ଫିଲ୍ମ ‘ଜବାନ’ ରିଲିଜ୍‌ ହେବା ପୂର୍ବରୁ ମାତା ବୈଷ୍ଣୋ ଦେବୀଙ୍କୁ ଦର୍ଶନ କଲେ ଶାହରୁଖ ଖାନ୍‌, ଭିଡିଓ ଭାଇରଲ

୯ ମାସ ମଧ୍ୟରେ ଶାହରୁଖ୍ ଖାନ୍ ଦୁଇଥର ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯାଇସାରିଲେଣି । ସେ ପୂର୍ବରୁ ୨୦୨୨ ଡିସେମ୍ବରରେ ଫିଲ୍ମ ‘ପଠାନ’ ରିଲିଜ୍ ହେବା ପୂର୍ବରୁ ମନ୍ଦିରକୁ ମା’ଙ୍କ ଦର୍ଶନ ପାଇଁ ଯାଇଥିଲେ । ‘ଜବାନ’ ରିଲିଜ ହେବା ଜାମ୍ମୁ କାଶ୍ମୀରରେ ଥିବା ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ଆଶୀର୍ବାଦ ନେବା ପାଇଁ ପହଞ୍ଚିଥିଲେ ଶାହରୁଖ୍ ।

ବଲିଉଡର କିଙ୍ଗ ଖାନ ଶାହରୁଖ ଖାନ୍ ତାଙ୍କ ଅପକମିଂ ଫିଲ୍ମ ‘ଜବାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଶାହରୁଖ୍ ଖାନ୍ ମଙ୍ଗଳବାର ରାତିରେ ଜାମ୍ମୁ କାଶ୍ମୀରରେ ଥିବା ମାତା ବୈଷ୍ଣୋ ଦେବୀଙ୍କ ମନ୍ଦିରରେ ଆଶୀର୍ବାଦ ନେବା ପାଇଁ ପହଞ୍ଚିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ମାତା ବୈଷ୍ଣୋ ଦେବୀଙ୍କୁ ଦର୍ଶନ କରିବା ସମୟରେ ଶାହରୁଖ୍ ଖାନ କଡା ସୁରକ୍ଷା ମଧ୍ୟରେ ମନ୍ଦିରରେ ଦର୍ଶନ କରିଥିଲେ । ଭାଇରଲ ଭିଡିଓରେ ଶାହରୁଖ ଖାନ କାଜୁଆଲ୍ ଧଳା ଟି-ସାର୍ଟ, ନୀଳ ଜ୍ୟାକେଟ୍, ଡେନିମ୍ ଏବଂ ଜୋତା ପିନ୍ଧି ଥିଲେ । ସେଠାରେ ତାଙ୍କୁ ଦେଖି ଭିଡ ନ ହେବା ପାଇଁ ସେ ମାକ୍ସ ଦେଇ ହୁଡିରେ ମୁହଁ ଲୁଚାଇ ଦେଇଥିଲେ । କିଙ୍ଗ ଖାନଙ୍କ ସହ ତାଙ୍କ ସୁରକ୍ଷା କର୍ମୀ, ସ୍ଥାନୀୟ ପୋଲିସ ଏବଂ ଟିମର କିଛି ଲୋକ ରହିଥିଲେ । ଶାହରୁଖ କାହା ସହିତ କଥା ନ ହୋଇ ସିଧା ଯାଇ ମା’ଙ୍କୁ ଦର୍ଶନ କରିଥିଲେ ।

ସୋସିଆଲ ମିଡିଆରେ ଶାହରୁଖ୍ ଖାନଙ୍କ ମନ୍ଦିର ଯିବାର ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓ ଦେଖିବା ପରେ ଫ୍ୟାନ୍ସ କିଙ୍ଗ ଖାନ୍ଙ୍କୁ ପ୍ରଶଂସା କରିଛନ୍ତି । ୯ ମାସ ମଧ୍ୟରେ ଶାହରୁଖ୍ ଖାନ୍ ଦୁଇଥର ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯାଇସାରିଲେଣି । ସେ ପୂର୍ବରୁ ୨୦୨୨ ଡିସେମ୍ବରରେ ଫିଲ୍ମ ‘ପଠାନ’ ରିଲିଜ୍ ହେବା ପୂର୍ବରୁ ମନ୍ଦିରକୁ ମା’ଙ୍କ ଦର୍ଶନ ପାଇଁ ଯାଇଥିଲେ ।

 

View this post on Instagram

 

A post shared by Jatin Gupta (@iamjating)

ସେପ୍ଟେମ୍ବର କିଙ୍ଗ୍ ଖାନଙ୍କର ପୁଣି ଏକ ଫିଲ୍ମ ‘ଯବାନ’ ରିଲିଜ ହେବାକୁ ଯାଉଛି । ତେବେ ଏଥିପାଇଁ ସେ ପୁଣି ମାତା ବୈଷ୍ଣୋ ଦେବୀଙ୍କୁ ଦର୍ଶନ ପାଇଁ ପହଞ୍ଚିଛନ୍ତି । ଏଟିଲଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ‘ଜବାନ’ରେ ଶାହାରୁଖ ଖାନ୍ଙ୍କ ସହ ନୟନତାରା, ସାନ୍ୟା ମଲହୋତ୍ରା, ବିଜୟ ସେଥୁପତି ଏବଂ ପ୍ରିୟାମଣି ମଧ୍ୟ ଅଭିନୟ କରିଛନ୍ତି ।

ଫିଲ୍ମର ପ୍ରୋମସନ୍ ଆରମ୍ଭ ହୋଇଯାଇଛି । ତେବେ ଶାହରୁଖ ଖାନ୍ ଫିଲ୍ମ ‘ଜବାନ’ର ପ୍ରି-ରିଲିଜ୍ କାର୍ଯ୍ୟକ୍ରମର ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମ ବୁଧବାର ଅପରାହ୍ନରେ ଚେନ୍ନାଇରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.