Below header

କଟିଯାଇ ଚଟାଣରେ ଖସି ପଡ଼ିଲା ପୋଷା କୁକୁରର ନାକ, ଜାଣନ୍ତୁ ଆଗକୁ କ’ଣ ହେଲା

କୁକୁର ପାଳିବା ଏବଂ ସେମାନଙ୍କ ସହ ଖେଳିବା ବହୁତ ମଜାଦାର ଅନୁଭବ ହୋଇଥାଏ। କିନ୍ତୁ ଅନେକ ଥର ପୋଷା କୁକୁରଙ୍କ ଯୋଗୁ ଲୋକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ନିକଟରେ ଏମିତି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ବ୍ରିଟେନର ଜଣେ ମହିଳା ନିଜ ପୋଷା କୁକୁର ସହ ଜଡ଼ିତ ଏକ ଅନୁଭବକୁ ଫେସ୍‌ବୁକରେ ସେୟାର କରିଛନ୍ତି।

ମହିଳା ଜଣକ ହେଉଛନ୍ତି ଜେଡ୍ ମରେ। ଜେଡ୍ ନିଜର ଭାଇରାଲ ଫେସ୍‌ବୁକ ପୋଷ୍ଟରେ କହିଛନ୍ତି, ସେ ନିଜ ମା’ଙ୍କ କୁକୁର ଲେନିକୁ ଦେଖାଶୁଣା କରିବା ସମୟରେ ଚଟାଣରେ ଏକ ଅଜବ ଦୃଶ୍ୟ ଦେଖିବାକୁ ପାଇଥିଲେ। ସେ କହିଥିଲେ, ମୁଁ ଜାଣିପାରିଲିନି ସେଇଟା କ’ଣ? କିନ୍ତୁ ଯେତେବେଳେ ପାଖକୁ ଗଲି, ଜଣାପଡ଼ିଲା କି ତାହା କୁକୁରର ନାକ, ଯାହା ତା’ ଚେହେରାରୁ ଖସି ଚଟାଣରେ ପଡ଼ିଥିଲା। ଏହା ଜଣାପଡ଼ିବା ପରେ ତାଙ୍କ ହୋସ୍ ଉଡ଼ିଗଲା।

dog2

ସେ ଆହୁରି କହିଥିଲେ, ସତସତିକା କୁକୁରର ନାକ ଚଟାଣରେ ଖସି ପଡ଼ିଥିବା ଭାବି ସେ ପୂରା ଡରିଯାଇଥିଲେ। ସେ ଭାବିଥିଲେ, କୁକୁରଟି ଆଉ କେବେ ବି ଶୁଙ୍ଘିପାରିବ ନାହିଁ। କୁକୁରକୁ ଯନ୍ତ୍ରଣା ହେଉଥିବ। ତେଣୁ ସେ ନିଜ ମା’ଙ୍କୁ ସମସ୍ତ ଘଟଣା ଜଣାଇବାକୁ ନିଷ୍ପତ୍ତି ନେଇଥିଲେ। ଯଦିଓ କୁକୁରର ନାକ ଖସି ପଡ଼ିବାର କେହି ଦେଖି ନ ଥିଲେ। ଜେଡ୍ ସାହସ କରି ଚଟାଣରୁ ସେହି ନାକଟିକୁ ଉଠାଇଥିଲେ। ଆଉ ଯେତେବେଳେ ସେ ଏହାକୁ ଉଠାଇଲେ ତାଙ୍କ ଆଶ୍ଚଯ୍ୟର୍ର ସୀମା ରହିଲା ନାହିଁ। କାରଣ, ତାହା କୌଣସି କୁକୁରର ପ୍ରକୃତ ନାକ ନ ଥିଲା, ବରଂ ଗୋଟିଏ ଖେଳଣା ଥିଲା।

ଏହାସହ ପଢ଼ନ୍ତୁ: ଭାଇରାଲ ହେଉଛି ଏହି ବୃଦ୍ଧ ଦମ୍ପତିଙ୍କ ସେଲ୍ଫି ଫଟୋ, ଭିଡ଼ ଭିତରେ ଦୁହିଁଙ୍କ ପ୍ରେମ ଦେଖି ଭାବୁକ ହୋଇଯାଉଛନ୍ତି ଲୋକେ

ଫେସ୍‌ବୁକ ପୋଷ୍ଟରେ ସେ ସମସ୍ତଙ୍କୁ ଆଶ୍ୱସ୍ତ କରିଥିଲେ। ତାଙ୍କ ପୋଷା କୁକୁରର ନାକ ନିଜ ଜାଗାରେ ହିଁ ଥିଲା ଏବଂ ତାହା ପୂରାପୂରି କାମ କରୁଥିଲା। ଏହି ପୋଷ୍ଟକୁ ସୋସିଆଲ ମିଡିଆରେ ୧ ଲକ୍ଷରୁ ଅଧିକ ଥର ସେୟାର ହୋଇସାରିଲାଣି। ୨ ଲକ୍ଷରୁ ଅଧିକ ୟୁଜର ଲାଇକ୍ କରିଥିବା ବେଳେ ହଜାରରୁ ଊର୍ଦ୍ଧ୍ୱ କମେଣ୍ଟ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.