Below header

ଇସ୍ରାଏଲ୍‌ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଜାଣନ୍ତୁ କଣ ରହିଛି ନିୟମ

ଇସ୍ରାଏଲ୍‌ ଏବଂ ହମାସ ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି, ଯାହା ଥମିବାର ନାଁ ନେଉନି । ପ୍ରଥମେ ହମାସ ୫୦୦ହଜାରରୁ ଅଧିକ ରକେଟ୍‌ ଛାଡି ଇସ୍ରାଏଲ୍‌ ଉପରେ ଆକ୍ରମଣ କରିଥିଲା । ଏହା ପରେ ଇସ୍ରାଏଲ୍‌ ହମାସ୍‌କୁ କଠୋର ଜବାବ ଦେଇଛି । ତେବେ ଆସନ୍ତୁ ଜାଣିବା ଯୁଦ୍ଧ ସମୟରେ ଗୋଟେ ଦେଶ କଣ କରିପାରିବ ଏବଂ କଣ ନୁହେଁ ।

ଇସ୍ରାଏଲ୍‌ ଏବଂ ହମାସ ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି, ଯାହା ଥମିବାର ନାଁ ନେଉନି । ପ୍ରଥମେ ହମାସ ୫୦୦ହଜାରରୁ ଅଧିକ ରକେଟ୍‌ ଛାଡି ଇସ୍ରାଏଲ୍‌ ଉପରେ ଆକ୍ରମଣ କରିଥିଲା । ଏହା ପରେ ଇସ୍ରାଏଲ୍‌ ହମାସ୍‌କୁ କଠୋର ଜବାବ ଦେଇଛି । ହମାସ୍‌କୁ ମୂଳପୋଛ କରିବା ସହିତ ଗାଜାକୁ ମାଟିରେ ମିଶାଇଦେବାକୁ ପଣ କିରିଛି । ଇସ୍ରାଏଲ୍‌ ଯେତେ ବି ଭୟାଙ୍କର ଆକ୍ରମଣ କରିଲେ ମଧ୍ୟ ତାକୁ ଯୁଦ୍ଧର କିଛି ନିୟମର ପାଳନ କରିବାକୁ ପଡିବ । ଯୁଦ୍ଧ ସମୟରେ ରହିଥିବା ନିୟମ ପ୍ରଥମେ ୧୮୬୪ ମସିହାରେ ନିଆଯାଇଥିଲା ।

ଆସନ୍ତୁ ଜାଣିବା ଯୁଦ୍ଧ ସମୟରେ ଗୋଟେ ଦେଶ କଣ କରିପାରିବ ଏବଂ କଣ ନୁହେଁ :

ଯୁଦ୍ଧର ଏହି ନିୟମ ଅନେକ ଦେଶ ମିଳିତ ଭାବରେ ପ୍ରସ୍ତୁତ କରିଛନ୍ତି । ଏହାକୁ ଅନ୍ତର୍ଜାତୀୟ ମାନବୀୟ ଆଇନ (IHL) କୁହାଯାଏ । ଏହି ନିୟମରେ କୁହାଯାଇଛି ଯେ ଦେଶମାନେ ଯୁଦ୍ଧ ସମୟରେ ପରସ୍ପର ବିରୁଦ୍ଧରେ କଣ କରିପାରିବେ ଏବଂ କଣ ନୁହେଁ । ରେଡ୍‌କ୍ରସ୍‌ର ସଂସ୍ଥାପକ ହେନରୀ ଡ୍ୟୁନେଣ୍ଟଙ୍କ ଉଦ୍ୟମରେ ଏହି ନିୟମ ହୋଇଥିଲା । ୧୮୬୪ରେ ପ୍ରଥମ ଥର ଜୋନେଭା କନ୍‌ଭେଭ୍ସେନ୍‌ରେ ଏହି ଅଭିଜାନ ଚାଲିଥିଲା । ସେହି ସମୟରେ କେବଳ ୧୨ଟି ଦେଶ ଏହି ନିୟମରେ ସହମତ ଜଣାଇଥିଲେ । କିନ୍ତୁ ଆଜି ଏହା ଉପରେ ୧୯୬ ଦେଶର ହସ୍ତାକ୍ଷର ରହିଛି ।

-ଏହି ନିୟମ ଅନୁସାରେ, ଯୁଦ୍ଧ ସମୟରେ କୌଣସି ଦେଶ ଅନ୍ୟ ଦେଶର ସାଧାରଣ ନାଗରିକଙ୍କୁ ଟାର୍ଗେଟ୍‌ କରିପାରିବେ ନାହିଁ । ଏହା ବ୍ୟତିତ ମେଡିକାଲ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ ଏବଂ ଯେଉଁ ଲୋକମାନେ ଯୁଦ୍ଧରେ ଭାଗ ନେଇନାହାନ୍ତି ସେମାନଙ୍କର କୌଣସି ପ୍ରକାରର କ୍ଷତି ପହଞ୍ଚାଇ ପାରିବେ ନାହିଁ । ଯଦି ସେମାନେ କୌଣସି ସ୍ଥାନରେ ଫସିଯାଇଛନ୍ତି, ସେମାନଙ୍କୁ ସୁରକ୍ଷିତ ଭାବରେ ଯିବାକୁ ସୁଯୋଗ ଦିଆଯିବ ।

-ଯୁଦ୍ଧରେ ବନ୍ଦୀ କରାଯାଇଥିବା ଲୋକଙ୍କ ସହିତ ସମ୍ମାନର ସହିତ ବ୍ୟବହାର କରାଯିବ । ସୋମାନଙ୍କୁ ନିର୍ଯାତନା କିମ୍ବା ଅପମାନ ଦିଆଯିବ ନାହିଁ । ଧରାପଡିଯାଇଥିବା ସୈନିକଙ୍କୁ ଖାଦ୍ୟ ପାନୀୟ ଦିଆଯିବ । ଏହା ବ୍ୟତୀତ, ଯଦି ମେଡିକାଲ କର୍ମଚାରୀଙ୍କ ପାଖକୁ ଶତ୍ରୁଦେଶର କେହି ସୈନିକ ଆସୁଛନ୍ତି, ତେବେ ସେ ତାଙ୍କର ଚିକିତ୍ସା ମଧ୍ୟ କରିବେ । ଏହି କାରଣରୁ ଲୋକ କିମ୍ବା ତାଙ୍କ ଘରକୁ ଟାର୍ଗେଟ୍‌ କରାଯିବ ନାହିଁ ।

-ଯୁଦ୍ଧ ସମୟରେ ଶତ୍ରୁ ଦେଶର ମହିଳାଙ୍କ ସହିତ ଯୌନ ହିଂସା କରିପାରିବେ ନାହିଁ । ଯଦି କୌଣସି ସୈନିକଙ୍କୁ ଏପରି କରିବାର ଦେଖାଯାଏ ତେବେ ଏହାକୁ ଯୁଦ୍ଧ ଅପରାଧ ଭାବରେ ଧରାଯିବ ।

-ଯୁଦ୍ଧରେ କେମିକାଲ୍‌ ଏବଂ ବାୟୋଲୋଜିକାଲ୍‌ ଅସ୍ତ୍ରଶସ୍ତ୍ରର ବ୍ୟବହାର କରାଯାଇପାରିବ ନାହିଁ । ଯଦି କୌଣସି ଦେଶ ଏହାର ବ୍ୟବହାର କରୁଛନ୍ତି ସେମାନେ ଯୁଦ୍ଧ ଅପରାଧ ଭାବରେ ଗଣାଯିବ । ଏବଂ ସେହି ଦେଶ ବିରୋଧରେ ଅନ୍ୟ ଦେଶ ମିଳିତ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.