Below header

ଦେଶରେ ୧୦ ହଜାର ଟପିଲା କରୋନାରେ ସଂକ୍ରମିତଙ୍କ ସଂଖ୍ୟା, ଏପର୍ଯ୍ୟନ୍ତ ଗଲାଣି ୩୩୯ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଦେଶରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନାରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଟପିଛି । ୧୦ ହଜାର ୩୬୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ, କରୋନାରେ ଏପର୍ଯ୍ୟନ୍ତ ୩୩୯ ମୃତ୍ୟୁବରଣ କଲେଣି । ୧୦୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୪ ଘଣ୍ଟାରେ ୩୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୨୧୧ ଜଣ ସଂକ୍ରମିତ ହୋଇଛନ୍ତି ।

americaଅଧିକ ଚିନ୍ତା ବଢାଉଛି ମହାରାଷ୍ଟ୍ର । ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ଟପିଛି । ୨ ହଜାର ୩୩୪ ଆକ୍ରାନ୍ତ ହୋଇଥିବା ବେଳେ, ୧୬୦ ଜଣଙ୍କର ମୃତ୍ୟୁ ହୋଇଛି । ଦିଲ୍ଲୀରେ ୧୫୧୦ ଆକ୍ରାନ୍ତ ହୋଇଥିବା ବେଳେ ୨୮ ଜଣଙ୍କର ଜୀବନ ଯାଇଛି । ସେହିପରି ମଧ୍ୟପ୍ରଦେଶରେ ୬୦୪ ଆକ୍ରାନ୍ତ ହୋଇଛନ୍ତି । ୪୩ ଜଣଙ୍କର ଜୀବନ ନେଇ ସାରିଲାଣି କରୋନା । ତାମିଲନାଡୁରେ ୧୧୭୩ ଆକ୍ରାନ୍ତ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.