Below header

ଇସ୍ରାଏଲ-ହାମାସ ଯୁଦ୍ଧନେଲା ୬ ବର୍ଷୀୟ ମୁସଲିମ ପିଲାର ଜୀବନ, ୨୬ ଥର ଛୁରୀ ଭୁସିଲା ଘର ମାଲିକ

ଇସ୍ରାଏଲ-ହାମାସ ଯୁଦ୍ଧରେ ଅତିଷ୍ଠ ହୋଇ ୭୧ ବର୍ଷୀୟ ବୃଦ୍ଧ ଜଣେ ୬ ବର୍ଷୀୟ ମୁସଲିମ ପିଲାକୁ ହତ୍ୟା କରିଛନ୍ତି । ପିଲାକୁ ୨୬ ଥର ଛୁରୀ ଭୁସି ହତ୍ୟା କରିଛି ଘର ମାଲିକ । ଏହି ମାମଲାରେ ମୃତ ପିଲାଟିର ମା ଗୁରୁତର ହୋଇ ହସପିଟାଲରେ ଚିକିତ୍ସିତ ରହିଛନ୍ତି ।

ଇସ୍ରାଏଲ-ହାମାସ ଯୁଦ୍ଧର କରୁଣ ପରିଣତି । ଆମେରିକାରେ ୬ ବର୍ଷୀୟ ମୁସଲିମ ପିଲାର ଜୀବନ ଚାଲିଯାଇଛି । ୭୧ ବର୍ଷୀୟ ବ୍ୟକ୍ତି ୬ ବର୍ଷର ପିଲାକୁ ୨୬ ଥର ଛୁରୀ ଭୁସି ହତ୍ୟା କରିଛି । ପିଲାର ୩୨ ବର୍ଷୀୟ ମା’ ଉପରେ ମଧ୍ୟ ଅନେକ ଥର ଛୁରୀ ମାରିଛି ହତ୍ୟାକାରୀ । ପୋଲିସ ହତ୍ୟାକାରୀକୁ ଗିରଫ କରି କେସ୍‌ ଦାୟର କରିଛି । ତେବେ ହତ୍ୟାକାରୀ ବୃଦ୍ଧ ଜଣକ ମୁସଲିମ ବିରୋଧୀ ମାନସିକତା ଯୋଗୁଁ ପିଲାକୁ ହତ୍ୟା କରିଛି । ଅଭିଯୁକ୍ତ ଜଣଙ୍କର ନାମ ଜୋସେଫ କଜୁବା ହୋଇଥିବା ବେଳେ ତାଙ୍କୁ ୭୧ ବର୍ଷ ହୋଇଥିବା ଜଣାଯାଇଛି।

ଖବର ମୁତାବକ, ଗତ ଶିନବାର ସକାଳ ଆମେରିକା ସାଉଥେଓ୍ଵଷ୍ଟ ସିକାଗୋର ପ୍ଲେନଫିଲ୍ଡ ଟାଉନସିପରେ ହତ୍ୟାକାରୀର ଅଫିସ ରହିଛି । ସେହି ଅଫିସ ପାଖରେ ୩୨ ବର୍ଷୀୟ ମହିଳା ଏବଂ ତାଙ୍କ ପିଲା ରହୁଥିଲେ । ଇସ୍ରାଏଲ-ହାମାସ ଯୁଦ୍ଧ ଯୋଗୁଁ ହତ୍ୟାକାରୀ ଜଣକ ମୁସଲିମ ବିରୋଧୀ ମାନସିକତା ଯୋଗୁଁ ୬ ବର୍ଷର ପିଲାକୁ ହତ୍ୟା କରିଥିଲେ । ମୃତ ପିଲାର ନାମ ଅଲ ଫୟୁମ । ସେ ଜଣେ ଫିଲିସ୍ତାନୀ-ଆମେରିକା ପିଲା । ପିଲାକୁ ୨୬ ଥର ଛୁରୀ ଭୁସିବା ପରେ ହତ୍ୟାକାରୀ ପିଲାର ମା’ ଉପରେ ମଧ୍ୟ ଅନେକ ଥର ଆକ୍ରମଣ କରିଥିଲା । ଫଳରେ ମହିଳା ଜଣକ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ।

ମହିଳାଙ୍କ କହିବା ମୁତାବକ, ହତ୍ୟାକାରୀ ଆକ୍ରମଣ କରିବା ସମୟରେ ମହିଳା ଜଣକ ରୋକିବାକୁ ଚେଷ୍ଟା କରିଥିଲେ । ଏହା ସହିତ ୯୧୧କୁ କଲ୍‌ କରିଥିଲେ । ପୋଲିସ ପହଞ୍ଚିବା ବେଳକୁ ପିଲା ଏବଂ ମହିଳା ଗୁରୁତର ହୋଇ ପଡିଥିଲେ । ତୁରନ୍ତ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା ହେଲେ ପିଲାଟିର ଜୀବନ ବଞ୍ଚିପାରିନଥିଲା । ମହିଳାଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି ।

ପୋଲିସ କହିବା ମୁତାବକ, ବୃଦ୍ଧ ଜଣକ ହତ୍ୟା କରିବା ପରେ ଘର ବାହାରେ ବସିଥିଲେ । ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି । ପୋଲିସ ହତ୍ୟାକାରୀ ନାମରେ ହତ୍ୟା ଅଭିଯୋଗ ଦାୟର କରିଛି । ଘଟଣାସ୍ଥଳରୁ ଅଭିଯୁକ୍ତ ଜୋସେଫଙ୍କୁ ଗିରଫ କରିଛି। ଏବେ ଇସ୍ରାଏଲ- ହମାସ ମଧ୍ୟରେ ଚାଲିଥିବା ଘମାଘୋଟ ଯୁଦ୍ଧ ଫଳରେ ସମ୍ପୃକ୍ତ ବୃଦ୍ଧଙ୍କ ମନରେ ମୁସଲମାନଙ୍କ ପ୍ରତି ଘୃଣା ଭାବ ସୃଷ୍ଟି ହୋଇଥିବାରୁ ସେ ଏପରି ଚରମ ପଦକ୍ଷେପ ଉଠାଇଥିବା ଜଣାଯାଇଛି।  ଇସ୍ରାଏଲ-ହାମାସ ଯୁଦ୍ଧ ଯୋଗୁଁ ଆମେରିକାରେ ୟୁଦିହୀ ଏବଂ ମୁସଲିମଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ସୋସିଆଲ ମିଡିଆରେ ଉଭୟ ସମୁଦାୟ ପରସ୍ପରକୁ ଆକ୍ଷେପ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.