Below header

ମାଛ ଆଣିପାରେ ଧନର ଭଣ୍ଡାର ଓ ସୁଖ ସମୃଦ୍ଧି, ଜାଣନ୍ତୁ ଉପାୟ

ଭାରତର ପ୍ରାଚୀନ ଇତିହାସରେ ବାସ୍ତୁ ଶାସ୍ତ୍ରର ବିଶେଷ ଯୋଗଦାନ ରହିଛି । ବାସ୍ତୁ ଶାସ୍ତ୍ରରେ ଘରର ପ୍ରତ୍ୟେକ ଜିନିଷ ବିଷୟରେ କୁହାଯାଇଛି । ଏହି ସବୁ ଜିନିଷ ଯଦି ଠିକ ଭାବରେ ଓ ଠିକ ଯାଗାରେ ନରୁହେ, ତେବେ ଘରର ସୁଖ ଶାନ୍ତି ନଷ୍ଟ ହୋଇପାରେ । ତେବେ ଛୋଟ ଛୋଟ ଜିନିଷକୁ ଧ୍ୟାନ ଦେଲେ ଘରକୁ ଖୁସୀ ଫେରାଇ ଆଣି ପାରିବେ । ଆଜି ଆସନ୍ତୁ ଜାଣିବା ମାଛ ଦ୍ୱାରା କିପରି ଘରେ ବୃଦ୍ଧି କରିପାରିବେ ଧନର ଭଣ୍ଡାର ।

ଘରେ କ’ଣ ପାଇଁ ରଖିଥାନ୍ତି ଜୀବନ୍ତ ମାଛ ଓ ଧାତୁର ମାଛ

ଲୋକେ ନିଜ ଘରେ କିମ୍ବା ଅଫିସରେ ଏକ୍ୱାରିୟମରେ ମାଛ ରଖିଥାନ୍ତି । ଏହାଦ୍ୱାରା ଘରର ଶୋଭା ବଢ଼ିଥାଏ । କୁହାଯାଏ ଭଗବାନ ବିଷ୍ଣୁଙ୍କ ମତ୍ସ୍ୟ ଅବତାର ଯୋଗୁ ଘରେ ମାଛ ରଖିବା ଯୋଗୁ ଭଗବାନ ବିଷ୍ଣୁଙ୍କ କୃପା ପ୍ରାପ୍ତ ହୋଇଥାଏ । ଘରେ ସୁଖ ଶାନ୍ତି ଫେରିଥାଏ । ଯେଉଁ ଘରେ ମାଛ ରହିଥାଏ, ସେହି ଘରେ ରୋଗ ରହିନଥାଏ । ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ । ଘରେ ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ମାଛଙ୍କର ଚପଳତା ଦେଖି ମନ ପ୍ରସନ୍ନ ହୋଇଯାଇଥାଏ । ଯେଉଁଥିପାଇଁ ଲୋକଙ୍କର ମାନସିକ ଚାପରୁ ମୁକ୍ତି ମିଳିଥାଏ ।

ଏମିତି ବି କୁହାଯାଏ ଯେ ମାଛ ଆମକୁ କରଜରୁ ମୁକ୍ତ କରିଥାଏ । ଘର ବା ଅଫିସର ପୂର୍ବ,ଉତ୍ତର ବା ଉତ୍ତର-ପୂର୍ବ ଦିଗରେ ମାଛ ବା ଏକ୍ୱାରିୟମ ରଖିବା ଦ୍ୱାରା ଧନ ସମ୍ପଦ ବୃଦ୍ଧି ହୋଇଥାଏ । ମାଛ ସୌଭାଗ୍ୟର ସୂଚକ ହୋଇଥାଏ । ତେଣୁ ଯେଉଁ ବ୍ୟକ୍ତି ଜୀବନ୍ତ ମାଛ ପାଳିବାକୁ ନ ଚାହାଁନ୍ତି, ସେମାନେ ଧାତୁର ମାଛ ଆଣି ବାସ୍ତୁ ଅନୁସାରେ ନିଜ ଘରେ ରଖିଥାନ୍ତି । ଫଳରେ ଘରେ ଧନ ସମ୍ପତ୍ତି ବଢ଼ିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.