Below header

ନବଜାତକକୁ ମୃତ ଦେଖି ଅନ୍ତିମ ସଂସ୍କାର ପାଇଁ ନେଇଗଲେ ପରିବାର, ମଶାଣିରେ ଜିଇଁ ଉଠିଲା ଶିଶୁ

ଜମ୍ମୁ : ଜମ୍ମୁ କଶ୍ମୀର ହସପିଟାଲରେ ଏକ ଦାୟିତ୍ୱହୀନ କଥା ସାମନାକୁ ଆସିଛି । ଯେଉଁ ନବଜାତ ଶିଶୁକୁ ମେଡିକାଲ ମୃତ ବୋଲି ଘୋଷଣା କରିଥିଲେ,ପରିବାର ଲୋକେ ତାକୁ ପୋତିବାକୁ ଯାଉଥିବା ବେଳେ ଶିଶୁଟି ଜିଇଁ ଉଠିଥିଲା । ଏହି ମାମଲାରେ ପୋଲିସ ଉଚିତ୍‌ ପଦକ୍ଷେପ ନେବ ବୋଲି ପ୍ରକାଶ କରିଛି । ତେବେ ଏହି ଘଟଣାରେ ବିଡିଓ ହସପିଟାଲର ନର୍ସ ଓ ସ୍ୱିପରକୁ ସସପେଣ୍ଡ କରିଦିଆଯାଇଛି ।

ଏହା ଜିଲ୍ଳା ହସପିଟାଲର ଘଟଣା । ଏଠାରେ ବସାରଦ ଅହମ୍ମଦଙ୍କ ପତ୍ନୀ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ତେବେ ଡାକ୍ତର ସମ୍ପର୍କିୟଙ୍କୁ ଶିଶୁଟି ମୃତ ବୋଲି କହିଥିଲେ । ଫଳରେ ପରିବାର ଲୋକେ ଶିଶୁଟିକୁ ମାଟିରେ ପୋତି ଦେବାକୁ ନେଇ ଯାଇଥିଲେ । ତେବେ ଯେତେବେଳେ ଶିଶୁଟିକୁ ପୋତିବାକୁ ଯାଉଥିଲେ,ଶିଶୁଟି ହଲୁଥିବାର ଜଣେ ପରିବାର ଲୋକେ ଦେଖିବାକୁ ପାଇଥିଲେ ।

ଫଳରେ ଶିଶୁଟିକୁ ପୁଣି ଥରେ ହସପିଟାଲକୁ ନେଇ ଯାଇଥିଲେ । ତେବେ ଶିଶୁଟିର ଉନ୍ନତ ଚିକିତ୍ସା ପାଇଁ ଉକ୍ତ ମେଡିକାଲ ତାକୁ ଶ୍ରୀନଗର ହସପିଟାଲକୁ ରେଫର କରିଥିଲେ । ପରେ ଉକ୍ତ ଡାକ୍ତରଙ୍କ ଉପରେ ପରିବାର ଲୋକେ ଗମ୍ଭୀର ଅଭିଯୋଗ କରିଥିଲେ । ଉତ୍ତେଜନା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ସେଠାରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ଡାକ୍ତରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ଘଟଣାରେ ହସପିଟାଲର ଦୁଇ ଜଣଙ୍କୁ ନିଲମ୍ବିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.