ପଶ୍ଚିମବଙ୍ଗ : ପୂଜା ବଜାରରେ ଜଳିଗଲା ୬୦ ଦୋକାନ, ଲକ୍ଷାଧିକ ଟଙ୍କାର ଜିନିଷପତ୍ର ପୋଡି ପାଉଁଶ
ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲ୍ଲା ସିଲିଗୁଡି ନକ୍ସଲବାରି ବଜାରରେ ୬୦ ଦୋକାନରେ ନିଆଁ ଲାଗିଛି । ଫଳରେ ଦୋକାନୀରେ ଭରିଥିବା ଜିନିଷପତ୍ର ପୋଡି ପାଉଁଶ ହୋଇଯାଇଛି । ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡିନି ।
ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲ୍ଲାରେ ଏକ ବଜାରରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗିବା ଯୋଗୁଁ ପାଖାପାଖି ୬୦ଟି ଦୋକାନ ଜଳିପୋଡି ପାଉଁଶ ହୋଇଯାଇଛି । ସିଲିଗୁଡ଼ି ନକ୍ସଲବାରିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଲୋକେ ନିଆଁ ଲାଗିଥିବାର ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଠିକ ସମୟରେ ଅଗ୍ନିଶମ ବିଭାଗର ୬ଟି ଗାଡି ଏବଂ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କାବୁ କରିଥିଲେ । ତେବେ ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡି ପାଉଁଶ ହୋଇଯାଇଥିବା ବେଳେ ହତାହତ ଖବର ଆସିନାହିଁ ।
ଖବର ମୁତାବକ, ଦାର୍ଜିଲିଂ ଜିଲ୍ଲାର ନକ୍ସଲବାରି ବଜାରରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ପାଖାପାଖି ୬୦ ଦୋକାନରେ ନିଆଁ ଲାଗିଯାଇଥିଲା । ପୂଜା ଯୋଗୁଁ ବଜାରର ସବୁ ଦୋକାନରେ ଜିନିଷ ଭରି ରହିଥିଲା । ତେବେ ଆଗକୁ ଦଶହରା ପୂଜା ଥିବାରୁ ବ୍ୟବସାୟୀ ମାନେ ନିଜର ଜିନିଷକୁ ଦୋକାନରେ ଭରି ଭରି ରଖିଥିବା ବେଳେ ଗତକାଲି ରାତିରେ ନିଆଁ ଲାଗି ବ୍ୟବସାୟୀଙ୍କର ବ୍ୟାପକ କ୍ଷତି ହୋଇଥିବାର ଜଣାପଡିଛି । ନିଆଁ ଲାଗିବା ଖବର ମିଳିବା ଜଣେ ତୁରନ୍ତ ଦମକଳ ବାହିନୀର ୬ଟି ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହେଲେ ଦଶହରା ବଜାରରେ ନିଆଁ ଲାଗିବା ଯୋଗୁଁ ଦୋକାନୀ ଚିନ୍ତାରେ ରହିଛନ୍ତି ।
#WATCH | West Bengal: Fire broke out in Naxalbari Bazar in the Siliguri sub-division of Darjeeling district. Six fire tenders present at the spot. No casualties have been reported. pic.twitter.com/mgbEwklnpE
— ANI (@ANI) October 15, 2023