Below header

ଜେଏନୟୁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ, ବିଭିନ୍ନ ଦାବି ନେଇ ସଂସଦ ଘେରାଓ କରିବାକୁ ଶୋଭାଯାତ୍ରା

ନୂଆଦିଲ୍ଲୀ: ସଂପୂର୍ଣ୍ଣ ଫି ଛାଡ଼ ସହ ଅନ୍ୟାନ୍ୟ ଦାବିରେ ଜେଏନୟୁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ। ବିଭିନ୍ନ ଦାବି ନେଇ ସଂସଦ ଘେରାଓ କରିବାକୁ ଶୋଭାଯାତ୍ରା ଆରମ୍ଭ କରିଛନ୍ତି। ଫି ଛାଡ଼ ନେଇ ସାଂସଦଙ୍କ ସହଯୋଗ ଲୋଡ଼ିବ ଛାତ୍ରସଂଘ। ଏହି ଶୋଭାଯାତ୍ରାରେ ସାମିଲ ହେବା ପାଇଁ ଜେଏନୟୁ ଛାତ୍ରସଂଘ ଅନ୍ୟ ବିଶ୍ୱବିଦ୍ୟାଳୟର ଛାତ୍ରସଂଘକୁ ନିବେଦନ କରିଛି। ସେପଟେ ଆନ୍ଦୋଳନରୁ ଓହରିବାକୁ ଛାତ୍ରଛାତ୍ରୀଙ୍କୁ ନିବେଦନ କରିଛନ୍ତି ଜେଏନୟୁ କୁଳପତି ଜଗଦୀଶ କୁମାର। ଆନ୍ଦୋଳନ ନେଇ ବ୍ୟାପକ ପୋଲିସ ବନ୍ଦୋବସ୍ତ କରାଯାଇଛି।


 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.