୨ଖଣି ମାଲିକଙ୍କ ସଂପତି ବାଜ୍ୟାପ୍ତି ପାଇଁ ନୋଟିସ, ନୋଟିସ ଜାରି କଲେ କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟ

କେନ୍ଦୁଝର (କେନ୍ୟୁଜ୍): ୨ଖଣି ମାଲିକଙ୍କ ସଂପତି ବାଜ୍ୟାପ୍ତି ପାଇଁ ନୋଟିସ ଜାରି କଲେ କେନ୍ଦୁଝର ଜିଲ୍ଲାପାଳ। ବେଆଇନ ଖଣି ଖନନ ଓ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ମୂତାବକ ଅନାଦେୟ ଜରିମାନା ଅର୍ଥକୁ ନେଇ କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ଖଣି ବିଭାଗ କରିଥିବା ମାମଲାର ଶୁଣାଣି କରି ଜିଲ୍ଲାପାଳ ଏହି ନୋଟିସ ଜାରି କରିଛନ୍ତି। ନୋଟିସ ଜାରି ହୋଇଥିବା ଖଣି ମାଲିକ ହେଲେ ଏମ ଆର ଦାସ ଓ ଅର୍ଜୁନ ଲୋଧା।

ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ପରେ ମଧ୍ୟ ଅର୍ଜୁନ ଲୋଧା ୬୮କୋଟି ଏକଲକ୍ଷ ୪୬ହଜାର ୮ଶହ ୮୯ଟଙ୍କା ଓ ଏମ ଆର ଦାସ ୧୮ଲକ୍ଷ ୭୮ହଜାର ୪ଶହ ୬୮ଟଙ୍କା ଜରିମାନା ପଇଠ କରିନଥିଲେ। ତେଣୁ ସେମାନଙ୍କ ସଂପତି ବାଜ୍ୟାପ୍ତି ପାଇଁ ନୋଟିସ ଦିଆଯାଇଛି। ଖଣିମାଲିକ ବି ଡି ପଟ୍ଟନାୟକଙ୍କର ୮କୋଟି ୯୬ ଲକ୍ଷ ଏକ ହଜାର ୮୨୫ ଟଙ୍କା ଜରିମାନା ଥିବା ବେଳେ ର୍ପୂୂବରୁ ଏକ କୋଟି ଟଙ୍କା ପଇଠ କରିଥିଲେ। ଆଜି ଆଉ ୨କୋଟି ୨୦ଲକ୍ଷ ଟଙ୍କା ଜରିମାନା ପଇଠ କରିଛନ୍ତି।

ମିନେରାଲ ଟ୍ରେଡିଂ ସିଣ୍ଡିକେଟ ଉପରେ ୬କୋଟି ୪୨ଲକ୍ଷ ୩୧ହଜାର ୩୯୪ଟଙ୍କା ଜରିମାନା ବାକି ଥିବା ବେଳେ ଏକଲକ୍ଷ ଟଙ୍କା ପଇଠ କରି ଅତିରିକ୍ତ ସମୟ ମାଗିଛନ୍ତି। ସେହିପରି ମେସ୍‌କୋ ଓ ଫାକର ଖଣି ମାମଲା ସୁପ୍ରିମ କୋର୍ଟରେ ଥିବାରୁ ତାଙ୍କୁ ମଧ୍ୟ ୧୫ ଦିନ ସମୟ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.