Below header

I.N.D.I.A ମେଣ୍ଟର ୧୩ ଜଣିଆ ସମନ୍ଵୟ କମିଟି ଗଠିତ, ଏକାଠି ମିଶି ନିର୍ବାଚନ ଲଢ଼ିବାକୁ ନେଲେ ସଂକଳ୍ପ

ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକର ଆଜି ଦ୍ୱିତୀୟ ଦିବସ। ମୁମ୍ବାଇରେ ଅନୁଷ୍ଠିତ ମେଗା ବୈଠକରେ ମେଣ୍ଟ ୧୩ ଜଣ ସଦସ୍ୟଙ୍କୁ ନେଇ ଏକ ସମନ୍ୱୟ କମିଟି ଘୋଷଣା କରିଛି।

ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକର ଆଜି ଦ୍ୱିତୀୟ ଦିବସ। ମୁମ୍ବାଇରେ ଅନୁଷ୍ଠିତ ମେଗା ବୈଠକରେ ମେଣ୍ଟ ୧୩ ଜଣ ସଦସ୍ୟଙ୍କୁ ନେଇ ଏକ ସମନ୍ୱୟ କମିଟି ଘୋଷଣା କରିଛି। ଏହି କମିଟିରେ କେସି ଭେନୁଗୋପାଲ, ସଞ୍ଜୟ ରାଉତ, ଶରଦ ପାୱାର, ହେମନ୍ତ ସୋରେନ, ଏମ.କେ ଷ୍ଟାଲିନ, ଓମର ଅବଦୁଲ୍ଲା, ଲଲନ ସିଂ, ତେଜସ୍ୱୀ ଯାଦବ, ମେହବୁବା ମୁଫତି, ଡି ରାଜା, ଅଭିଷେକ ବାନାର୍ଜୀ, ଜାଭେଦ ଅଲି ଖାନ ଓ ରାଘବ ଚଢ଼ା ରହିଛନ୍ତି।

ବୈଠକରେ ଲୋଗୋକୁ ନେଇ କୌଣସି ନିର୍ଣ୍ଣୟ ନିଆଯାଇପାରି ନାହିଁ। ସୂତ୍ରରୁ ଜଣାପଡ଼ିଛି ଯେ ବିରୋଧୀ ମେଣ୍ଟକୁ ନେଇ ୬ଟି ଲୋଗୋ ତାଲିକାଭୁକ୍ତ ହୋଇଥିଲା। ସେଥିରୁ ଗୋଟିଏ ଲୋଗୋ ଉପରେ ସମସ୍ତଙ୍କ ସହମତି ରହିଥିଲା। କିନ୍ତୁ କିଛି ନେତା ଏହି ଲୋଗୋକୁ ନେଇ ପରାମର୍ଶ ଦେବା ପରେ ଏହାକୁ ପରବର୍ତ୍ତୀ ବୈଠକରେ ଲଞ୍ଚ୍‌ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।

ମୁମ୍ବାଇରେ ଆୟୋଜିତ ଏହି ଦୁଇଦିନିଆ ବୈଠକରେ ସମସ୍ତ ଦଳ ସଂକଳ୍ପ ନେଇଥିଲେ ଯେ ସମସ୍ତେ ଏକାଠି ମିଶି ଲୋକସଭା ନିର୍ବାଚନ ଲଢ଼ିବେ। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକୁ ନେଇ ଇଣ୍ଡିଆ ମେଣ୍ଟ ସାରା ଦେଶରେ ରାଲି କରିବ। ବିରୋଧୀ ମେଣ୍ଟ ‘ଜୁଡ଼େଗା ଭାରତ, ଜିତେଗା ଇଣ୍ଡିଆ’ ସ୍ଲୋଗାନ ସହିତ ବିଭିନ୍ନ ଭାଷାରେ ନିଜର ପ୍ରଚାର ରଣନୀତି ଏବଂ ଅଭିଯାନ ଚଳାଇବ। ତେବେ ସମସ୍ତ ଦଳର ନଜର ସଂଯୋଜକ ପଦ ଉପରେ ଥିଲା, କିନ୍ତୁ ଏହା ଉପରେ ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.