ମାଲକାନଗିରି: ମାଥିଲି ଥାନା ଅନ୍ତର୍ଗତ କୁଲାବେଡା ଜଙ୍ଗଲରେ ପୋଲିସ- ମାଓବାଦୀ ଗୁଳିବିନିମୟ

ମାଲକାନଗିରି(କେ ନ୍ୟୁଜ): ସୁରକ୍ଷାକର୍ମୀ ଓ ମାଓବାଦୀ ମୁହାଁମୁହିଁ । ମାଲକାନଗିରି ମାଥିଲି ଥାନା ଅନ୍ତର୍ଗତ କୁଲାବେଡା ଜଙ୍ଗଲରେ ଗୁଳିବିନିମୟ। ଜଙ୍ଗଲରେ ମାଓ ଶିବିର ଚାଲିଥିବା ସୂଚନା ପାଇ SOG ଓ DVF ପକ୍ଷରୁ ମିଳିତ କୁମ୍ବିଂ ଅପରେସନ୍‌ କରାଯାଇଥିଲା। ପୋଲିସକୁ ଦେଖି ପ୍ରଥମେ

ମାଓବାଦୀ ଗୁଳିଚାଳନା କରିଥିଲେ। ସୁରକ୍ଷାକର୍ମୀମାନଙ୍କ ପକ୍ଷରୁ ମଧ୍ୟ ପାଲଟା ଗୁଳିଚାଳନା କରାଯାଇଥିଲା। ପାଲଟା ଜବାବବେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ଏବେବି ଗୁଳି ବିନିମୟ ଜାରି ରହିଛି। ଘଟଣାସ୍ଥଳରୁ ଗୋଟେ ଇନସାସ୍‌ ରାଇଫଲ ଜବତ ହୋଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.