Below header

ଦେଶର ମାହୋଲ ବିଗାଡ଼ିବାକୁ ଚାଲିଛି ଷଡ଼ଯନ୍ତ୍ର, ଲୋକଙ୍କ ନିକଟକୁ ଆସୁଛି ଧମକପୂର୍ଣ୍ଣ ଫୋନ୍‌ କଲ

ଅଗଷ୍ଟ ୧୫ ଅବସରରେ ଦେଶର କେତେକ ସହରର ଲୋକଙ୍କ ନିକଟକୁ ଧମକପୂର୍ଣ୍ଣ କଲ୍‌ ଆସୁଛି। ଏହି ମାମଲାରେ ଏବେ ଯାଏଁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ମଧ୍ୟ ଏକ ମାମଲା ରୁଜୁ କରିଛି। ଦିଲ୍ଲୀ ପୋଲିସ ଦେଶଦ୍ରୋହ ଓ ଷଡ଼ଯନ୍ତ୍ର ରଚିବା ତଥା ଦେଶର ମାହୋଲ ଖରାପ କରିବା ଭଳି ଅଭିଯୋଗରେ ଏକ ମାମଲା ରୁଜୁ କରିଛି। ସ୍ପେଶାଲ ସେଲ ତରଫରୁ ମାମଲା ରୁଜୁ ହେବା ପରେ କେତେକ ନମ୍ବରକୁ ଇଣ୍ଟରସେପ୍ଟ ପାଇଁ ପଠାଇ ଦିଆଯାଇଛି। ରିପୋର୍ଟ ମୁତାବକ ଏହି ସବୁ ଫୋନ୍‌ କଲ ବିଓଆଇପି କଲ ମାଧ୍ୟମରେ କରାଯାଇଛି, ଯାହା କି ଆମେରିକାରୁ କରାଯାଇଛି।

PM Modi to hoist tricolour at Red Fort on 75th anniversary of Azad ...

ଗତ କିଛି ଦିନ ହେବ ରାଜଧାନୀ ଦିଲ୍ଲୀରେ କିଛି ଲୋକ ଅଭିଯୋଗ କରିଛନ୍ତି ଯେ ତାଙ୍କ ନିକଟକୁ ଅଜଣା ନମ୍ବରରୁ କଲ୍‌ ଆସୁଛି। କଲ କରୁଥିବା ବ୍ୟକ୍ତି ଅଶାଳୀନ ବ୍ୟବହାର କରିବା ସହ ଦେଶ ବିରୋଧୀ କାର୍ଯ୍ୟ ପାଇଁ ପ୍ରବର୍ତ୍ତାଉଛନ୍ତି। ଏହି ଫୋନ୍‌ କଲରେ ୟୁସୁଫ ଅଲ୍ଲୀ ନାମକ ଜଣେ ବ୍ୟକ୍ତି ସମସ୍ତ ମୁସଲମାନଙ୍କୁ ଅପିଲ କରିଛନ୍ତି ଯେ ଭାରତକୁ ହିନ୍ଦୁ ରାଷ୍ଟ୍ର କରିବାକୁ ଯୋଜନା ହେଉଛି ଓ ୧୫ ଅଗଷ୍ଟରେ ସମସ୍ତ ମୁସଲମାନ ମୋଦିଙ୍କୁ ପତାକା ଉତ୍ତୋଳନ କରିବାରୁ ରୋକନ୍ତୁ।

ଏହି ଫୋନ୍‌ କଲ କେବଳ ଦିଲ୍ଲୀ ନୁହେଁ ବରଂ ଅନ୍ୟ ସହରର ଲୋକଙ୍କୁ ମଧ୍ୟ ଆସୁଛି। ଏଭଳି ଫୋନ୍‌ କଲକୁ ନେଇ ଉତ୍ତର ପ୍ରଦେଶର ଲକ୍ଷ୍ମୌରେ ବି ପୋଲିସ ଏକ ମାମଲା ରୁଜୁ କରିଛି। କଲରେ ଯେଉଁଭଳି ଭାଷା ବ୍ୟବହାର କରାଯାଉଛି ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସମାଜର ଏକ ସ୍ୱତନ୍ତ୍ର ବର୍ଗକୁ ଉତ୍ତେଜିତ କରିବାକୁ ଚେଷ୍ଟା କରାଯାଉଛି। ଫଳରେ ଦେଶର ମାହୋଲ ଖରାପ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.