ପୁରୀ ଏମାର ମଠ ନିକଟରେ ଫୁଟିଲା ଗୁଳି, ଜଣେ ମୃତ, ମାଉସୀମା ମନ୍ଦିର ନିକଟରେ ଛୁରା ମାଡରେ ଯୁବକ ଗୁରୁତର

ପୁରୀ(କେନ୍ୟୁଜ) : ପୁଣି ଅଶାନ୍ତ ପୁରୀ । ଏମାରମଠ ନିକଟରେ ଗୁଳିମାଡ଼ରେ ଜଣେ ସେବାୟତଙ୍କ ହୋଇଛି ମୃତ୍ୟୁ । ମୃତକ ତଳୁଛ ସାହିର ଲୋକନାଥ ମନ୍ଦିର ସେବକ ଶିବରାମ ପାତ୍ର । ପୂର୍ବ ଶତ୍ରୁତାରୁ ଗୁଳିମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି । ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ଘଟଣାରେ ଚନ୍ଦନ ବାରିକ ନାମକ ବ୍ୟକ୍ତିକୁ ପୋଲିସ ଅଟକ ରଖିଥିବା ବେଳେ ତାଠୁ ବନ୍ଧୁକ ଜବତ ହୋଇଛି ।

ଗୁଳିମାଡ଼ର କେଇ ଘଣ୍ଟା ପରେ ପୁଣି ହୋଇଛି ଛୁରାମାଡ଼ । ବଡ଼ଦାଣ୍ଡ ମାଉସୀମା ମନ୍ଦିର ନିକଟରେ ହୋଇଛି ଛୁରାମାଡ । ଛୁରାମାଡ଼ରେ ସୂର୍ଯ୍ୟନାରାୟଣ ତ୍ରିପାଠୀ ନାମକ ଯୁବକ ହୋଇଛନ୍ତି ଗୁରୁତର । ଗୁରୁତର ଯୁବକଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତାରୁ ଛୁରା ମାଡ଼ ହୋଇଥିବା ଜଣାଯାଇଛି । ପୋଲିସ ତନାଘନା ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.