Below header

ଆଦିତ୍ୟ L1 ମିଶନ ମିନି ମଡେଲ ସହିତ ମନ୍ଦିରରେ ପହଞ୍ଚିଲେ ଇସ୍ରୋ ମୁଖ୍ୟ, ଉତ୍‌କ୍ଷେପଣ ପାଇଁ କାଉଣ୍ଟଡାଉନ ଆରମ୍ଭ

ଭାରତର ପ୍ରଥମ ସୋଲାର ମିଶନ ଆଦିତ୍ୟ L1 ଲଞ୍ଚିଂ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଯାଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ପେସ ସେଣ୍ଟରୁ ଆସନ୍ତାକାଲି ବା ସେପ୍ଟେମ୍ବର ୨ ତାରିଖ ସକାଳ ୧୧.୫୦ ମିନିଟ ସମୟରେ ଆଦିତ୍ୟ L1 ଲଞ୍ଚ ହେବ । ଆଦିତ୍ୟ L1 ଲଞ୍ଚ ପୂର୍ବରୁ ଇସ୍ରୋ ମୁଖ୍ୟ ଏସ ସୋମନାଥ ତିରୁପତିର ଚେଙ୍ଗଲାମା ପରମେଶ୍ୱରୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।

ଭାରତର ପ୍ରଥମ ସୋଲାର ମିଶନ ଆଦିତ୍ୟ L1 ଲଞ୍ଚିଂ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଯାଇଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ପେସ ସେଣ୍ଟରୁ ଆସନ୍ତାକାଲି ବା ସେପ୍ଟେମ୍ବର ୨ ତାରିଖ ସକାଳ ୧୧.୫୦ ମିନିଟ ସମୟରେ ଆଦିତ୍ୟ L1 ଲଞ୍ଚ ହେବ । ଆଦିତ୍ୟ L1 ଲଞ୍ଚ ପୂର୍ବରୁ ଇସ୍ରୋ ମୁଖ୍ୟ ଏସ ସୋମନାଥ ତିରୁପତିର ଚେଙ୍ଗଲାମା ପରମେଶ୍ୱରୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହାସହିତ ଇସ୍ରୋ ବୈଜ୍ଞାନିକମାନେ ଆଦିତ୍ୟ L1 ମିଶନର ମିନି ମଡେଲ ସହିତ ତିରୁମାଳା ଶ୍ରୀ ଭେଙ୍କେଟେଶ୍ୱର ମନ୍ଦିରରେ ପୂଜା କରିବାକୁ ପହଞ୍ଚିଥିଲେ ।

ଉତକ୍ଷେପଣ ପାଇଁ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ ଇସ୍ରୋ ମୁଖ୍ୟ ସୋମନାଥ ଗୁରୁବାର ଦିନ ଚେନ୍ନାଇରେ କହିଛନ୍ତି ଯେ ରକେଟ୍ ଏବଂ ଉପଗ୍ରହ ପ୍ରସ୍ତୁତ । ଲଞ୍ଚିଂ ପାଇଁ ଆମେ ରିହର୍ସାଲ୍ ସମାପ୍ତ କରିଛୁ । ” ଏହି ସମୟରେ ଗଗନୟାନ ବିଷୟରେ ମଧ୍ୟ କହିଛନ୍ତି । ଆଦିତ୍ୟ ଏଲ-୧ ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଥିବା ଆର୍ଥ-ସନ୍ ସିଷ୍ଟମର ପ୍ରଥମ ଲଗରାଞ୍ଜିଆନ୍ ପଏଣ୍ଟ୍ ବା ଏଲ-୧ର ଏକ ହାଲୋ ଅର୍ବିଟରେ ଅବସ୍ଥାପିତ ହେବ। ସେଠାକୁ ଯିବା ପାଇଁ ପ୍ରାୟ ୪ ମାସ ବା ୧୨୫ ଦିନ ସମୟ ଲାଗିବ। ଏହି ସ୍ଥାନରେ ପୃଥିବୀ ଓ ସୂର୍ଯ୍ୟର ଚୁମ୍ବକୀୟ ଶକ୍ତି ପ୍ରାୟ ସମାନ। ତେଣୁ ସେଠାରେ କୌଣସି ବସ୍ତୁ ଅବସ୍ଥାପିତ ହେଲେ, ତାହା ସେହି ସ୍ଥାନରେ ହିଁ କାର୍ଯ୍ୟକ୍ଷମ ହେବ। ଏହାପରେ ଗଗନୟାନ ଅକ୍ଟୋବରର ପ୍ରଥମ ସପ୍ତାହରେ ଲଞ୍ଚ ହେବ ।

ଆଦିତ୍ୟ L1 ଉପରେ ସମଗ୍ର ବିଶ୍ୱ ନଜର ରଖିଛି। ଶନିବାର ହେବାକୁ ଥିବା ଏହି ଲଞ୍ଚିଂ ପ୍ରୋଗ୍ରାମ ଦେଖିବାକୁ ଇସ୍ରୋ ପକ୍ଷରୁ ବ୍ୟବସ୍ଥା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.