ପୁରୀ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର ଅଭିଯୋଗ। ପୋଲିସ ଜଣେ ବରିଷ୍ଠ ତୀର୍ଥଯାତ୍ରୀଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଛି। ଅହମ୍ମଦାବାଦ ବରୋଦାର ୧୫ଜଣ ତୀର୍ଥଯାତ୍ରୀ ପୁରୀ ଆସିଥିଲେ। ଆଜି ସକାଳେ ମହାପ୍ରଭୂଙ୍କ ଦର୍ସନ ପାଇଁ ଶ୍ରୀମନ୍ଦିର ଯାଇଥିଲେ। ଦର୍ଶନ ପାଇଁ ଏକଘଣ୍ଟା ଧରି ଧାଡିରେ ଛିଡା ହୋଇ ରହିଥିଲେ। ଏହି ସମୟରେ ଜଣେ ପୋଲିସ ତୀର୍ଥଯାତ୍ରୀ ଜୈନ ଭାଇଙ୍କୁ ଧକ୍କା ମାରିବା ସହ ହାତ ମୋଡିଦେଇଥିବା ଅଭିଯୋଗ ହୋଇଛି।