Below header

ତାମିଲନାଡୁର ପୋଲିସ ଡିଜି ହେଲେ ଓଡ଼ିଆ ଆଇପିଏସ୍‌ ଜଳଦ କୁମାର ତ୍ରିପାଠୀ

କେନ୍ୟୁଜ୍: ତାମିଲନାଡୁର ଟପ୍‌ କପ୍‌ ହେଲେ ଓଡ଼ିଶା ଆଇପିଏସ୍‌। ତାମିଲନାଡୁର ପୋଲିସ ଡିଜି ହୋଇଛନ୍ତି ଓଡ଼ିଆ ଆଇପିଏସ୍‌ ଜଳଦ କୁମାର ତ୍ରିପାଠୀ। ଜୁଲାଇ ୧ ତାରିଖରୁ ସେ କାର୍ଯ୍ୟଭାର ସମ୍ଭାଳିବେ। ୧୯୮୫ ବ୍ୟାଚ୍‌ ଓଡ଼ିଆ ଆଇପିଏସ୍‌ ଜଳଦ କୁମାର ତ୍ରିପାଠୀ ବର୍ତ୍ତମାନ ତାମିଲନାଡୁ Uniformed Service Recruitment Boardର ମହାନିର୍ଦ୍ଦେଶକ ଅଛନ୍ତି। ପୂୂର୍ବରୁ ସେ ଚେନ୍ନାଇ ପୋଲିସ କମିଶନର ଭାବରେ ଦାୟିତ୍ୱ ତୁଲାଇଥିଲେ। ଜଳଦ କୁମାର ତ୍ରିପାଠୀ ପୋଲିସ ବିଭାଗରେ ଉଲ୍ଲେଖନୀୟ ସେବା ପାଇଁ ୨୦୦୮ରେ ପ୍ରଥମ ଆଇପିଏସ୍‌ ଭାବରେ ତାଙ୍କୁ ମିଳିଥିଲା ‘Prime Minister’s Award for Excellence in Public Administration’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.