Below header

ଗାଜା ଉପରେ ପୁଣି ଥରେ ଏୟାର ଷ୍ଟ୍ରାଇକ କଲା ଇସ୍ରାଏଲ

ଅଶାନ୍ତ ଅବସ୍ଥାରେ ମଧ୍ୟପ୍ରାଚ୍ୟ । କିଛି ଦିନର ବ୍ୟବଧାନ ପରେ ଗାଜା ଉପରେ ପୁଣି ଇସ୍ରାଏଲର ଏୟାର ଷ୍ଟ୍ରାଇକ । ଆଜି ସକାଳୁ ଗାଜାସିଟିର ଖାନ ୟୁନସ ଅଞ୍ଚଳରେ ବୋମାମାଡ ହୋଇଛି । ଗତକାଲି ଇସ୍ରାଏଲରେ ଗାଜାର ଆତଙ୍କବାଦୀ ମାନେ ବିସ୍ଫୋରକ ବେଲୁନ ପଠାଇ ଯାଇଥିଲେ । ଏଥିରେ ଦକ୍ଷିଣ ଇସ୍ରାଏଲର ୨୦ଟି ସ୍ଥାନରେ ନିଆଁ ଲାଗିଥିଲା । ଏହାର ଜବାବରେ ଇସ୍ରାଏଲ ପକ୍ଷରୁ ବିମାନ ଯୋଗେ ଆକ୍ରମଣ ହୋଇଛି । ହାମାସର ଦୁଇ ମିଲିଟାରୀ ସାଇଟରେ ଇସ୍ରାଏଲ ଯୁଦ୍ଧବିମାନ ପକ୍ଷରୁ ଆକ୍ରମଣ ହୋଇଛି । ତେବେ ମୃତାହତ ନେଇ କୈଣସି ସୂଚନା ମିଳିନାହିଁ । ଏପଟେ ଆକ୍ରମଣକୁ

ନିନ୍ଦା କରାଯିବା ସହ ଅନ୍ୟାୟ ବିରୋଧରେ ଲଢେଇ ଜାରି ରହି ବୋଲି ହାମାସ ପକ୍ଷରୁ କୁହାଯାଇଛି । ଇସ୍ରାଏଲରେ ନୂଆ ସରକାର ଗଠନ ପରେ ଗାଜା ଉପରେ ଆକ୍ରମଣ ହୋଇଛି । ପୂର୍ବରୁ ୧୧ଦିନର ଘମାଘୋଟ ଲଢେଇ ପରେ ଗତ ୨୧ ତାରିଖରେ ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ଘୋଷଣା ହୋଇଥିଲା । ୧୧ଦିନର ରକ୍ତପାତରେ ୬୫ ଶିଶୁଙ୍କ ସମେତ ୨୩୨ ଜଣ ପାଲେଷ୍ଟିନୀୟ ମୃତ୍ୟୁବରଣ କରିଥିଲେ । ଇସ୍ରାଏଲର ୧୨ଜଣ ନିହତ ହୋଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.