ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା: ଦେଶରେ ମେ ୩ ଯାଏଁ ବଢିଲା ଲକଡାଉନ ଅବଧି

ନୂଆଦିଲ୍ଲୀ : ଯେତେ ଯତ୍ନ କଲେ ବି ତଥାପି ସମ୍ଭାଳି ହେଉନାହିଁ । ତେଣୁ ଶେଷରେ କେନ୍ଦ୍ର ସରକାର ସାରା ଦେଶରେ ଲକ୍‌ଡାଉନ୍‌ ସମୟ ବଢ଼ାଇବାକୁ ବାଧ୍ୟ ହୋଇଛନ୍ତି । ଏ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । ଦେଶରେ ମେ ୩ ଯାଏଁ ଲକଡାଉନ ଅବଧି ବଢାଇଛନ୍ତି ପ୍ରଧାନମନ୍ତ୍ରୀ। ଏହାସହ ପ୍ରଧାନମନ୍ତ୍ରୀ କହିଛନ୍ତି ୨୦ ଏପ୍ରିଲ୍ ପର୍ଯ୍ୟନ୍ତ ଦେଶର ସବୁ ଥାନା, ସବୁ ଜିଲ୍ଲା ଉପରେ କଡ଼ା ନଜର ରଖାଯିବ। ଏହା ପରେ ସ୍ଥିତିକୁ ଦେଖି କଟକଣା କୋହଳ କରାଯିବ, ତେବେ ଏନେଇ କଡ଼ା ନିୟମ ରହିବ ଓ ଆସନ୍ତାକାଲି ଏନେଇ ଗାଇଡ୍‌ଲାଇନ୍ ଜାରି କରାଯିବ ।

ତେବେ ଏହା ପୂର୍ବରୁ ସେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଆଜି ୨୧ ଦିନିଆ ଲକ ଡାଉନ୍ ଅବଧି ଶେଷ ହେଉଛି । ଏହି ଅବଧି ବୃଦ୍ଧି କରିବା ପାଇଁ ଅନେକ ରାଜ୍ୟ ସମର୍ଥନ କରିଥିଲେ । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରି ସାରିଛି । ସେହିପରି ପଞ୍ଜାବ ସରକାର ଏବଂ ରାଜସ୍ଥାନ ସରକାର ମଧ୍ୟ ଲକ୍‌ଡାଉନ୍‌ ସମୟ ବଢ଼ାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.