୪୦ ଲକ୍ଷ ୨ଜଣ ଭୂତଙ୍କ ସଭାପତି ଏବେ ଜେଲରେ, ପୋଲିସକୁ ଚକ୍‌ମା ଦେବାରେ ମାହିର ଥିଲା

୪ଲକ୍ଷ ୨ଜଣ ଭୂତଙ୍କ ସଭାପତି କହି କିଛିଦିନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ଜଣେ ବ୍ୟକ୍ତିଙ୍କୁ ଖୋର୍ଦ୍ଧା ସଦର ଥାନା ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ସ୍ଥାନୀୟ ନନ୍ଦପୁର ଗାଁର ବିପିନ କୁମାର ରାଉତରାୟ । ବିପିନଙ୍କ ନାଁରେ ଜିଆର ୫୧/୨୦୧୩, ଜିଆର ୬୦୯/୨୦୧୬ ଭଳି ୩ଟି ୱାରେଣ୍ଟ ରହିଥିଲା ।୪ଲକ୍ଷ ୨ଜଣ ଭୂତଙ୍କ ସଭାପତି କହି କିଛିଦିନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ଜଣେ ବ୍ୟକ୍ତିଙ୍କୁ ଖୋର୍ଦ୍ଧା ସଦର ଥାନା ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ସ୍ଥାନୀୟ ନନ୍ଦପୁର ଗାଁର ବିପିନ କୁମାର ରାଉତରାୟ । ବିପିନଙ୍କ ନାଁରେ ଜିଆର ୫୧/୨୦୧୩, ଜିଆର ୬୦୯/୨୦୧୬ ଭଳି ୩ଟି ୱାରେଣ୍ଟ ରହିଥିଲା ।

ଖୋର୍ଦ୍ଧା(କେନ୍ୟୁଜ୍):  ବନ୍ଧା ହେଲେ ଭୂତଙ୍କ ସଭାପତି । ୪୦ଲକ୍ଷ ୨ଜଣ ଭୂତଙ୍କ ସଭାପତି କହି କିଛିଦିନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ଜଣେ ବ୍ୟକ୍ତିଙ୍କୁ ଖୋର୍ଦ୍ଧା ସଦର ଥାନା ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ସ୍ଥାନୀୟ ନନ୍ଦପୁର ଗାଁର ବିପିନ କୁମାର ରାଉତରାୟ । ବିପିନଙ୍କ ନାଁରେ ଜିଆର ୫୧/୨୦୧୩, ଜିଆର ୬୦୯/୨୦୧୬ ଭଳି ୩ଟି ୱାରେଣ୍ଟ ରହିଥିଲା । ବିପିନ ପୋଲିସକୁ ଚକ୍‌ମା ଦେବାରେ ମାହିର ହୋଇଥିବା ବେଳେ ତାଙ୍କୁ ଗିରଫ କରିବାରେ ସଦର ପୋଲିସକୁ ସଫଳତା ମିଳିଛି । ଗତକାଲି ବିପିନ ଅପରାହ୍ନରେ ନନ୍ଦପୁର ଆସିଥିବାବେଳେ ପୋଲିସ ତାଙ୍କୁ ସେଠାରୁ ଗିରଫ କରିଥିବା ଥାନା ଅଧିକାରୀ ବିଦିତା ନାୟକ ସୂଚନା ଦେଇଛନ୍ତି ।

ବଗଳା ମୁଖୀ ସାଧକ ଓ ଭୁତ ଗପ କହି କହି ବିପିନ କୁମାର ରାଉତରାୟ ସୋସିଆଲ ମିଡିଆରେ କିଛିଦିନ ହେବ ଚର୍ଚ୍ଚାରେ ରହିଥିଲେ । ଏମିତିକି ଭୂତ ନାଁରେ ଆଇମା କାହାଣି କହି ନିଜକୁ ଭୁତମାନଙ୍କ ସଭାପତି କହୁଥିଲେ । ମଶାଣୀ ଭିତରେ ୧୫ମିନିଟ ମନ୍ତ୍ର ପଢିବା ପରେ ୪୦ଲକ୍ଷ ଭୁତ ଆସିଲେ । ଭୁବନେଶ୍ୱରକୁ ୪୫ମିନିଟ ପାଇଁ ଅନ୍ଧାର କରିଥିଲି । ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ ପ୍ରେତାତ୍ମା ଆସି ତାଙ୍କୁ ସାହାଯ୍ୟ ମାଗିବା କହି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିଲେ । ଭୁତ ବାହାନାରେ ଜଣେ ବ୍ୟକ୍ତିଙ୍କ ଚରିତ୍ର ସଂହାର କରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଥିବା ବେଳେ ୱାରେଣ୍ଟରେ ଥିବା ଆଜି ଭୁତ ସଭାପତି ବିପିନକୁ ଗିରଫ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.