ଅନୁଗୋଳ ପିଟିସି ପଡିଆରେ ପଡିଛି ପଡିଛି ସର୍କସ, କମାଲ୍ କରୁଛନ୍ତି ଆଫ୍ରିକାନ୍ କଳାକାର
ସର୍କସ , ଦିନ ଥିଲା ସର୍କସ ନା ଶୁଣିଲେ ପିଲା ଠୁ ବୁଢା ସଭିଙ୍କ ମନରେ ଖେଳିଯାଉଥିଲା ଏକ ନୂଆ ଉନ୍ମାଦ। କେତେକଙ୍କ ପାଇଁ ତ ସର୍କସ ଦଖିବାର ମଜା କହିଲେ ନସରେ ।
ଅନୁଗୋଳ(କେନ୍ୟୁଜ୍): ସର୍କସ , ଦିନ ଥିଲା ସର୍କସ ନା ଶୁଣିଲେ ପିଲା ଠୁ ବୁଢା ସଭିଙ୍କ ମନରେ ଖେଳିଯାଉଥିଲା ଏକ ନୂଆ ଉନ୍ମାଦ। କେତେକଙ୍କ ପାଇଁ ତ ସର୍କସ ଦଖିବାର ମଜା କହିଲେ ନସରେ । ହେଲେ ଏବେ ସେଇ ମଜା କେଉଁଠି ନା କେଉଁଠି ଟିକେ କମିଯାଇଥିଲେ ସୁଦ୍ଧା, କିନ୍ତୁ ଜମୁଛି ଅନୁଗୋଳରେ ।
ଅନୁଗୋଳ ପିଟିସି ପଡିଆରେ ପଡିଛି ଆଫ୍ରିକାନ ଡାଇମଣ୍ଡ ସର୍କସ। ସର୍କସରେ ଆଗ ଭଳି ଶୋ ଦେଖିବାକୁ ମିଳୁ ନଥିଲେ ବି ଅନେକ ଅନେକ ମୌଳିକତାକୁ ବଜାଇ ରଖିବାରେ ସକ୍ଷମ ହୋଇଛନ୍ତି ସର୍କସ କର୍ତ୍ତୃପକ୍ଷ। କୋରନା ପରେ ଏହି ଶିଳ୍ପ ଏକ ରକମର ବନ୍ଦ ହେବା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏବେ ପୁଣି ଥରେ ଅଣ୍ଟା ସଲଖି ଛଡା ହୋଇଛି ଏହି ଶିଳ୍ପ।
ଦେଶରେ ସର୍କସ କଳାକାରଙ୍କ ଅଭାବ ଦେଖାଦେବା କାରଣରୁ ଆଫ୍ରିକାନ କଳାକାର ମାନେ ଆସି ଏଠାରେ ଲୋକଙ୍କ ମନରଞ୍ଜନ କରୁଛନ୍ତି। ବିଦେଶୀ କଳାକାରଙ୍କ ଦଉଡ଼ି ଖେଳ, ଜିମ୍ନାଷ୍ଚିକ୍ ଓ ନିଆଁ ରେ ଖେଳ ଆଦିର ମଜା ନେଉଛନ୍ତି ସମସ୍ତେ ।ସର୍କସ ରେ କୌଣସି ଜୀବଜନ୍ତୁ ଅଣାଯାଇ ନାହିଁ ସତ କିନ୍ତୁ ନୂତନ ଜ୍ଞାନ କୌଶଳରେ ଦର୍ଶକଙ୍କ ମନ ମୁଗ୍ଧ କରୁଛନ୍ତି ।
ଛୁଆ ଠାରୁ ବଡ଼ ସବୁ ଲୋକଙ୍କ ଭିଡ଼ ଏବେ ଜମୁଛି ପିଟିସି ପଡ଼ିଆର ସର୍କସ ଦେଖିବାକୁ । ପ୍ରାୟ ୧୦ ବର୍ଷ ପରେ ଅନୁଗୋଳ ରେ ସର୍କସ ପଡି ଥିବାରୁ ତାର ମଜା ନେବା ପାଇଁ ଲୋକଙ୍କ ଭିଡ଼ ହେଉଛି। ଜୋକ ଙ୍କ କମେଡି ସାଙ୍ଗକୁ ଆଫ୍ରିକାନ କଳାକାର ଙ୍କ ଶୋ ସହ ମଣି ମଣିପୁର କଳାକାର ଙ୍କ ମର୍ସଲା ଆର୍ଟ କଳା ପଦର୍ଶନ ଲୋକଙ୍କ ମନ ଜିଣୁଛି ।
ପୋଲ ଖେଳ , ଫାୟାର ଶୋ , ଜାଲି ମଧ୍ୟରେ ମୋଟରସାଇକେଲ ଚାଳନା ର ଶୋ ସହ , ରିଙ୍ଗ ଡ୍ୟାନ୍ସ ଆଦିର ମଜା ନେଉଛନ୍ତି ଦର୍ଶକ। ଲୋକେ ନିଜର ପରିବାର ଧରି ଆସି ସର୍କସ ଦେଖିବାର ମଜା ନେଉଛନ୍ତି। ଲୋକଙ୍କୁ ଏଣ୍ଟ୍ରଟେନ କରି ଜୋକର ଙ୍କ ଠାରୁ ଆରମ୍ଭ କରି କର୍ତ୍ତୃପକ୍ଷ ମଧ୍ୟ ଉତ୍ସାହିତ। ତେବେ ସର୍କସ ଶିଳ୍ପ ବଞ୍ଚାଇ ରଖିବାକୁ ସରକାରୀ ପ୍ରୋତ୍ସାହନ ର ଆବଶ୍ୟକତା ଥିବା କହିଛନ୍ତି।
ଅଣ୍ଟା ସଳଖି ଛଡା ହେଉଛି ସର୍କସ। କୋରନା ପରଠାରୁ ସର୍କସ ଶିଳ୍ପ ବୁଡି ଯିବାକୁ ବସିଥିବା ବେଳେ ଏବେ ପୁଣି ଥରେ ଅଣ୍ଟା ସଲଖି ଛିଡା ହେଉଛି। ସବୁ ବାଧାପରେ ବି ସର୍କସ ପୁଣି ଥରେ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବାର ଉଦ୍ୟମ ସଫଳ ହେଉ ଏହା ହିଁ ଆଶା ।