Below header

ଏହି ସାଉଥ୍ ସୁପରଷ୍ଟାରମାନଙ୍କୁ ସାଇନ୍ କରିବା ପୂର୍ବରୁ ଶହେ ଥର ଚିନ୍ତା କରନ୍ତି ମେକର୍ସ

ସାଉଥ୍ ଫିଲ୍ମର କ୍ରେଜ୍ ଦିନକୁ ଦିନ ବେଶ୍ ବଢିବାରେ ଲାଗିଛି । ସାଉଥ୍ ଫିଲ୍ମ ବକ୍ସ ଅଫିସ୍ରେ ଧମାଲ ମଚାଉଛି। ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ହେଉ କି ଜୁନିୟର ଏନଟିଆର ଓ ରାମଚରଣଙ୍କ ‘ଆରଆରଆର’ ହେଉ କି ୟଶଙ୍କ ଫିଲ୍ମ ‘କେଜିଏଫ୍ ଚାପ୍ଟର-୨’ ବକ୍ସ ଅଫିସ୍ କଲେକସନରେ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଦେଇଛନ୍ତି ଏହି ସୁପରଷ୍ଟାର। ଫିଲ୍ମରୁ ଇନକମ୍ କରିବା ମାମଲାରେ ଏହି ଷ୍ଟାରମାନେ ବଲିଉଡ୍ ଅଭିନେତାମାନଙ୍କଠୁ କମ୍ ନୁହନ୍ତି । ଏମାନଙ୍କୁ ସାଇନ୍ କରାଇବାରେ ମେକର୍ସ ନୟାନ୍ତ ହୋଇଯାଆନ୍ତି । କାରଣ ଏମାନଙ୍କ ଫି’ ବହୁତ ଅଧିକ । ଏଥିପାଇଁ ମେକର୍ସ ମାନଙ୍କ ପାଇଁ କାଠିକର ପାଠ ହୋଇଯାଇଥାଏ ଏମାନଙ୍କୁ ସାଇନ୍‌ କରିବା ପୂର୍ବରୁ। ତେବେ ଆସନ୍ତୁ ଜାଣିବା ଏହି ଫେମସ୍ ଷ୍ଟାରମାନେ ଫିଲ୍ମ ପାଇଁ କେତେ ଟଙ୍କା ନିଅନ୍ତି ।

ରଜନୀକାନ୍ତ

ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ପାଇଁ ପ୍ରାୟ ସମସ୍ତେ ପାଗଳ । ସେ ତାମିଲ, ତେଲୁଗୁ, ହିନ୍ଦୀ, କନ୍ନଡ ଏବଂ ଆମେରିକୀୟ ଫିଲ୍ମରେ କାମ କରିସାରିଛନ୍ତି । ରଜନୀକାନ୍ତ ଏସିଆର ସବୁଠୁ ଦାମୀ ଷ୍ଟାରମାନଙ୍କ ମଧ୍ୟରୁ ଅନ୍ୟତମ । ରିପୋର୍ଟ ଅନୁସାରେ ରଜନୀକାନ୍ତ ଗୋଟିଏ ଫିଲ୍ମ ପାଇଁ ଶହେ କୋଟି ଟଙ୍କା ଚାର୍ଜ କରିଥାନ୍ତି ।

prabhashପ୍ରଭାସ

‘ବାହୁବଳୀ’ ଏବଂ ‘ବାହୁବଳୀ-୨’ ପ୍ରଭାସଙ୍କୁ ସୁପରଷ୍ଟାର କରାଇଲଦେଲା । ଏହି ଫିଲ୍ମ ପାଇଁ ସେ ସାଉଥ୍ ସିନେମାର ସବୁଠୁ ଦାମୀ ଷ୍ଟାର ହୋଇପାରିଲେ । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର କୋଟି କୋଟି ଫ୍ୟାନ୍ସ ଅଛନ୍ତି । ରିପୋର୍ଟ ଅନୁସାରେ ପ୍ରଭାସ ଗୋଟିଏ ଫିଲ୍ମ ପାଇଁ ୮୦ରୁ ୮୫କୋଟି ଟଙ୍କା ଫି’ ନିଅନ୍ତି ।

ଜୁନିୟର ଏନଟିଆର

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜୁନିୟର ଏନଟିଆର ବେଶ୍ ଜଣାଶୁଣା । ସେ ଦାମୀ ଷ୍ଟାରମାନଙ୍କ ମଧ୍ୟରୁ ଜଣେ । ନିକଟରେ ତାଙ୍କ ଫିଲ୍ମ ‘ଆରଆରଆର’ ରିଲିଜ ହୋଇଛି । ଏହି ଫିଲ୍ମ ବିଶ୍ବବ୍ୟାପୀ ବେଶ୍ ଭଲ ରୋଜଗାର କରିଛି । ରିପୋର୍ଟ ଅନୁସାରେ ଜୁନିୟର ଏନଟିଆର ଗୋଟିଏ ଫିଲ୍ମ ପାଇଁ ୪୫ କୋଟି ଟଙ୍କା ଫି’ ନେଇଥାନ୍ତି ।

ରାମଚରଣ 

‘ଆରଆରଆର’ ରାମ ଚରଣଙ୍କ କ୍ୟାରିୟରର ସବୁଠୁ ବଡ ସୁପରହିଟ୍ ଫିଲ୍ମ ସାବ୍ୟସ୍ତ ହୋଇଛି । ଏହି ଫିଲ୍ମରେ ସେ ଜୁନିୟର ଏନଟିଆରଙ୍କ ସହ କାମ କରିଛନ୍ତି । ଫିଲ୍ମରେ ଉଭୟଙ୍କ ଯୋଡିକୁ ଦର୍ଶକ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି । ରିପୋର୍ଟ ଅନୁସାରେ ରାମ ଚରଣ ଗୋଟିଏ ଫିଲ୍ମ ପାଇଁ ୪୫ କୋଟି ଟଙ୍କା ଫି’ ନିଅନ୍ତି ।

mahesh babuମହେଶ ବାବୁ

ଟଲିଉଡ୍ ଷ୍ଟାର ମହେଶ ବାବୁ ମଧ୍ୟ ଫି’ ନେବା ମାମଲାରେ କାହାଠୁ କମ୍ ନୁହଁନ୍ତି । ସେ ତାଙ୍କ କ୍ୟାରିୟରରେ ଅନେକ ସୁପରହିଟ୍ ଫିଲ୍ମରେ କାମ କରିଛନ୍ତି । ଯେଉଁଥିରେ ନେନୋକାଡାଇନ୍, ଅଥାଡୁ, ପୋକିରି, ଡୋକୁଡୁ, ଶ୍ରୀମନ୍ଥୁଡୁ ସାମିଲ ରହିଛି । ରିପୋର୍ଟ ଅନୁସାରେ ମହେଶ ବାବୁ ଗୋଟିଏ ଫିଲ୍ମ ପାଇଁ ୪୫ କୋଟି ଟଙ୍କା ଫି’ ନେଇଥାନ୍ତି ।

ୟଶ୍

ସୁପରଷ୍ଟାର୍ ୟଶ୍ ଆଜିକାଲି ‘କେଜିଏଫ୍ ଚାପ୍ଟର-୨’ର ସଫଳତାକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ସଫଳତା ପରେ ସେ ପ୍ୟାନ୍ ଇଣ୍ଡିଆ ଷ୍ଟାର୍ ହୋଇଯାଇଛନ୍ତି । ରିପୋର୍ଟ ଅନୁସାରେ ୟଶ୍ ଗୋଟିଏ ଫିଲ୍ମ ପାଇଁ ୨୦ କୋଟି ଟଙ୍କା ଚାର୍ଜ କରନ୍ତି ।

କମଲ୍‌ ହାସନ୍‌

କମଲ ହାସନ ମୋଷ୍ଟ୍ ପପୁଲାର ଷ୍ଟାରମାନଙ୍କ ମଧ୍ୟରୁ ଜଣେ । ସେ ୨ଶହରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି । ତାମିଲ ଫିଲ୍ମ ବ୍ୟତୀତ ସେ ଅନେକ ହିନ୍ଦୀ ଫିଲ୍ମରେ ନିଜ ଅଭିନୟର ଜଲୱା ଦେଖାଇସାରିଛନ୍ତି । ରିପୋର୍ଟ ଅନୁସାରେ କମଲ ହାସନ ଗୋଟିଏ ଫିଲ୍ମ ପାଇଁ ୨୫ କୋଟି ଟଙ୍କା ଫି’ ନେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.