ଆପଣଙ୍କ ଜୀବନ ବଦଳାଇ ଦେବ ବାବା ସାହେବ ଆମ୍ବେଦକରଙ୍କ ଏହି ୧୭ଟି ଅମୂଲ୍ୟ ବାଣୀ

ଡ. ଭୀମରାଓ ଆମ୍ବେଦକର ବାବା ସାହେବ ଆମ୍ବେଦକର ନାମରେ ଅଧିକ ଲୋକପ୍ରିୟ ଥିଲେ । ସେ ଏକା ଧାରା ରେ ଜଣେ ଅର୍ଥଶାସ୍ତ୍ରୀ, ରାଜନୀତିଜ୍ଞ ଓ ସମାଜ ସୁଧାରକ ଥିଲେ । ଦଳିତ ମାନଙ୍କୁ ସାମାଜିକ ଅଧିକାର ଦେବା ପାଇଁ ଆମ୍ବେଦକର ନିଜ ଜୀବନ ସମର୍ପିତ କରିଥିଲେ | ପ୍ରତିବର୍ଷ ଏପ୍ରିଲ ୧୪ ତାରିଖ ଅର୍ଥାତ ଆଜିର ଦିନକୁ ସମାନତା ଦିବସ ବା ଜ୍ଞାନ ଦିବସ ରୂପେ ପାଳନ କରାଯାଏ । ଚଳିତ ବର୍ଷ ଡ଼. ଆମ୍ବେଦକରଙ୍କ ୧୨୯ ତମ ଜନ୍ମ ଦିବସ ପାଳିତ ହେଉଛି । ଭୀମରାଓ ଆମ୍ବେଦକରଙ୍କ ଜନ୍ମ ମଧ୍ୟପ୍ରଦେଶର ମହୁ ଅଂଚଳରେ ଏକ ମରାଠୀ ପରିବାରରେ ୧୮୮୯ ମସିହା ଆଜିର ଦିନରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ମାଲୋଜି ସକପାଳ ଓ ମା’ଙ୍କ ନାମ ଥିଲା ଭୀମାବାଇ । ଡ. ଆମ୍ବେଦକରଙ୍କ ଏମିତି କିଛି ଅମୁଲ୍ୟ ବିଚାର ଥିଲା ଯାହା ଜଣଙ୍କ ଜୀବନର ଗତି ପଥକୁ ବଦଳେଇ ଦେଇ ପାରିବ ।

– ଉଦାସୀନତା ଏମିତି ଏକ ରୋଗ ଯାହା କାହାକୁ ବି ପ୍ରଭାବିତ କରିପାରେ ।

dr ambedkar

– ଯଦି ଆମେ ଏକ ସଂୟୁକ୍ତ, ଏକୀକୃତ ତଥା ଅଧିନିକ ଭାରତର ସ୍ବପ୍ନ ଦେଖୁଛୁ ତେବେ ସମସ୍ତ ଧର୍ମ ଶାସ୍ତ୍ରର ବିନାଶ ହୋଇଯିବା ଦରକାର ।

– ଯେଉଁ ଲୋକ ନିଜର ଇତିହାସ ଜାଣନ୍ତି ନାହିଁ ସେ କେବେବି ଏକ ଇତିହାସ ସୃଷ୍ଟି କରିପାରିବ ନାହିଁ ।

– ଯଦି ମୋତେ କେବେ ଅନୁଭବ ହେବକି ସମ୍ବିଧାନର ଦୁରୁପଯୋଗ ହୋଇଛି ବୋଲି ତେବେ ମୁଁ ନିଜେ ହିଁ ଏହାକୁ ଜାଳିଦେବି ।

– ମୁଁ କେବଳ ମାତ୍ର ସ୍ୱତନ୍ତ୍ରତା, ସମାନତା ଓ ଭାଇଚାରା ଶିଖାଉଥିବା ଧର୍ମ କୁ ହିଁ ମାନିଥାଏ ।

– ଆମେ ସର୍ବ ପ୍ରଥମେ ଭାରତୀୟ ଥିଲୁ ଶେଷରେ ବି ଭାରତୀୟ ଅଛୁ ।

– ଭାଗ୍ୟ ଉପରେ ବିଶ୍ୱାସ ରଖିବା ବଦଳରେ ନିଜ ଶକ୍ତି ଓ କର୍ମ ଉପରେ ବିଶ୍ୱାସ ରଖିବା ଜରୁରୀ ।

dr ambedkar

– ବୁଦ୍ଧିର ବିକାଶ ମାନବ ଜୀବନର ଅନ୍ତିମ ଲକ୍ଷ ହେବା ଉଚିତ ।

– ଯେବେ ପର୍ଯ୍ୟନ୍ତ ଆପଣ ନିଜ ସାମାଜିକ ସ୍ୱତନ୍ତ୍ରତା ହାସିଲ କରି ନାହାନ୍ତି । ତେବେ ଦେଶର କାନୁନ ଆପଣଙ୍କୁ ଯେତେ ସୁବିଧା ଦେଲେ ମଧ୍ୟ କୌଣସି କାମରେ ଆସିବ ନାହିଁ ।

– ଜୀବନ ଲମ୍ବା ହେବା ବଦଳରେ ମହାନ ହେବା ଜରୁରୀ ।

– ଇତିହାସ ଲେଖୁଥିବା ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ ସଠିକ, ନିପକ୍ଷ ଓ ଇମାନ ଦାର ହେବା ଜରୁରୀ ।

– ଜଣେ ମହାନ ବ୍ୟକ୍ତି ଓ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଭିତରେ ଏକ ବିଶେଷ ସାମଞ୍ଜସ୍ୟ ଅଛି । ଜଣେ ମହାନ ବ୍ୟକ୍ତି ସମାଜର ସେବକ ଭାବେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥାନ୍ତି ।

constitution

– କାନୂନ ଓ ବ୍ୟବସ୍ଥା ରାଜନୀତିକ ଶରୀରର ଔଷଧ । ରାଜନୀତିକ ଶରୀର ରୋଗୀଣା ହେଲେ ଔଷଧ ନେବା ଜରୁରୀ ହୋଇପଡେ ।

– ଅନପଢ଼ ଲୋକଙ୍କ ସଂଖ୍ୟା ବଢିବା ସମାଜର ସମସ୍ୟା ନୁହେଁ । କିନ୍ତୁ ଯଦି ଶିକ୍ଷିତ ବ୍ୟକ୍ତି ଭୁଲ କରିବା ସମାଜ ପାଇଁ ଏକ ବଡ ବିପତ୍ତି ।

– ଯେପରି ଗୋଟେ ଦେଶ ଅନ୍ୟ ଦେଶ ଉପରେ ଶାସନ କରିବା ଉଚିତ ନୁହେଁ । ଠିକ ସେହିପରି ଗୋଟିଏ ବର୍ଗ ଅନ୍ୟ ଏକ ବର୍ଗକୁ ନିଜ ଅକ୍ତିଆରକୁ ନେବା ବି ଉଚିତ ନୁହେଁ  କି ଶାସନ କରିବା ଉଚିତ ନୁହେଁ ।

– ଇତିହାସ ଅନୁଯାୟୀ ଅର୍ଥଶାସ୍ତ୍ର ଓ ନୈତିକତା ଭିତର ଲଢେଇରେ ବିଜୟ ସର୍ବଦା ଅର୍ଥଶାସ୍ତ୍ରର ହିଁ ହୋଇଥାଏ ।

– ଯେପରି ଗଛ ଟିଏ ବଢିବା ପାଇଁ ଜଳର ଆବଶ୍ୟକତା ରହିଛି । ଠିକ ସେହିପରି ଗୋଟେ ବିଚାରର ପ୍ରଚାର ପ୍ରସାର ହେବା ନିହାତି ଜରୁରୀ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.