ଅନ୍ୟକୁ ବସାଇ ଜେଇଇ (ମେନ) ପରୀକ୍ଷାରେ ହାସଲ କରିଥିଲେ ୯୯.୮ ପ୍ରତିଶତ ମାର୍କ, ଏବେ ହେଲେ ଗିରଫ

ଜେଇଇ ପ୍ରବେଶିକା ପରୀକ୍ଷାରେ ପ୍ରକ୍ସି ବ୍ୟବହାର କରି ଆସାମର ଜଣେ ଯୁବକ ଏବଂ ତାଙ୍କ ବାପାଙ୍କ ସମେତ ଅନ୍ୟ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ଜେଇଇ ପ୍ରବେଶିକା ପରୀକ୍ଷାରେ ଜଣେ ପ୍ରକ୍ସିକୁ ବ୍ୟବହାର କରି ଅଭିଯୁକ୍ତ ଜଣକ ୯୯.୮ ପ୍ରତିଶତ ମାର୍କ ପରୀକ୍ଷାରେ ରଖିଥିଲେ। ଯାହା ଭାରତର କୌଣସି ଟପ୍‌ ଇଂଜିନିୟରିଂ କଲେଜରେ ନାମ ଲେଖିବା ପାଇଁ ଯଥେଷ୍ଟ।

ସୂଚନାଯୋଗ୍ୟ, ଆସାମରେ ଜେଇଇ ପ୍ରବେଶିକା ପରୀକ୍ଷାରେ ପ୍ରକ୍ସି ବ୍ୟବହାର କରିବାରୁ ନୀଲ ନକ୍ଷତ୍ର ଦାସ, ବାପାଡ. ଜ୍ୟୋର୍ତିମୟ ଦାସ ଏବଂ ପରୀକ୍ଷା ସେଣ୍ଟରର ତିନି ବ୍ୟକ୍ତି ହେମେନ୍ଦ୍ର ନାଥ ଶର୍ମା, ପ୍ରାଞ୍ଜଳ କଲିତା ଏବଂ ହୀରୁଲାଲ ପାଠକଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କୁଆଜି ପୋଲିସ କୋର୍ଟ ଚାଲାଣ କରାଯିବ।

exam

ପୋଲିସ କହିବାମୁତାବକ, ଏହି ମାମଲାରେ ମିତ୍ରଦେବ ଶର୍ମା ନାମକ ଜଣେ ବ୍ୟକ୍ତି ୨୩ ଅକ୍ଟୋବରରେ ମାମଲା ଦାଏର କରିଥିଲେ। ଏହି ଅଭିଯୋଗ ଭାଇରଲ ଫୋନ କଲ ରେକର୍ଡିଂ ଏବଂ ହ୍ଵାଟସଆପ୍‌ ଚାଟ ସ୍କ୍ରିନସଟ ଆଧାରରେ କରାଯାଇଥିଲା। ଅଭିଯୋଗ ଅନୁଯାୟୀ, ଗତ ୫ ସେପ୍ଟେମ୍ବରରେ ହୋଇଥିବା ଜେଇଇ ମେନ ପରୀକ୍ଷାରେ ଜଣେ ବିଦ୍ୟାର୍ଥୀ ନିଜ ସ୍ଥାନରେ ଆଉ ଜଣେ ପରୀକ୍ଷାର୍ଥୀଙ୍କୁ ବସାଇଥିଲେ। ଯେଉଁଥିରେ ସେ ୯୯.୮ ପ୍ରତିଶତ ମାର୍କ ରଖିଥିଲେ। ଏହି ଅଭିଯୋଗ ହେବା ପରେ ପୋଲିସ ଏକ ଯାଞ୍ଚ ଟିମ୍‌ ପ୍ରସ୍ତୁତ କରି ସେହି ୫ ଜଣଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ବିଦ୍ୟାର୍ଥୀ ନିଜ ସ୍ଥାନରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ପରୀକ୍ଷା ଦେବାକୁ ବସାଇଥିଲେ ବୋଲି ଫୋନରେ ନିଜ ସାଙ୍ଗକୁ କହିଥିଲେ। ଯାହା ଯୋଗୁଁ ଏହାର ସତ୍ୟ ଜଣାପଡିଥିଲା।

You might also like