Below header

ବିନା ପରୀକ୍ଷାରେ ହୋଇପାରିବେ BSF ଅଫିସର, ଦରମା ମାସକୁ ୭୦ ହଜାରରୁ ଅଧିକ

ସୀମା ସୁରକ୍ଷା ବଳ(BSF)ରେ ଅଧିକାରୀ ହେବା ପାଇଁ ଇଚ୍ଛା ରଖିଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏଥିପାଇଁ ବିଏସଏଫର ସବୁ ହସପିଟାଲରେ GDMO ଏବଂ ସ୍ପେଶାଲିଷ୍ଟ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଏଥିପାଇଁ BSF ର ନୋଟିଫିକେସନ ଜାରି କରିଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ। ସେଥିପାଇଁ ଅଧିକାରକ ୱେବସାଇଟ bsf.gov.in କୁ ଯାଇ ଆପ୍ଲାଏ କରିପାରିବେ। ଏହି ପଦବୀ ପାଇଁ ଜୁନ ୨୧ ରୁ ଜୁନ ୩୦ ପର୍ଯ୍ଯନ୍ତ ୱାକ-ଇନ-ଇଣ୍ଟରଭ୍ଯୁ ସାମିଲ ହୋଇପାରିବେ।

ଏହାଛଡା ପ୍ରାର୍ଥୀ ସିଧାସଳଖ ଭାବେ https://bsf.gov.in/Home ରେ କ୍ଲିକ କରି ଆବେଦନ କରିପାରିବେ। ଏହି ଭର୍ତ୍ତି ପ୍ରକ୍ରିୟାରେ ୮୯ ପଦବୀରେ ଭର୍ତ୍ତି କରାଯିବ।

ଜରୁରୀ ତାରିଖ: ୱାକ-ଇନ-ଇଣ୍ଟରଭ୍ଯୁ ପାଇଁ ଜୁନ ୨୧ରୁ ଜୁନ ୩୦ ପର୍ଯ୍ଯନ୍ତ ସମୟ ରହିଛି।

ପଦବୀ ବିବରଣୀ: ୮୯

ସ୍ପେଶାଲିଷ୍ଟ: ୨୭

ଜେନେରାଲ ଡ୍ଯୁଟି ମେଡିକାଲ ଅଫିସର: ୬୨

ଶିକ୍ଷାଗତ ଯୋଗ୍ଯତା: ଇଚ୍ଛୁକ ପ୍ରାର୍ଥୀ ପୋଷ୍ଟ ଗ୍ରାଜୁଏଟ ଡିଗ୍ରୀ/ ଡିପ୍ଲୋମା କରିଥିବା ଆବଶ୍ଯକ। ଏହା ସହିତ ଗ୍ରାଜୁଏଟ ବିଷୟରେ ୧ ବର୍ଷର ଅଭିଜ୍ଞତା ରହିଥିବା ଜରୁରୀ। ଏହାଛଡା ଯେଉଁମାନେ ଡିପ୍ଲୋମା କରିଥିବେ ସେମାନଙ୍କୁ ୨ ବର୍ଷର ଅଭିଜ୍ଞତା ଥିବା ଜରୁରୀ। ଜେନେରୋଲ ଡ୍ଯୁଟି ମେଡିକାଲ ଅଫିସର(GDMO) ପାଇଁ ପ୍ରାର୍ଥୀ MBBS ଡିଗ୍ରୀ ସହିତ ଇଣ୍ଟନସିପର ଅଭିଜ୍ଞତା ଥିବା ଜରୁରୀ।

ଦରମା: ସ୍ପେଶାଲିଷ୍ଟ ପାଇଁ ୮୫ ହଜାର ଟଙ୍କା, ଜେନେରାଲ ଡ୍ଯୁଟି ମେଡିକାଲ ଅଫିସର ପାଇଁ ମାସିକ ୭୫ ହଜାର ଟଙ୍କା ବେତନ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.