Below header

#MeToo ଜାଲରେ ପ୍ରତିଷ୍ଠିତ ଓଡ଼ିଆ ଶିଳ୍ପୀ ଜତୀନ ଦାଶ

ଭୁବନେଶ୍ବର (କେନ୍ଯୁଜ୍) : ବ୍ୟାପକ ହେଉଛି #MeToo ପରିସର। ମି-ଠୁ ଜାଲରେ ପ୍ରଖ୍ୟାତ ଓଡ଼ିଆ ଚିତ୍ରଶିଳ୍ପୀ । ଜଣାଶୁଣା ଚିତ୍ରଶିଳ୍ପୀ ଯତୀନ ଦାସଙ୍କ ନାଁରେ ଅଭିଯୋଗ । ଅସଦାଚରଣ ଅଭିଯୋଗ ଆଣିଛନ୍ତି ପରିବେଶବିତ ନିଶା ଭୋରା । ତାଙ୍କ ସହ ୨୦୦୪ରେ ହୋଇଥିବା ଘଟଣାକୁ ମି-ଠୁ ମୁଭମେଣ୍ଟରେ କହିଛନ୍ତି । କେମିତି ଯତୀନ ଦାଶ ତାଙ୍କୁ ଜୋର ଜବରଦସ୍ତି ଚୁମ୍ବନ ଦେବାକୁ ଚେଷ୍ଟା କରିଥିଲେ, ତାର ବିସ୍ତତ ଖୁଲାସା କରିଛନ୍ତି ନିଶା । ଏକ ଲମ୍ବା ଚଉଡ଼ା ମେସେଜ୍‌ ଟ୍ଵିଟ୍‌ କରିଛନ୍ତି । ସେପଟେ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଯତୀନ ଦାସ ।

ନିଶା ଲେଖିଛନ୍ତି, ୨୦୦୪ରେ ଦିଲ୍ଲୀରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍‌ ସେଣ୍ଟରରେ ଯତୀନ ଦାଶଙ୍କ ସହ ତାଙ୍କର ଦେଖା ହୋଇଥିଲା । ସେଇଠି ନିଶାଙ୍କୁ ତାଙ୍କ ସହ କିଛି ଦିନ କାମ କରିବା ପାଇଁ ଆମନ୍ତ୍ରଣ କରିଥିଲେ ଯତୀନ ଦାଶ । ପ୍ରଥମ ଦିନ ନିଶା ଯତୀନଙ୍କ ଏସିଆଡ୍‌ ଭିଲେଜ ସ୍ଥିତ ଘରକୁ ଯାଇଥିଲେ । ଦ୍ୱିତୀୟ ଦିନରେ ନିଶା ଖିଦ୍‌କିି ଭିଲେଜରେ ଥିବା ଷ୍ଟୁଡ଼ିଓକୁ ଯାଇଥିଲେ । ଯେଉଁଠାରେ ହୁସ୍‌କି ପିଉଥିଲେ ଯତୀନ ଦାସ । କିଛି ସମୟ ପରେ ଯତୀନ ଦାସ ତାଙ୍କୁ ଜୋର ଜବରଦସ୍ତି ଧରିବାକୁ ଚେଷ୍ଟା କରିଥିଲେ । ଖସିବା ପାଇଁ ଚେଷ୍ଟା କରିବା ବେଳେ ପୁଣି ଜାବୁଡ଼ି ଧରି ଚୁମ୍ବନ ଦେଇଥିଲେ ବୋଲି ଲେଖିଛନ୍ତି ନିଶା । ତେବେ ତାଙ୍କୁ ଠେଲି ସେ ବାହାରକୁ ଚାଲି ଆସିଥିଲେ ।

ନିଶା ଲେଖିଛନ୍ତି, ଯତୀନ ଦାସ ଏମିତି କାମ କରିବେ ବୋଲି ସେ ବିଶ୍ୱାସ କରି ପାରୁନଥିଲେ । ଚତୁର୍ଥ ଦିନରେ ତାଙ୍କୁ ଫୋନ୍‌ କରିଥିଲେ ଯତୀନ ଦାସଙ୍କ ଝିଅ ନନ୍ଦିତା ଦାସ । କହିଥିଲେ, ବାପା ତାଙ୍କୁ ଫୋନ୍‌ ନମ୍ବର ଦେଇଥିଲେ । ନନ୍ଦିତା କହିଥିଲେ, ତାଙ୍କ ବାପା ନିଶାଙ୍କ ଭଳି ଜଣେ ଯୁବତୀ ଖୋଜୁଛନ୍ତି । ଏହି କାମରେ ନିଶାଙ୍କ ସହାୟତା ଲୋଡ଼ିଥିଲେ ନନ୍ଦିତା । ସେଦିନର ଘଟଣା ସମ୍ପର୍କରେ ଏଯାଏଁ କେବେ କାହାରିକୁ କିଛି ବି କହି ନଥିଲେ ନିଶା । ୧୪ ବର୍ଷ ତଳର ଘଟଣା ସମ୍ପର୍କରେ ମି-ଠୁ ମୁଭମେଣ୍ଟରେ ମୁହଁ ଖୋଲିଛନ୍ତି ନିଶା ବୋରା । ସେପଟେ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଯତୀନ ଦାସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.