Below header

କଟକ: ଲିଫ୍ଟ ଦେବା ବାହାନାରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଘଟଣା, ଡିସିପି କହିଲେ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ

ପୀଡ଼ିତା ଯୁବତୀଙ୍କର ଗୋଟିଏ ହାତ ଭାଙ୍ଗି ଯିବା ସହ ମୁଣ୍ଡ,ଗୋଡ଼,ପେଟ ଓ ଛାତିରେ ଆଘାତ ଲାଗିଥିଲା।। ତାଙ୍କୁ ମେଡିକାଲ ରେ ଚିକିତ୍ସା କରାଯାଉଥିବା ବେଳେ ପୋଲିସ ତାଙ୍କ ର ବୟାନ ରେକର୍ଡ କରିଛି।.

କଟକ(କେନ୍ୟୁଜ୍):  ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ ଉଦ୍ୟମ ଘଟଣା। ଯୁବତୀଙ୍କ ଏତଲା ଆଧାରରେ ମାମଲା ରୁଜୁ କରାଯିବା ସହ ତାଙ୍କର ବୟାନ ରେକର୍ଡ କରାଯାଇଛି । ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କଟକ ଡିସିପି ପିନାକ ମିଶ୍ର କହିଛନ୍ତି। ରାଖୀ ବାନ୍ଧିବା ପାଇଁ ଭୁବନେଶ୍ୱର ପଟିଆ ଅଞ୍ଚଳର ଜଣେ ଯୁବତୀ ନିଶ୍ଚିନ୍ତକୋଇଲିର ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ରାତି ପାଖାପାଖି ୮ ଟା ସମୟରେ କଟକ ଆସିବା ପାଇଁ ନିଶ୍ଚିନ୍ତକୋଇଲି ଛକ ରେ ବସ୍ କୁ ଅପେକ୍ଷା କରିଥିବା ବେଳେ ଜଣେ ଯୁବକ ତାଙ୍କୁ ଗାଡି ରେ ନେଇ କଟକ ଛାଡିଦେବେ ବୋଲି କହିଥିଲା ।

କିଛି ବାଟ ଆସିବା ପରେ କଟକ ମୁଖ୍ୟ ରାସ୍ତା ରେ ନଯାଇ ଏକ ଜଙ୍ଗଲ ଅଞ୍ଚଳ କୁ ନେବା ବେଳେ ଯୁବତୀ ଜଣକ ପ୍ରତିବାଦ କରିଥିଲେ । ସେହି ଯୁବକ ଜଣଙ୍କ ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିବାକୁ ଚେଷ୍ଟା କରୁଥିବା ବେଳେ ବିରୋଧ କରିବାରୁ ଗାଡିରୁ ଠେଲି ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ପୀଡ଼ିତା ଯୁବତୀଙ୍କର ଗୋଟିଏ ହାତ ଭାଙ୍ଗି ଯିବା ସହ ମୁଣ୍ଡ,ଗୋଡ଼,ପେଟ ଓ ଛାତିରେ ଆଘାତ ଲାଗିଥିଲା।। ତାଙ୍କୁ ମେଡିକାଲ ରେ ଚିକିତ୍ସା କରାଯାଉଥିବା ବେଳେ ପୋଲିସ ତାଙ୍କ ର ବୟାନ ରେକର୍ଡ କରିଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.