ଫାଇଭଷ୍ଟାର ଗୁଣ୍ଡା, ସାଂସଦଙ୍କ ପୁଅ ସର୍ବସମ୍ମୁକ୍ଷରେ ପିସ୍ତଲ ଦେଖାଇ ଯୁବତୀଙ୍କୁ ଧମକ

ନୂଆଦିଲ୍ଲୀ : ପୂର୍ବତନ ସାଂସଦଙ୍କ ପୁଅ ସର୍ବସମ୍ମୁକ୍ଷରେ ପିସ୍ତଲ ଦେଖାଇ ଯୁବତୀଙ୍କୁ ଧମକ । ଦକ୍ଷିଣ ଦିଲ୍ଲୀ ସ୍ଥିତ ପଞ୍ଚ ତାରକା ହୟାତ ହୋଟେଲ ଆଗରେ ଘଟିଛି ଏହି ଘଟଣା । ଭଲ କରି ଦେଖନ୍ତୁ ଏହି ଭିଜୁଆଲକୁ । ହୋଟେଲ ଆଗରେ ଜଣେ ଯୁବକ କିପରି ବନ୍ଧୁକ ଦେଖାଇ ଧମକ ଦେଉଛନ୍ତି ।  ଅଭିଯୁକ୍ତ ଯୁବକ ଜଣଙ୍କ ହେଲେ ଆଶିଷ ପାଣ୍ଡେ।

ଘର ଲକ୍ଷ୍ନୌରେ । ବହୁଜନ ସମାଜ ପାର୍ଟିର ପୂର୍ବତନ ସାଂସଦ ଆର.କେ ପାଣ୍ଡେଙ୍କ ପୁଅ । ଆଶିଷଙ୍କ ଭାଇ ମଧ୍ୟ ଏବେ ବିଧାୟକ ଅଛନ୍ତି । ଆଶିଷ ବନ୍ଧୁକ ଦେଖାଇ ଭୟଭୀତ କରିବା ବେଳର ଭିଜୁଆଲ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ସାମ୍ନାକୁ ଆସିଛି । ଗତ ୧୫ ତାରିଖରେ ଆଶିଷ ନିଜର ତିନି ବାନ୍ଧବୀଙ୍କ ସହ ଆସିଥିଲେ ଦିଲ୍ଲୀ । ନିଜର ବ୍ୟବସାୟୀ ବନ୍ଧୁ ସାହିଲଙ୍କୁ ଭେଟିବାକୁ ଆସିଥିଲେ।

man gun

ଘଟଣା ଦିନ ସାହିଲ ହୋଟେଲରେ ଏକ ପାର୍ଟି ଦେଇଥିଲେ । ଆଉ ପାର୍ଟି ପରେ ନିଶାସକ୍ତ ଅବସ୍ଥାରେ ଆଶିଷ ମହିଳାଙ୍କ ୱାସରୁମ ଭିତରକୁ ପଶି ସେମାନଙ୍କୁ ଅଶାଳୀନ ବ୍ୟବହାର କରିଥିଲେ । ଏହାକୁ ନେଇ ପାଟିତୁଣ୍ଡ ପରେ ବାହାରକୁ ଆସିବା ବେଳେ ଅନ୍ୟ ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲେ ଆଶିଷ । ଏହାକୁ ନେଇ ଯୁକ୍ତିତର୍କ ହେବାରୁ ଆଶିଷ ବନ୍ଧୁକ ଦେଖାଇ ଧମକ ଦେବା ସହ ନିଜ ବିଏମଡବ୍ଲୁ କାରରେ ବସି ଚମ୍ପଟ ମାରିଥିଲେ । ଏହି ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଆଶିଷଙ୍କୁ ଧରିବା ପାଇଁ ଦିଲ୍ଲୀ ପୋଲିସ ଜାରି କରିଛି ଲୁକଆଉଟ ନୋଟିସ । ଦିଲ୍ଲୀ ପୋଲିସର ଏକ ଟିମ୍‌ ୟୁପିରେ ପହଞ୍ଚି ତନାଘନା ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.