Below header

ପରିବା ବ୍ୟବସାୟୀଙ୍କୁ ବୀଭତ୍ସ ହତ୍ୟା, ଘର ବାରଣ୍ଡାରେ ଶୋଇଥିବାବେଳେ ହତ୍ୟା

ବୈଶିଙ୍ଗା ଥାନା ପାଟଳିପୁରା ପଞ୍ଚାୟତ ଅଧୀନ ଡେ଼ଁଫୌଦା ଗ୍ରାମର ପରିବା ବ୍ୟବସାୟୀଙ୍କୁ ରବିବାର ବିଳମ୍ବିତ ରାତିରେ କୌଣସି ଅଜଣା ଦୁର୍ବୁତ୍ତ ଧାରୁଆ ଅସ୍ତ୍ରରେ ହାଣି ବିଭତ୍ସ ଭାବରେ ହତ୍ୟା କରିଛନ୍ତି l ମୃତକ ଜଣକ ହେଉଛନ୍ତି ଗ୍ରାମର ବାଇଧର ଓରଫ ବାୟା ସାସମାଲ l

ମୟୁରଭଞ୍ଜ : ବୈଶିଙ୍ଗା ଥାନା ପାଟଳିପୁରା ପଞ୍ଚାୟତ ଅଧୀନ ଡେ଼ଁଫୌଦା ଗ୍ରାମର ପରିବା ବ୍ୟବସାୟୀଙ୍କୁ ରବିବାର ବିଳମ୍ବିତ ରାତିରେ କୌଣସି ଅଜଣା ଦୁର୍ବୁତ୍ତ ଧାରୁଆ ଅସ୍ତ୍ରରେ ହାଣି ବିଭତ୍ସ ଭାବରେ ହତ୍ୟା କରିଛନ୍ତି l ମୃତକ ଜଣକ ହେଉଛନ୍ତି ଗ୍ରାମର ବାଇଧର ଓରଫ ବାୟା ସାସମାଲ l

ବାଇଧର ରବିବାର ରାତିରେ ମାଣତ୍ରୀ ସାପ୍ତାହିକ ହାଟରୁ ପରିବା ବେପାର ସାରି ଘରକୁ ଫେରିଥିଲେ l ତେବେ ଖାଇପିଇ ସବୁଦିନ ଭଳି ରବିବାର ରାତିରେ ଘର ବାରଣ୍ଡାରେ ଶୋଇଥିବାବେଳେ କୌଣସି ଅଜଣା ଦୁର୍ବୁତ୍ତ ଧାରୁଆ ଅସ୍ତ୍ରରେ ବାରମ୍ୱାର ହାଣି ଅତ୍ୟନ୍ତ ବିଭତ୍ସ ଭାବରେ ହତ୍ୟା କରିଥିଲା l

ଶରୀରରୁ ମୁଣ୍ଡ ଅଲଗା କରିବାକୁ ଚେଷ୍ଟା କରାଯାଇଥିବାର ଦେଖିବାକୁ ମିଳିଛି l ତେବେ ବିଳମ୍ବିତ ରାତିରେ ବଡପୁଅ ଦେଖି ପରିବାରଲୋକଙ୍କୁ ଉଠାଇବା ସହିତ ପାଖ ପଡୋଶୀଙ୍କୁ ଜଣାଇଥିଲା l ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାକୁ ଅପେକ୍ଷା କରିଛି ପୁଲିସ l ଏଭଳି ହତ୍ୟାକାଣ୍ଡକୁ ନେଇ ଗ୍ରାମରେ ଭୟର ବାତାବରଣ ଦେଖାଦେଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.