Below header

ଜାଣନ୍ତୁ ଅଗଷ୍ଟ ୧୫ ତାରିଖ ସହ ଜଡିତ କିଛି ଅଜଣା କଥା ବିଷୟରେ

ଭାରତ ସ୍ୱାଧୀନତା ହାସଲ କରିବାକୁ ୭୩ ବର୍ଷ ପୁରିଛି । ଆଗକୁ ଦେଶ ୭୪ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ଏହି ସ୍ମରଣୀୟ ଦିବସକୁ ସାତ ଦଶନ୍ଧି ବିତି ଯାଇଥିଲେ ବି ଏଯାବତ ଅନେକେ ସେହି ଦିନ ସହିତ ଜଡିତ ଥିବା କିଛି ସ୍ମରଣୀୟ ସ୍ମୃତି ସବୁକୁ ସାଉଁଟି ପାରିନାହାନ୍ତି । ତେବେ ଆସନ୍ତୁ ସେନେଇ କିଛି ରୋଚକ କଥା ବିଷୟରେ ଆଜି ଜାଣି ରଖିବା ।

୧. ଭାରତର ସ୍ୱାଧୀନତା ଆନ୍ଦୋଳନର ମୁଖ୍ୟ ପୁରୋଧା ମହାତ୍ମା ଗାନ୍ଧୀ ଥିଲେ ବି କିନ୍ତୁ ଏହି ସ୍ମରଣୀୟ ମୁହୂର୍ତ୍ତରେ ସେ ଉପସ୍ଥିତ ରହି ପାରିନଥିଲେ । ଏହି ସମୟରେ ଜାତିର ପିତା ପଶ୍ଚିମ ବଙ୍ଗର ନୋଆଖାଲି ଠାରେ ଚାଲିଥିବା ଏକ ସାମ୍ପ୍ରଦାୟିକ ଗଣ୍ଡଗୋଳକୁ ରୋକିବାକୁ ଅନଶନରେ ଜାରି ରଖିଥିଲେ ।

independence

୨. ଯେବେ ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନତା ହାସଲ କରିବା ନେଇ ସ୍ଥିର ହୋଇଥିଲା । ଜବାହର ଲାଲ ନେହେରୁ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ମହାତ୍ମା ଗାନ୍ଧୀଙ୍କ ନିକଟକୁ ଏକ ପତ୍ର ପଠାଇଥିଲେ । ଏହି ପାତ୍ରରେ ସେମାନେ ଗାନ୍ଧୀଙ୍କୁ ଜଣେ ରାଷ୍ଟ୍ରପିତା ଭାବରେ ଉପସ୍ଥିତ ରହି ଆଶୀର୍ବାଦ କରିବାକୁ ନିବେଦନ କରିଥିଲେ ।
– ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ “ଟ୍ରିଷ୍ଟ ବ୍ଵିଥ ଡେଷ୍ଟିନି” ଦେଇଥିଲେ ବି । ଏହାକୁ ଜାତିର ପିତା ମହାତ୍ମା ଗାନ୍ଧୀ ଶୁଣି ପାରିନଥିଲେ । କାରଣ ରାତି ୯ ଟାରୁ ହିଁ ସେ ଶୋଇ ଯାଇଥିଲେ ।

୩. ୧୯୪୭ ଅଗଷ୍ଟ ୧୫ରେ ଲର୍ଡ ମାଉନ୍ଟ ବ୍ୟାଟେନ ନିଜ କାର‌୍ୟ୍ୟାଳୟରେ ହିଁ କାମ କରିଥିଲେ । ଦ୍ବିପହର ସମୟରେ ନେହେରୁ ନିଜ ମନ୍ତ୍ରିମଣ୍ଡଳର ଏକ ଶୁଚି ତାଙ୍କୁ ସମର୍ପଣ କରିଥିଲେ ।

୪. ଅଗଷ୍ଟ ୧୫, ୧୯୪୭ରେ ଦେଶ ସ୍ୱାଧୀନତା ହାସଲ କରିଥିଲେ ବି ସେସମୟରେ ଦେଶ ନିକଟରେ କୌଣସି ରାଷ୍ଟ୍ରଗୀତ ନଥିଲା । ୧୯୧୧ରେ ରବୀନ୍ଦ୍ର ନାଥ ଟାଗୋର “ଜଣ ଗନ ମନ” ଲେଖି ସାରିଥିଲେ ଏହା ୧୯୫୦ରେ ସ୍ୱୀକୃତି ଲାଭ କରିଥିଲା ।

Nation to celebrate Independence day tomorrow| APN News

୫. ୧୫୧୯ ମସିହା ଅଗଷ୍ଟ ୧୫ରେ ପାନାମା ସହର ଗଠନ ହୋଇଥିଲା ।

୬. ୧୭୭୨ ମସିହା ଅଗଷ୍ଟ ୧୫ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଦେଶର ବିଭିନ୍ନ ଜିଲ୍ଲାରେ ସିଭିଲ ଓ ଅପରାଧିକ ଅଦାଲତ ଗଠନ କରିବା ନେଇ ନିଷ୍ପତ୍ତି ନେଇଥିଲେ ।

୭. ୧୮୫୪ ମସିହା ଅଗଷ୍ଟ ୧୫ରେ ହିଁ ଇଷ୍ଟ ଇଣ୍ଡିଆ ରେଳ କଲିକତାରୁ ହୁଗୁଳୀ ପର‌୍ୟ୍ୟନ୍ତ ପ୍ରଥମ ଯାତ୍ରୀବାହି ଟ୍ରେନ ଚଳାଇଥିଲେ ।

୮. ୧୮୭୨ ମସିହା ଅଗଷ୍ଟ ୧୫ ତାରିଖରେ ହିଁ ସ୍ୱାଧୀନତା ସଂଗ୍ରାମୀ ଅରବିନ୍ଦ ଘୋଷ ଜନ୍ମ ଗ୍ରହଣ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.