ଯଦି ଆପଣଙ୍କ ଠାରେ ମଧ୍ୟ ଦେଖାଯାଉଛି ଏହିସବୁ ଲକ୍ଷଣ ତାହେଲେ ତୁରନ୍ତ ଗ୍ରହଣ କରନ୍ତୁ ସୂର୍ଯ୍ୟକିରଣ, ଆପଣଙ୍କୁ ଆବଶ୍ୟକ ଭିଟାମିନ D

ଆଜି ଆମେ ଆପଣଙ୍କୁ ଏପରି ୫ଟି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯାହା ଶରୀରରେ ଭିଟାମିନ୍ D ର ଅଭାବକୁ ସୂଚାଇ ଥାଏ । ଯଦି ଆପଣ ବି ନିଜ ଶରୀରରେ ଏହିସବୁ ଲକ୍ଷଣ ଦେଖୁଛନ୍ତି ତାହେଲେ ତୁରନ୍ତ ସୂର୍ଯ୍ୟଙ୍କ ନିକଟକୁ ଯାଆନ୍ତୁ ଏବଂ ଭିଟାମିନ୍ ଡି ଅଭାବକୁ ପୂର୍ଣ୍ଣ କରିବା ପାଇଁ ନିୟମିତ ଭାବେ ପର୍ଯ୍ୟାପ୍ତ ସୂର୍ଯ୍ୟକିରଣ ଗ୍ରହଣ କରନ୍ତୁ । ତାହେଲେ ଆସନ୍ତୁ ଜାଣିବା କଣ ସେହି ଲକ୍ଷଣ ଗୁଡିକ ।

ହାଡ଼ ଏବଂ ମାଂସପେଶୀ ଦୁର୍ବଳତା – ଯଦି ଆପଣ ହାଡରେ ଯନ୍ତ୍ରଣା ଏବଂ ଦୁର୍ବଳତା ସହିତ ମାଂସପେଶୀରେ କ୍ରମାଗତ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ଏହା ଭିଟାମିନ୍ ଡି ଅଭାବରୁ ହୋଇପାରେ । ହାଡ ଏବଂ ମାଂସପେଶୀ ପାଇଁ ଭିଟାମିନ୍ ଡି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପୁଷ୍ଟିକର ଏବଂ ହାଡ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ।

ଉଚ୍ଚ ରକ୍ତଚାପ – ଯଦି ଆପଣଙ୍କ ଶରୀରରେ ଭିଟାମିନ୍ D ର ଅଭାବ ଥାଏ । ତେବେ ଏହା ଆପଣଙ୍କ ରକ୍ତଚାପ ଉପରେ ପ୍ରଭାବ ପକାଇପାରେ । ଏହାର ଅଭାବରେ ଅନେକ ସମୟରେ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ସୃଷ୍ଟି କରିଥାଏ ।

Long exposure to sunlight increases chances of COVID-19 infection say  researchers - OrissaPOST

ଷ୍ଟ୍ରେସ ଓ ଦୁଃଖ – ସାଧାରଣତଃ ମହିଳାମାନଙ୍କଠାରେ ଭିଟାମିନ୍ ଡି ଅଭାବ ହେତୁ ଚାପର ସମସ୍ୟା ଉପୁଜେ ଏବଂ ଏହି କାରଣରୁ ସେମାନେ ନିରନ୍ତର ଦୁଃଖ ଅନୁଭବ କରନ୍ତି । କାରଣ ମହିଳାମାନଙ୍କଠାରେ ଭିଟାମିନ୍ ଡି ଅଧିକ ଆବଶ୍ୟକ ।

ମନୋବଳ ଉପରେ ପ୍ରଭାବ – ଶରୀରରେ ଭିଟାମିନ୍ ଡି ଅଭାବ ଆପଣଙ୍କ ମନୋବଳକୁ ସିଧାସଳଖ ପ୍ରଭାବିତ କରିଥାଏ । ଏହାର ଅଭାବ ଶରୀରରେ ସେରୋଟୋନିନ୍ ହରମୋନ୍ ଉତ୍ପାଦନକୁ ପ୍ରଭାବିତ କରିଥାଏ ଯାହାକି ଆପଣଙ୍କ ମୁଡ଼ ଚେଞ୍ଜ ପାଇଁ ଦାୟୀ ହୋଇପାରେ ।

ଅଳସୁଆମି ଏବଂ ଥକ୍କାପଣ – ଯଦି ଆପଣ କ୍ରମାଗତ ଭାବରେ କ୍ଳାନ୍ତ ଅନୁଭବ କରୁଛନ୍ତି ଏବଂ ଆଳସ୍ୟ ଅନୁଭବ କରୁଛନ୍ତି, ତେବେ ଶରୀରରେ ଭିଟାମିନ୍ Dର ସ୍ତର ଯାଞ୍ଚ କରନ୍ତୁ । କାରଣ ଶରୀରରେ ଭିଟାମିନ୍ ଡି ଅଭାବ ହେଲେ ଏହିସବୁ ଲକ୍ଷଣ ଦେଖାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.