Below header

ATM ମେସିନ୍‌ରୁ ବାହାରିଲାନି ଟଙ୍କା ତ ଚୋରମାନେ ଆଣିଲେ ଜେସିବି, ଦେଖନ୍ତୁ ତା’ପରେ କ’ଣ ହେଲା…

ଚୋରି କରିବାକୁ ଏବେ ଚୋରମାନେ ନୂଆ ନୂଆ ପନ୍ଥା ଆପଣାଉଥିବା ଦେଖିବାକୁ ମିଳୁଛି। କିଏ ବନ୍ଧୁକ ଦେଖାଇ ଡକାୟତି କରୁଛି ତ ଆଉ କିଏ ATMକୁ ଭାଙ୍ଗିବାକୁ ଚେଷ୍ଟା କରି ପୋଲିସ ହାତରେ ଧରାପଡୁଛି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଏମିତି ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଏହାସହ ପଢ଼ନ୍ତୁ: ଯୋଗଗୁରୁଙ୍କୁ ଏମିତି ହଇରାଣ କରୁଛନ୍ତି ତୈମୁର, ଭାଇରାଲ ହେଉଛି ଟିକଟକ ଭିଡ଼ିଓ

ଭାଇରାଲ ଭିଡ଼ିଓଟି ଆୟରଲାଣ୍ଡର ହୋଇଥିବା ବେଳେ ଏଥିରେ ଦେଖିବାକୁ ମିଳିଛି ଯେ ମାସ୍କ ପିନ୍ଧିଥିବା ଚୋରମାନେ ଏକ ATM ଚୋରି କରିବାକୁ ଆସିଛନ୍ତି। ତେବେ କୌଣସି ଯନ୍ତ୍ରପାତି ନୁହେଁ ବରଂ ଏକ ଜେସିବି ସାହାଯ୍ୟରେ ସେମାନେ ATM କୁ ଭାଙ୍ଗି ଟଙ୍କା ଚୋରି କରୁଥିବା ନଜର ଆସିଛି। ATM କୁ ଭାଙ୍ଗି ସାରିବା ପରେ ସେମାନେ ଏକ କାରରେ ତାକୁ ନେଇ ପଳାଉଥିବା ଦେଖିବାକୁ ମିଳିଛି।

ସମ୍ପୂର୍ଣ୍ଣ ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ପୋଲିସ ଖୋଳତାଡ଼ ପରେ ଜାଣିବାକୁ ପାଇଥିଲା ଯେ ଚୋରମାନେ ପାଖରେ ଥିବା ଏକ ନିର୍ମାଣଧୀନ କାମ ପାଖରୁ ଜେସିବିକୁ ଚୋରି କରି ଆଣିଥିଲେ। ତେବେ ଏହି ଚୋରି ପ୍ରଥମ ଘଟଣା ନୁହେଁ ଏହି ସ୍ଥାନରେ ପୂର୍ବରୁ ମଧ୍ୟ ପ୍ରାୟ 10 ଥର ଏଭଳି ଚୋରି ହୋଇଛି। ଟ୍ୱିଟରରେ ଏହି ଭିଡ଼ିଓକୁ ପ୍ରାୟ 2ଲକ୍ଷରୁ ଅଧିକ ଥର ସେୟାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.