Below header

ଲାଇଭ ରିପୋର୍ଟିଂ କରିବା ବେଳେ ଫିଲିସ୍ତାନ ଉପରେ ବୋମାମାଡ଼ କଲା ଇସ୍ରାଏଲ, ଦେଖନ୍ତୁ ଭିଡିଓ

ଏହି ଭିଡିଓରେ ତାଙ୍କ ପଛରେ ଥିବା ପାଲେଷ୍ଟାଇନ ଟାୱାର ଉପରେ ବୋମା ପଡିବା ପରେ ଖବରଦାତା ଚିତ୍କାର କରୁଥିବା ଦେଖିବାକୁ ମିଳିଛି । ବିସ୍ଫୋରଣ ହୋଇଥିବା ବିଲଡିଂରୁ ବହୁ କଳା ଧୂଆଁ ଉଠିଥିବାର ଦେଖାଯାଇଛି । ବୋମା ବିସ୍ଫୋରଣ ସମୟରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରୁଥିବା ଷ୍ଡୁଡିଓରେ ବସିଥିବା ଅଲ ଜଜିରାର ଆଙ୍କର୍ ତାଙ୍କୁ ସୁରକ୍ଷିତ ଆଶ୍ରୟ ନେବାକୁ ଅନୁରୋଧ କରିଛନ୍ତି ।

ପାଲେଷ୍ଟାଇନର ହମାସ ଆତଙ୍କବାଦୀ ଗୋଷ୍ଠୀ ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ଯୁଦ୍ଧ ଘୋଷଣା କରିଛି ଇସ୍ରାଏଲ। ତେବେ ଯୁଦ୍ଧକ୍ଷେତ୍ରରୁ ଅନେକ ବିବ୍ରତ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି । ଏଠାରେ ଏକ ଅଲ ଜଜିରା ସାମ୍ବାଦିକଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଇସ୍ରାଏଲ ଏବଂ ଆତଙ୍କବାଦୀ ଗୋଷ୍ଠୀ ହାମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଗାଜାରୁ ଲାଇଭ୍ ରିପୋର୍ଟ କରାଯାଉଥିଲା, ସେହି ସମୟରେ ରିପୋର୍ଟିଂ କରୁଥିବା ବ୍ୟକ୍ତିଙ୍କ ପଛରେ ଥିବା ବିଲଡିଂ ଉପରେ ବୋମାମାଡ଼ କରାଯାଇଥିଲା। ଯାହାର ଭିଡିଓ ଦେଖିବାକୁ ମିଳିଛି ।

ଏହି ଭିଡିଓରେ ତାଙ୍କ ପଛରେ ଥିବା ପାଲେଷ୍ଟାଇନ ଟାୱାର ଉପରେ ବୋମା ପଡିବା ପରେ ଖବରଦାତା ଚିତ୍କାର କରୁଥିବା ଦେଖିବାକୁ ମିଳିଛି । ବିସ୍ଫୋରଣ ହୋଇଥିବା ବିଲଡିଂରୁ ବହୁ କଳା ଧୂଆଁ ଉଠିଥିବାର ଦେଖାଯାଇଛି । ବୋମା ବିସ୍ଫୋରଣ ସମୟରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରୁଥିବା ଷ୍ଡୁଡିଓରେ ବସିଥିବା ଅଲ ଜଜିରାର ଆଙ୍କର୍ ତାଙ୍କୁ ସୁରକ୍ଷିତ ଆଶ୍ରୟ ନେବାକୁ ଅନୁରୋଧ କରିଛନ୍ତି ।

ସୋସିଆଲ ମିଡିଆରେ ଭାଇରଲ ହୋଇଥିବା ଭିଡିଓରେ ଟିଭି ଆଙ୍କର୍ କହିଛନ୍ତି ଯେ, ‘ଦୟାକରି କଭର ନିଅନ୍ତୁ, ଯଦି ଆପଣ ନିରାପଦରେ ଏହା କରିବାକୁ ସକ୍ଷମ, ତେବେ ସେଠାରେ କ’ଣ ଘଟୁଛି ଆପଣ ଆମକୁ ବୁଝାଇ ପାରିବେ । ଯଦି ଆପଣ ନିରାପଦରେ ଏହା କରିବାକୁ ସ୍ଥିତିରେ ନାହାଁନ୍ତି, ଦୟାକରି ଏକ ସୁରକ୍ଷିତ ସ୍ଥାନରେ ପହଞ୍ଚନ୍ତୁ ।

ସୂଚନାଯୋଗ୍ୟ, ପାଲେଷ୍ଟାଇନର ହମାସ ଆତଙ୍କବାଦୀ ଗୋଷ୍ଠୀ ଶନିବାର ଅଚାନକ ଇସ୍ରାଏଲ ଉପରେ ଭୟାନକ ଆକ୍ରମଣ କରିବା ପରେ ଯୁଦ୍ଧ ଘୋଷଣା କରିଛି ଇସ୍ରାଏଲ। ହାମାସ-ଇସ୍ରାଏଲ ଯୁଦ୍ଧରେ ଏପର୍ଯ୍ୟନ୍ତ ୪୦୦ ଲୋକ ପ୍ରାଣ ହରାଇଥିବା ବେଳେ ୧୭୦୦ରୁ ଅଧିକ ଆହତ ହୋଇଛନ୍ତି । କିଛି ଦିନ ଧରି ଗାଜା ଷ୍ଟ୍ରିପରେ ଉତ୍ତେଜନା ଲାଗି ରହିଥିବା ବେଳେ ଗତକାଲି ହଠାତ୍ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ। ଗାଜା ଷ୍ଟ୍ରପରୁ ସେମାନେ ଇସ୍ରାଏଲ ଉପରକୁ ୫ ହଜାରରୁ ଅଧିକ ରକେଟ୍ ମାଡ଼ କରିଥିଲେ। ଇସ୍ରାଏଲରେ ପ୍ରାୟ ୧୮,୦୦୦ ଭାରତୀୟ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.