ଚତୁର୍ଥ ଦିନରେ ଜନ୍ତରମନ୍ତରରେ ଜାରି ରହିଛି କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନ

ଚତୁର୍ଥ ଦିନରେ ଜନ୍ତରମନ୍ତରରେ ଜାରି ରହିଛି କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନ। ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ଦାବିରେ ଆନ୍ଦୋଳନ କରୁଛନ୍ତି କୁସ୍ତି ଯୋଦ୍ଧା । ଆଜି ରାସ୍ତାରେ ସେମାନେ ବ୍ୟାୟାମ ଓ ଅଭ୍ୟାସ କରିଛନ୍ତି ।

ନୂଆଦିଲ୍ଳୀ :  ଚତୁର୍ଥ ଦିନରେ ଜନ୍ତରମନ୍ତରରେ ଜାରି ରହିଛି କୁସ୍ତି ଯୋଦ୍ଧାଙ୍କ ଆନ୍ଦୋଳନ। ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ଦାବିରେ ଆନ୍ଦୋଳନ କରୁଛନ୍ତି କୁସ୍ତି ଯୋଦ୍ଧା । ଆଜି ରାସ୍ତାରେ ସେମାନେ ବ୍ୟାୟାମ ଓ ଅଭ୍ୟାସ କରିଛନ୍ତି ।

ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ଭିନେଶ ଫୋଗଟଙ୍କ ସମେତ ୭ଜଣ ମହିଳା ଖେଳାଳି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ପିଏସ ନରସିହ୍ମନଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏଫଆଇଆର ରୁଜୁ ପାଇଁ ଖେଳାଳିଙ୍କ ଦାବି ଉପରେ ଦିଲ୍ଲୀ ସରକାର ଓ ଦିଲ୍ଲୀ ପୋଲିସକୁ ଜବାବ ତଲବ କରିଛନ୍ତି। ୨୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। କୁସ୍ତି ଯୋଦ୍ଧାଙ୍କ ଧାରଣାକୁ କଂଗ୍ରେସ ଓ ଆପ୍‌ ସମର୍ଥନ କରିଛି