Below header

ଅଣନିଶ୍ୱାସୀ ଦିଲ୍ଲୀ: ପ୍ରଦୂଷଣ କମାଇବାକୁ କେଜ୍ରିଓ୍ଵାଲ ସରକାର ଚିନ୍ତାଗ୍ରସ୍ତ, ଆସନ୍ତାକାଲିଠୁ ସପ୍ତାହେ ବନ୍ଦ ରହିବ ସ୍କୁଲ

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀ ସ୍ୱାସରୁଦ୍ଧ । ପ୍ରଦୂଷଣ କମାଇବାକୁ କେଜ୍ରିଓ୍ଵାଲ ସରକାରଙ୍କ ବଡ଼ ନିଷ୍ପତ୍ତି । ଆସନ୍ତାକାଲିଠୁ ସପ୍ତାହେ ବନ୍ଦ ରହିବ ସ୍କୁଲ । ଅନଲାଇନ୍‌ରେ ଚାଲିବ ପାଠପଢ଼ା । ଆଜିଠୁ ୧୭ ତାରିଖ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଉପରେ ଲାଗିଛି ରୋକ୍‌ । ଏକ ସପ୍ତାହ ପାଇଁ ଘରୁ କାମ କରିବେ ୧୦୦ ପ୍ରତିଶତ ସରକାରୀ କର୍ମଚାରୀ । ଘରୋଇ କାର୍ଯ୍ୟାଳୟ ଓ୍ଵାର୍କ ଫ୍ରମ୍‌ ହୋମ୍‌ ମୋଡ୍‌ର କାମ କରିବାକୁ କୁହାଯାଇଛି। ଏକ ଜରୁରୀ ବୈଠକ ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ। ଆଗକୁ ଆଂଶିକ ଲକଡାଉନ୍‌ ହୋଇପାରେ ଦିଲ୍ଲୀ । ଏ ଦିଗରେ ସରକାର ପ୍ରସ୍ତାବ ପ୍ରସ୍ତୁତ କରୁଥିବା କହିଛନ୍ତି କେଜ୍ରିଓ୍ଵାଲ ।

ଦିଲ୍ଲୀରେ ଯେଉଁ ସାଂଘାତିକ ସ୍ଥିତି ଉପୁଜିଛି ସେଥିପାଇଁ ସୁପ୍ରିମକୋର୍ଟ ଆଜି ଉଭୟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଥିଲେ। ଦିଲ୍ଲୀରେ ପ୍ରଦୂଷଣର ମାତ୍ରା କମ୍‌ କରିବା ପାଇଁ ଉଭୟ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାର କେଉଁ ସବୁ ଜରୁରୀ ପଦ‌କ୍ଷେପ ଗ୍ରହଣ କରିବା ପାଇଁ ଯୋଜନା କରିଛନ୍ତି ତାହାର ଏକ ବିସ୍ତୃତ ରିପୋର୍ଟ ସୋମବାର କୋର୍ଟରେ ଦାଖଲ କରିବା ପାଇଁ ପ୍ରଧାନ ବିଚାରପତି କହିଛନ୍ତି। ତେବେ ୨/୩ ଦିନ ମଧ୍ୟରେ ପ୍ରଦୂଷଣ କମ୍‌ କରିବା ପାଇଁ ଦିଲ୍ଲୀରେ ୨ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିବା ନେଇ ବିଚାରବିମର୍ଶ କରିବାକୁ କୋର୍ଟ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଏହାକୁ ନଜର.ରେ ରଖି ଦିଲ୍ଲୀ  ସରକାର ୭ ଦିନିଆ ସ୍କୁଲ ଓ ଅଫିସ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.