ଇଣ୍ଡିଆ ମେଣ୍ଟର ବୈଠକ, କଂଗ୍ରେସ ଭବନରେ ଏକାଠି ହେଲେ ୧୬ ରାଜନୈତିକ ଦଳ

ସାଧାରଣ ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟର ବୈଠକ । କଂଗ୍ରେସ ଭବନରେ ଏକାଠି ହେଲେ ୧୬ ରାଜନୈତିକ ଦଳ । ଓଡ଼ିଶା ପାଇଁ ଇଣ୍ଡିଆ ମେଣ୍ଟର ରଣନୀତି ପ୍ରସ୍ତୁତ । ନିଜ ସପକ୍ଷରେ ଜନମତ ସଂଗ୍ରହ ପାଇଁ ରାଜ୍ୟରେ ଇଣ୍ଡିଆ ମେଣ୍ଟ ପ୍ରସ୍ତୁତି ଆରମ୍ଭ କରିଛି ।

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟର ବୈଠକ । କଂଗ୍ରେସ ଭବନରେ ଏକାଠି ହେଲେ ୧୬ ରାଜନୈତିକ ଦଳ । ଓଡ଼ିଶା ପାଇଁ ଇଣ୍ଡିଆ ମେଣ୍ଟର ରଣନୀତି ପ୍ରସ୍ତୁତ । ନିଜ ସପକ୍ଷରେ ଜନମତ ସଂଗ୍ରହ ପାଇଁ ରାଜ୍ୟରେ ଇଣ୍ଡିଆ ମେଣ୍ଟ ପ୍ରସ୍ତୁତି ଆରମ୍ଭ କରିଛି । ଆସନ୍ତା ଦୁଇ ମାସରେ ରାଜ୍ୟର ୪ ଜିଲ୍ଲାରେ ୪ଟି ଜନ ଆକ୍ରୋଶ ସମାବେଶ କରିବାକୁ ମେଣ୍ଟ ନିଷ୍ପତ୍ତି ନେଇଛି ।

ଏଥିରେ କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କୁ ବିଝାଯିବ ବୋଲି କଂଗ୍ରେସ ଭବନରେ ଇଣ୍ଡିଆ ମେଣ୍ଟ ବୈଠକରେ ନିଷ୍ପତ୍ତି ହୋଇଛି । ସବୁ ରାଜନୈତିକ ଦଳର ପ୍ରତିନିଧିଙ୍କୁ ନେଇ ଏକ ୧୭ ଜଣିଆ କୋଡିନେସନ କମିଟିର ନିର୍ମାଣ କରାଯାଇଛି ।

କମିଟିରେ ପିସିସି ସଭାପତି ଶରତ ପଟ୍ଟନାୟକ ଅଧ୍ୟକ୍ଷ ରହିଥିବାବେଳେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦ ସଂଯୋକ ଏବଂ ସମସ୍ତ ମେଣ୍ଟଭୁକ୍ତ ରାଜନୈତିକ ଦଳମାନଙ୍କର ସଭ୍ୟ ଭାବେ ରହିଛନ୍ତି । କମିଟିର ନିଷ୍ପତି କ୍ରମରେ ରାୟଗଡା, ସମ୍ବଲପୁର, ବାଲେଶ୍ୱର, ରାଉଲକେଲାରେ ନଭେମ୍ବର ମାସରେ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏଥିରେ ମୁଖ୍ୟତଃ ଉତ୍କଟ ବେକାରୀ ସମସ୍ୟା, ବ୍ୟାପକ ଦୁର୍ନୀତି, ଚାଷ ଓ ଚାଷୀ ସମସ୍ୟା, ନାରୀ ନିର୍ଯାତନା ଆଦିକୁ ନେଇ ଆନ୍ଦୋଳନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.