Below header

ରାଉରକେଲା : ଜଣେ ଡ୍ରାଇଭରଙ୍କ ନାଁରେ ଆସିଛି ବଡ଼ ଜିଏସ୍‌ଟି ଠକେଇ ନୋଟିସ୍‌, ୨୮ କୋଟି କାରବାରରେ ଫାଙ୍କିଛନ୍ତି ୪ କୋଟି

ରାଉରକେଲା(କେ ନ୍ୟୁଜ): ରାଉରକେଲାରେ ଏକ ବଡ଼ ଧରଣର ଜିଏସ୍‌ଟି ଠକେଇର ପର୍ଦ୍ଦାଫାସ ହୋଇଛି । ତାହା ପୁଣି ଜଣେ ଡ୍ରାଇଭରଙ୍କ ନାଁରେ । ଆଶ୍ଚର୍ଯ୍ୟର କଥା ହେଉଛି ଏହି ଠକେଇ ହଜାରେ କି ଲକ୍ଷେ ଟଙ୍କାର ନୁହେଁ, ବରଂ ୪ କୋଟି ଟଙ୍କାର । ରାଉରକେଲା ସେକ୍ଟର-୨୦ରେ ରହୁଥିବା ଜଣେ ଡ୍ରାଇଭରଙ୍କୁ ଏନେଇ GST ବିଭାଗ ନୋଟିସ୍ ପଠାଇଛି।
ଏହି ଡ୍ରାଇଭର ରାଜେନ୍ଦ୍ର ପଲେଇଙ୍କ ନାଁରେ ୨୮ କୋଟି ୨୮ଲକ୍ଷ ଟଙ୍କାର ଆର୍ଥିକ କାରବାର ହୋଇଥିବା ନୋଟିସ୍‌ରେ କୁହାଯାଇଛି । ଏ ବାବଦରେ ଡ୍ରାଇଭରଙ୍କୁ ୪ କୋଟି ଟଙ୍କାର ଜୋରିମାନା ଭରିବାକୁ ନୋଟିସ୍ ଜାରି କରାଯାଇଛି। ତେବେ ଜିଏସ୍‌ଟିଠକେଇ ସମ୍ପର୍କରେ ରାଜେନ୍ଦ୍ର କିଛି ବି ଜାଣିନଥିବା କହିଛନ୍ତି । ତାଙ୍କ ନାଁକୁ ବ୍ୟବହାର କରି ଆଉ କେହି ଏଭଳି ଠକେଇ କରିଥିବା ସେ ପାଲଟା ଅଭିଯୋଗ କରିଛନ୍ତି ।

GST-3

ସୂଚନା ଅନୁସାରେ ରାଜେନ୍ଦ୍ର ପଲେଇଙ୍କ ନାମରେ ଆରପି ଏଣ୍ଟରପ୍ରାଇଜେସ ନାମକ ଏକ କମ୍ପାନୀ ଖୋଲା ଯାଇଛି । ଏହି କମ୍ପାନୀ ୨୮ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଆର୍ଥିକ କାରବାର କରିଛି। ସେହି କାରବାରରେ ୪କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଜିଏସଟି ପଇଠ ପାଇଁ କଟକ ଜିଏସଟି ବିଭାଗ ପକ୍ଷରୁ ଆସିଛି ନୋଟିସ । ନୋଟିସକୁ ଦେଖି ରାଜେନ୍ଦ୍ରଙ୍କ ହୋସ୍‌ ଉଡ଼ି ଯାଇଛି । ନିଜ ଭାଇ ନିକଟରେ ସେକ୍ଟର_୨୦ ଅଞଳରେ ରହି ଅସ୍ଥାୟୀ ଭାବେ ଡ୍ରାଇଭର କାମକରୁଥିବା ରାଜେନ୍ଦ୍ର କିଛି ବି ବୁଝି ପାରୁନାହାନ୍ତି । ତାଙ୍କ ମୁଣ୍ଡରେ ପଡ଼ିଛି ଚଡକ । କାମଟିଏ ପାଇଁ ବିଭିନ୍ନ ଲୋକଙ୍କୁ ଗୁହାରି କରି କଷ୍ଟରେ ଗୁଜୁରାଣ ମେଣ୍ଟାଉଥିବା ରାଜେନ୍ଦ୍ର ଏ ସମ୍ପର୍କରେ କିଛି ବି ଜାଣି ନଥିବା କହିଛନ୍ତି ।

ପୂର୍ବରୁ ଜିଏସଟି ଅଧିକାରୀମାନେ ଆସି ଘରେ ଚଢ଼ାଉ କରି କାଗଜପତ୍ର ଓ ଆକାଉଣ୍ଟ ଯାଞ୍ଚ କରି କିଛି ନ ପାଇ ଚାଲି ଯାଇଥିଲେ । ହଠାତ୍ ପୁଣି ଜିଏସଟି ବିଭାଗ ପକ୍ଷରୁ ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ମାସକ ମଧ୍ୟରେ ଏହି ଜିଏସଟି ପେମେଣ୍ଟ ପାଇଁ ଆସିଛି ନୋଟିସ । ତେଣୁ ରାଜେନ୍ଦ୍ର ପଲେଇ ବର୍ତ୍ତମାନ ଚିନ୍ତାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.