Below header

ଋଷ ଉପରେ ତଦନ୍ତ, ଯୁଦ୍ଧରେ କେତେ ସାଧାରଣ ନାଗରିକ ଆହତ ?

ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି । ସବୁଟୁ ବଡକଥା ଏ ଯୁଦ୍ଧରେ ଏବେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରାଯାଉଥିବା ଅଭିଯୋଗ ହୋଇଛି । କିନ୍ତୁ ଋଷିଆ ଏ ଅଭିଯୋଗକୁ ଖଣ୍ଡନ କରୁଛି । ଏପଟେ ଏ ଅଭିଯୋଗ ପରେ ଋଷ ବିରୋଧରେ ସମ୍ଭାବ୍ୟ ଯୁଦ୍ଧ ଅପରାଧ ମାମଲାରେ ତଦନ୍ତ ଚାଲିଛି । ଏଭଳି ପରିସ୍ଥିତିରେ ୟୁକ୍ରେନ ଋଷ ଯୁଦ୍ଧରେ କେତେ ସାଧାରଣ ନାଗରିକ ଆହତ ହୋଇଛନ୍ତି ବୋଲି ପ୍ରଶ୍ନ ଉଠିଲାଣି । ଏ ଯୁଦ୍ଧ ଅପରାଧ କଣ । କେଉଁ ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ଏହି ଚାର୍ଜ ଫ୍ରେମ ହୋଇଛି । ଏଭଳି ପରିପ୍ରେକ୍ଷୀରେ ଆନ୍ତର୍ଜାତୀୟ ଚୁକ୍ତିନାମା କଣ । ଯୁଦ୍ଧ ଅପରାଧ କିପରି ବିଚାର କରାଯାଏ । ଆସନ୍ତୁ ଜାଣିବା ।

ବାସ୍ତବରେ ଯୁଦ୍ଧ ଅପରାଧକୁ ବାଖ୍ୟା କରୁଥିବା ନିୟମକୁ ଜେନେଭା ସମ୍ମିଳନୀ କୁହାଯାଏ । ଏହା ଏକ ଆନ୍ତର୍ଜାତୀୟ ଚୁକ୍ତି । ଯେକୌଣସି ଯୁଦ୍ଧରେ ମାନବିକ କ୍ଷେତ୍ରରେ ଏହା ଆନ୍ତର୍ଜାତୀୟ ଆଇନଗତ ମାନ ସ୍ଥିର କରେ । ପ୍ରଥମ ତିନୋଟି ସମ୍ମିଳନୀରେ ଯୁଦ୍ଧରେ ଥିବା ସୈନିକ ଏବଂ ବନ୍ଦୀ ମାନଙ୍କ ସୁରକ୍ଷା ପାଇଁ ପ୍ରାବଧାନ ନିର୍ଧାରିତ ହୋଇଛି । ଏହା ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଚତୁର୍ଥ ସମ୍ମିଳନୀକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏହା ଅଧୀନରେ ଯୁଦ୍ଧ ଜୋନର ସାଧାରଣ ନାଗରିକ ମାନେ ସୁରକ୍ଷିତ ରହିବାକୁ ନେଇ ଉଲ୍ଲେଖ ରହିଛି । ୧୯୪୯ଜେନେଭା ସମ୍ମିଳନୀକୁ ଋଷିଆ ସମେତ ମିଳିତ ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର ଅନୁମୋଦନ କରିଥିଲେ ।

ଆପଣଙ୍କୁ କହିରଖୁଛୁ କି ଋଷର ଖାର୍କିଭ ଉପରେ ବିମାନ ଆକ୍ରମଣ ପରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବା ନେଇ ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସକି ଋଷକୁ ଯୁଦ୍ଧ ଅପରାଧୀ ବୋଲି କହିଛନ୍ତି । ଖାର୍କିଭ ଭିତରେ କ୍ଲଷ୍ଟର ବମ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । କ୍ଲଷ୍ଟର ବମ ହେଉଛି ଏଭଳି ଯାହା ଛୋଟ ଛୋଟ ଅସ୍ତ୍ର ଦ୍ୱାରା ଆକ୍ରମଣ କରାଯାଇଥାଏ ।

ବର୍ଷ ୨୦୦୮ ସମ୍ମିଳନୀ ପରେ ଏହି କ୍ଲଷ୍ଟର ବମର ବ୍ୟବହାର ଉପରେ ଅନେକ ଦେଶରେ ନିଷେଧାଦେଶ ଦିଆଯାଇଛି । କିନ୍ତୁ ଚୁକ୍ତିନାମା ଅନୁଯାୟୀ ଋଷିଆ ଓ ୟୁକ୍ରେନ ଏହାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇନାହାନ୍ତି । ତେବେ ପୁଟିନ ପ୍ରଶାସନ ଯୁଦ୍ଧ ଅପରାଧକୁ ଅସ୍ୱୀକାର କରିଛି ଅର୍ଥାତ କ୍ଲଷ୍ଟର କିମ୍ବା ଭାକ୍ୟୁମ ବମ ବ୍ୟବହାରକୁ ମିଥ୍ୟା ଖବର ବୋଲି କହିଛି ।

ୟୁକ୍ରେନ ବିବାଦର ବିଷୟ ଅନ୍ତର୍ଜାତୀୟ କୋର୍ଟରେ ପହଞ୍ଚିଛି । ଅନ୍ତର୍ଜାତୀୟ ଅପରାଧିକ କୋର୍ଟରେ ମୁଖ୍ୟ ଓକିଲ କହିଛନ୍ତି ଯେ ଯୁଦ୍ଧ ଅପରାଧ, ମାନବିକତା ବିରୁଦ୍ଧରେ ହୋଇଥିବା ଅପରାଧ ଏବଂ ଜନଶୁଣାଣୀ ଉପରେ ପ୍ରମାଣ ସଂଗ୍ରହ କରାଯାଉଛି । ୩୯ଟି ଦେଶ ତଦନ୍ତ ପାଇଁ ଦାବି ଉଠାଇବା ପରେ କୋର୍ଟ ଏହି ପଦକ୍ଷେପ ନେଇଛନ୍ତି । ଅନ୍ୟପକ୍ଷରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଥିବା ଅଭିଯୋଗକୁ ଋଷିଆ ଅସ୍ୱୀକୀର କରିଛି । କିନ୍ତୁ ବଡ ପ୍ରଶ୍ନ ହେଉଛି ଯୁଦ୍ଧ ଅପରାଧରେ ଋଷର ଅଭିଯୋଗ କଣ ।

୧୯୯୮ର ରୋମ ଆକ୍ଟ ମଧ୍ୟ ସଶସ୍ତ୍ର ସଂଘର୍ଷ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଆନ୍ତର୍ଜାତୀକ ଚୁକ୍ତି । ଏହି ଚୁକ୍ତି ଅନୁଯାୟୀ ଯୁଦ୍ଧ ଏକ ଅପରାଧ ଅଟେ । ଅନ୍ତର୍ଜାତୀୟ ନିୟମ ଓ ଏହାର ଉଲଙ୍ଘନକୁ ବୁଝିବା ପାଇଁ ଏକ ଉପଯୋଗୀ ଗାଇଡ ଭାବେ ଏହାକୁ ବ୍ୟବହାର କରାଯାଏ । ଏହା ଅଧୀନରେ ସାଧାରଣ ଲୋକଙ୍କ ଉପରେ ଉଦ୍ଦେଶ୍ୟମୂଳକ ଭାବେ ପ୍ରତ୍ୟକ୍ଷ ଆକ୍ରମଣ କରିବା କିମ୍ବା ଯୁଦ୍ଧରେ ଜଡିତ ନଥିବା ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଆକ୍ରମଣ କରିବା ଅପରାଧ ବର୍ଗରେ ରଖାଯାଇଛି । ଏହି ଚୁକ୍ତିନାମା ଅନୁଯାୟୀ ବାସଗୃହ କିମ୍ବା ଅଟ୍ଟାଳିକା ଉପରେ ଯେକୌଣସି ଆକ୍ରମଣ କିମ୍ବା ବୋମା ବିସ୍ପୋରଣ ଏକ ଅପରାଧର ଶ୍ରେଣୀ ଅଟେ । ଡାକ୍ତରଖାନା, ଧାର୍ମିକ ସ୍ଥଳୀ କିମ୍ବା ବିଦ୍ୟାଳୟକୁ ଜାଣିଶୁଣି ଟାର୍ଗେଟ କରାଯାଇପାରିବ ନାହିଁ । ଏହି ଚୁକ୍ତିରେ କେତେକ ଅସ୍ତଶସ୍ତ୍ର ବ୍ୟବହାର କରିବା ସହିତ ବିଷାକ୍ତ ଗ୍ୟାସ ମଧ୍ୟ ନିଷେଧ ।

ରୋମ ଆକ୍ଟ ୧୯୯୮ ଅଧୀନରେ ନେଦରଲ୍ୟାଣ୍ଡ ହେଗରେ ୧୯୯୮ରେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ପ୍ରତିଷ୍ଠା କରାଯାଇଥିଲା । ଅତ୍ୟଧିକ ଗୁରୁତର ଅପରାଧରେ ଦୋଷୀ ସାବ୍ୟସ୍ତ ହେବା ଓ ଶୁଣାଣୀ କରିବା ଦିଗରେ ଏହା ଏକ ସ୍ୱାଧୀନ ସଂସ୍ଥା । ଏହା ଯୁଦ୍ଧ ଅପରାଧ, ଜନଶୁଣାଣୀ, ମାନବିକତା ବିରୁଦ୍ଧରେ ଅପରାଧ ଏବଂ ଆକ୍ରୋଶ ଅପରାଧର ଅନୁସନ୍ଧାନ କରିଥାଏ । ଏହି ଅଦାଲତ କେବଳ ସେହି ଅଧିକାରର ପ୍ରୟୋଗ କରିପାରିବ ଯେଉଁଠାରେ କୌଣସି ଦେଶ ଏହା କରିବାକୁ ପ୍ରସ୍ତୁତ ନୁହନ୍ତି କିମ୍ବା କରିପାରିବେ ନାହିଁ । ଏହା ନ୍ୟାୟ ପାଇଁ ଶେଷ ପନ୍ଥା । ଆନ୍ତ୍ରଜାତୀୟ ଅପରାଧିକ କୋର୍ଟରେ ୧୨୩ ସଦସ୍ୟ ଦେଶ ଅଛନ୍ତି । ଋଷିଆ ଏବଂ ୟୁକ୍ରେନ ମଧ୍ୟ ଏହାର ସଦସ୍ୟ ଅଟନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.