିଛନ୍ତି ଯେ ରେଖା ଏବଂ ସଞ୍ଜୟ ଦତ୍ତ ଲୁଚିଛପି ବିବାହ କରିଥିଲେ।

ସ୍ୱାମୀ ବିନୋଦ ମେହେରାଙ୍କ ମୃତ୍ୟୁ ପରେ ରେଖା ଓ ସଞ୍ଜୟ ଦତ୍ତଙ୍କ ମଧ୍ୟରେ ସମ୍ପର୍କ ବଢ଼ିଯାଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ରେଖା ଏକପ୍ରକାର ଭାଙ୍ଗିପଡ଼ିଥିଲେ। ସେ ଏବଂ ସଞ୍ଜୟ ଦତ୍ତ ଫିଲ୍ମ ‘ଜମିନ୍‌ ଆସ୍‌ମାନ’ରେ ଏକାଠି କାମ କରିଥିଲେ। ଫିଲ୍ମ ଶୁଟିଂ ସମୟରେ ଦୁହେଁ ଏକାଠି ମିଶି ରହିବାକୁ ଲାଗିଲେ।

rekha2

ଏହାସହ ପଢ଼ନ୍ତୁ: ବିବାଦରେ ଫିଲ୍ମ ‘କମାଣ୍ଡୋ ୩’, ଫିଲ୍ମର ଏହି ସିନ୍‌କୁ ନେଇ ସୋସିଆଲ ମିଡିଆରେ ଝଡ଼

ୟାସିନ୍‌ ପୁସ୍ତକରେ ଲେଖିଛନ୍ତି, ଏହି ସମୟରେ ସେମାନେ ବିବାହ ମଧ୍ୟ କରିନେଇଥିଲେ। କିନ୍ତୁ ଏ ବିଷୟରେ କାହାକୁ ଜଣା ନ ଥିଲା। କିନ୍ତୁ ଯେବେ ଦୁଇଜଣଙ୍କ ବିବାହର ଖବର ସୁନିଲ୍‌ ଦତ୍ତଙ୍କୁ ଜଣାପଡ଼ିଥିଲା, ସେବେ ସେ ସଞ୍ଜୟ ଦତ୍ତଙ୍କ ବିବାହ ରୁଚା ଶର୍ମାଙ୍କ ସହ କରାଇ ଦେଇଥିଲେ। କହି ରଖୁଛୁ କି, ରେଖା ସଞ୍ଜୟ ଦତ୍ତଙ୍କଠାରୁ ବୟସରେ ୫ ବର୍ଷ ବଡ଼ ହେବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.