ଉଦ୍‌ଯାପିତ ହେଲା ୬୯ତମ ରାଜ୍ୟ ସ୍ତରୀୟ ସିନିୟର ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ, ଚାମ୍ପିଅନ୍‌ ହେଲା ଇଷ୍ଟ କୋଷ୍ଟ ରେଲୱେ ଦଳ

କେନ୍ୟୁଜ୍(ବ୍ୟୁରୋ): ବୌଦ୍ଧରେ ଚାଲିଥିବା ୬୯ତମ ରାଜ୍ୟ ସ୍ତରୀୟ ସିନିୟର ମହିଳା ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଛି । ଫାଇନାଲରେ ଇଷ୍ଟ କୋଷ୍ଟ ରେଲୱେ ଦଳ କିଟ୍‌କୁ 2-0ରେ ହରାଇ ଚାମ୍ପିଅନ୍‌ ହୋଇଛି । କିଟ୍‌ ଦଳ ରନର୍ସ ଅପ୍‌ରେ ଥିବା ବେଳେ କଟକ ଦଳ ତୃତୀୟ ସ୍ଥାନରେ ଥିବା ବେଳେ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ଚତୁର୍ଥ ସ୍ଥାନ ଅଧିକାର କରିଥିଲା । ଚାମ୍ପିଅନ୍‌ ଟିମକୁ ୧୮ ହଜାର, ରନର୍ସ ଅପ୍‌ ଦଳକୁ ୧୨ ହଜାର ଏବଂ ତୃତୀୟ ସ୍ଥାନରେ ଥିବା ଟିମକୁ ୮ ହଜାର ଟଙ୍କାର ଆର୍ଥିକ ପୁରସ୍କାର ଦିଆଯାଇଛି ।

ଉଦ୍‌ଯାପନି ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ବିଧାୟକ ପ୍ରଦୀପ ଅମାତ ଯୋଗଦେଇଥିବା ବେଳେ ସମ୍ମନିତ ଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଓଡିଶା ଭଲି ବଲ୍‌ ଆସୋସିଏସନ୍‌ର କାର୍ଯ୍ୟକାରୀ ସଭାପତି ସଂଜୟ କୁମାର ଦାସ, ଉପସଭାପତି ସୟଦ ଆକବର ଅଲ୍ଲୀ ପ୍ରମୁଖ ଯୋଗଦେଇଥିଲେ । ଅତିଥିମାନେ ବିଜୟୀ ଏବଂ ରନର୍ସଅପ୍‌ ଦଳକୁ ଟ୍ରଫି ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଜିଲ୍ଲାପ୍ରଶାସନ ପକ୍ଷରୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.