ହାତୀ ପାଇଁ ରାତି ଉଜାଗର, ଫସଲକୁ ସୁରକ୍ଷା ଦେଉଛନ୍ତି ଗାଁ ଲୋକେ
ହାତୀ ପାଇଁ ରାତି ଉଜାଗର। ଫସଲକୁ ସୁରକ୍ଷା ଦେବା ପାଇଁ ରାତି ସାରା ପହରା ଦେଉଛନ୍ତି ଗାଁ ଲୋକେ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ରେଢାଖୋଲ ବନଖଣ୍ଡ ବଡ଼ବାହାଳ ରେଞ୍ଜ ଧଉରାଖମଣ ଗାଁରେ।
ରେଢାଖୋଲ : ହାତୀ ପାଇଁ ରାତି ଉଜାଗର। ଫସଲକୁ ସୁରକ୍ଷା ଦେବା ପାଇଁ ରାତି ସାରା ପହରା ଦେଉଛନ୍ତି ଗାଁ ଲୋକେ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସମ୍ବଲପୁର ରେଢାଖୋଲ ବନଖଣ୍ଡ ବଡ଼ବାହାଳ ରେଞ୍ଜ ଧଉରାଖମଣ ଗାଁରେ।
ଗତ କିଛି ଦିନ ହେବ ସୋନପୁର ଜିଲ୍ଲା ସୀମାନ୍ତ ଅଞ୍ଚଳରୁ ହାତୀ ପଲ ଆସି ଧାନ କ୍ଷେତରେ ପଶି ଫସଲ ନଷ୍ଟ କରୁଛନ୍ତି। ଫଳରେ ଚାଷୀମାନେ ରାତି ଉଜାଗର ରହି ଗଛ ଉପରେ ମଞ୍ଚା ବାନ୍ଧି ଜଗି ରହୁଛନ୍ତି। ନିଜ ସୁନା ଫସଲକୁ ହାତୀ ପଲ କବଳରୁ ରକ୍ଷା କରୁଛନ୍ତି। ଅଧିକ ସୂଚନା ଦେଉଛନ୍ତି ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ ।