Below header

ଜୟପୁର ପୋଲିସଙ୍କ ନୂଆ ପ୍ରୟାସ, ଲକଡାଉନ ଭାଙ୍ଗିଲେ ରୁମ୍ ଭିତରେ ବନ୍ଦ କରି ଶୁଣାଇବେ ‘ମସକକଲି’

ଲକଡାଉନ ପାଇଁ ଅନେକ ସ୍ଥାନରେ ପୋଲିସମାନେ ନିଜର ପ୍ରତିଭା ପଦର୍ଶନ କରିଛନ୍ତି। ଏଭଳି ଅନେକ ଖବର ମଧ୍ୟ ସାମ୍ନାକୁ ଆସିସାରିଛି। ସୂଚନା ମୁତାବକ ଗତ କିଛି ଦିନ ପୂର୍ବରୁ ନାଗପୁର ପୋଲିସ ସ୍ୱତନ୍ତ୍ର ଉପାୟରେ ଲୋକଙ୍କୁ ଘରେ ରହିବା ପାଇଁ ଉପଦେଶ ଦେଇଛନ୍ତି। ସେହିଭଳି ଅନେକ ସହରରେ ଲକଡାଉନ ପାଳନ ନକରୁଥିବା ଲୋକମାନଙ୍କୁ ପୋଲିସ ଗୋଲାପ ଫୁଲ ଦେଉଛନ୍ତି ତ କେଉଁଠି ହାର ପିନ୍ଧାଉଛନ୍ତି।

ଏହିସବୁ ଘଟଣା ପରେ ବର୍ତ୍ତମାନ ରାଜସ୍ଥାନର ଜୟପୁର ପୋଲିସ ନିଜର କ୍ରିଏଟିଭିଟି ଦେଖାଇଛନ୍ତି। ଯାହାର ଚର୍ଚ୍ଚା ଟ୍ୱିଟରରେ ଜୋର ଧରିଛି।

jaipore

ଜୟପୁର ପୋଲିସ ନିଜ ଅଧିକାରୀକ ଟ୍ୱିଟରରେ ଲେଖିଛନ୍ତି, ଘରେ ରୁହନ୍ତୁ ଏବଂ ଲକଡାଉନ ପାଳନ କରନ୍ତୁ। ଯଦି ଲକଡାଉନ ଭାଙ୍ଗିବେ ତେବେ ମସକକଲି ଗୀତର ନୂଆ ରିମିକ୍ସ ସହ ଗୋଟିଏ ରୁମରେ ବନ୍ଦ କରିଦେବୁ ଏବଂ ବାରମ୍ବାର ଏହି ଗୀତ ପ୍ଲେ କରିବୁ। ପୋଲିସ ଅଧିକାରୀ ଏହି ଗୀତଟିକୁ ଟିକିଏ ଅଲଗା ଅନ୍ଦାଜରେ ଲେଖିଛନ୍ତି।

ଏହି ଗୀତରେ ଲେଖାଅଛି, ‘ମତ ଉଡିୟୋ, ତୁ ଡରିୟୋ ନା କର ମାନମାନି, ମାନମାନି ଘର ମେ ହି ରହିୟୋ ନା କର ନାଦାନୀ ଏ ମସକଲି, ମସକଲି’। ଜୟପୁର ପୋଲିସଙ୍କ ଏହି ଟ୍ୱିଟରେ ଲୋକମାନେ ଖୁବ କମେଣ୍ଟ କରିବା ସହ ଏହାକୁ ରି-ଟ୍ୱିଟ ମଧ୍ୟ କରିଛନ୍ତି। ପୋଲିସଙ୍କର ଏହି ନିଆରା ଅନ୍ଦାଜ ସମଗ୍ର ଦେଶରେ ଲୋକପ୍ରିୟ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.