ପୁଣି ଆଜି ମଇଦାନରେ ମୁହାଁମୁହିଁ ହେବେ କୋଲକତା ନାଇଟ ରାଇଡର୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ

ଆଜି ଚଳିତ ଆଇପିଏଲରେ ୪୯ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ପରସ୍ପର ସହିତ ମୁହାଁମୁହିଁ ହେବେ। ନାଇଟ୍ ରାଇଡର୍ସ ପାଇଁ ଏହି ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ। ଲିଗ୍ ପର୍ଯ୍ୟାୟରେ ଦଳର ଆଉ ମାତ୍ର ୨ଟି ମ୍ୟାଚ୍ ବାକି ଅଛି। ପ୍ଲେ-ଅଫ୍ ଦୌଡ଼ରେ ରହିବାକୁ ହେଲେ ଉଭୟ ମ୍ୟାଚ୍ ଜିତିବାକୁ ପଡ଼ିବ। ଅନ୍ୟ ପଟରେ ପ୍ଲେ-ଅଫରୁ ବାଦ୍ ପଡ଼ି ସାରିଥିବା ସୁପର କିଙ୍ଗ୍ସ ସମ୍ମାନ ପାଇଁ ଖେଳିବ।

ନାଇଟ୍ ରାଇଡର୍ସ ୧୨ ମ୍ୟାଚରୁ ୧୨ପଏଣ୍ଟ ସହ ତାଲିକାର ପଞ୍ଚମ ସ୍ଥାନରେ ରହିଛି। ଅନ୍ୟ ପଟରେ କିଙ୍ଗ୍ସ ଏକାଦଶ ପଞ୍ଜାବ ସମାନ ସଂଖ୍ୟକ ମ୍ୟାଚ୍ ଓ ପଏଣ୍ଟ ପାଇଥିଲେ ମଧ୍ୟ ଉନ୍ନତ ନେଟ୍ ରନ୍ ରେଟ୍ ପାଇଁ ଚତୁର୍ଥରେ ରହିଛି। ଉଭୟ ଦଳର ପ୍ଲେ-ଅଫ୍ ଆଶା ଉଜ୍ଜ୍ୱଳ ରହିଛି। ନାଇଟ୍ ରାଇଡର୍ସ ପୂର୍ବ ମ୍ୟାଚରେ କିଙ୍ଗ୍ସ ଏକାଦଶଠୁ ୮ ୱିକେଟରେ ପରାଜିତ ହୋଇଥିଲା।
ଆଜିର ମ୍ୟାଚରେ ତାଙ୍କ ଖେଳିବା ନେଇ କୌଣସି ସୂଚନା ନାହିଁ। ସୁପର କିଙ୍ଗ୍ସକୁ ହରାଇବାକୁ ହେଲେ ଟପ୍ ଅର୍ଡ଼ର ବ୍ୟାଟ୍ସମ୍ୟାନ୍ଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିବ। ମହେନ୍ଦ୍ର ସିଂହ ଧୋନିଙ୍କ ସୁପର କିଙ୍ଗ୍ସ ପୂର୍ବ ମ୍ୟାଚରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ୱିକେଟରେ ପରାଜିତ କରିଥିଲା। 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.