Below header

ଦାଦନ ଖଟିବାକୁ ଯାଇଥିବା ବେଳେ ବାହାର ରାଜ୍ୟରେ ଚାଲିଗଲା ଝିଅର ଜୀବନ, ମୃତ ଦେହ ଫେରି ପାଇବାକୁ ଗୁହାରି କରୁଛନ୍ତି ପରିବାର

କେନ୍ଦୁଝର(କେନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲାରୁ ରୋଜଗାର ଆଶାରେ ସୁଦୁର ବାଙ୍ଗାଲୋର ଯାଇଥିବା ଜଣେ ଝିଅର ମୃତ୍ୟୁ ଖବର ପାଇ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକେ । ପରିବାର ଅତ୍ୟନ୍ତ ଗରୀବ ହୋଇଥିବାରୁ ଝିଅର ମୃତ ଦେହ ଫେରାଇ ଆଣିବାକୁ ସକ୍ଷମ ନୁହଁନ୍ତି । ଝିଅର ମୃତ ଦେହ ଫେରି ପାଇବାକୁ ପରିବାର ପକ୍ଷରୁ ସରକାରଙ୍କ ନିକଟରେ ଗୁହାରି କରାଯାଇଛି ।

ସୂଚନାନୁଯାୟୀ, କେନ୍ଦୁଝର ଜିଲ୍ଳା ବାଂଶପାଳ ବ୍ଲକ ନୟାକୋଟ ଥାନା ଟୁଲଡିହ ଗ୍ରାମର ଦଶରଥ ଓ ରଂଗ ଗଡମାଝୀଙ୍କ ଝିଅ କୁନ୍ତଳା (୨୦) ରୋଜଗାର ଆଶାରେ ସିଲେଇ କାମ ପାଇଁ ବାଙ୍ଗାଲୋର ଯାଇଥିଲେ । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଗ୍ରାମର କିଛି ସାଙ୍ଗମାନଙ୍କ ସହ ଗତ ୭ ତାରିଖରେ ବାଙ୍ଗାଲୋର ଯାଇଥିଲେ । କିଛି ଦିନ ବାଙ୍ଗାଲୋରରେ କାମ କରିବା ପରେ ହଠାତ୍‌ ତାଙ୍କର ଝାଡ଼ା ବାନ୍ତି ହୋଇଥିଲା ।

ସେଠାରୁ ପରିବାର ଲୋକଙ୍କ ପାଖକୁ ଝିଅର ଚିକିତ୍ସା ପାଇଁ ଟଙ୍କା ମଗାଯାଇଥିଲା । ପରିବାର ପକ୍ଷରୁ ଟଙ୍କା ଯୋଗାଡ଼ କରି ପଠାଯାଇଥିଲେ ମଧ୍ୟ ଆଜି ତାଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ସେଠାରୁ ଖବର ଆସିଥିଲା । ପରିବାର ଲୋକେ ଗରୀବ ହୋଇଥିବାରୁ ଝିଅର ମୃତ ଦେହ ସେଠାରୁ ଫେରାଇ ଆଣିବା ପାଇଁ ସମ୍ବଳ ନାହିଁ । ଫଳରେ ପରିବାର ପକ୍ଷରୁ ଝିଅର ମୃତ ଦେହ ଫେରାଇ ଆଣବାକୁ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.