ଖରଗାଁ ବସ୍ ଦୁର୍ଘଟଣା: ମୃତକଙ୍କ ସଂଖ୍ୟା ୨୨ରେ ପହଞ୍ଚିଲା, ଦୁଃଖ ପ୍ରକାଶ କରି ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କଲେ ମୋଦି
ମଧ୍ୟପ୍ରଦେଶ ଖରଗାଁ ବସ୍ ଦୁର୍ଘଟଣାରେ ଶୋକ ପ୍ରକାଶ କରି କ୍ଷତିପୂରଣ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏହାସହିତ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ମଧ୍ୟପ୍ରଦେଶ ଖରଗାଁରେ ସକାଳେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ସହିତ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ଵିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ପିଏମଓ ତରଫରୁ ଟ୍ଵିଟ୍ କରି ଏକ ବୟାନ ଜାରି କରାଯାଇଛି । ଏହାଛଡା ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।
ମୋଦି ଟ୍ଵିଟ୍ କରି କହିଛନ୍ତି, ଖରଗାଁରେ ହୋଇଥିବା ସଡ଼କ ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପ୍ରତି ମୋର ସମବେଦନା । ଏହାସହିତ ଆହତ ହୋଇଥିବା ସମସ୍ତଙ୍କର ଶୀଘ୍ର ସୁସ୍ଥ କାମନା କରିଛନ୍ତି ।
ସେହିପରି ଯୋଗୀ ମଧ୍ୟ ଟିଟ୍ କରି ଶୋକ ପ୍ରକାଶ କରିଛନ୍ତି ।
An ex-gratia of Rs. 2 lakh from PMNRF would be given to the next of kin of each deceased in the bus accident in Khargone, Madhya Pradesh. The injured would be given Rs. 50,000: PM @narendramodi
— PMO India (@PMOIndia) May 9, 2023
खरगोन, मध्यप्रदेश में हुए बस हादसे में कई लोगों के हताहत होने की खबर से मुझे अत्यंत दुख हुआ है। इस दुर्घटना में अपने प्रियजनों को खोने वाले परिवारों के प्रति मैं गहन शोक-संवेदनाएं व्यक्त करती हूं और घायल हुए लोगों के शीघ्र स्वस्थ होने की कामना करती हूं।
— President of India (@rashtrapatibhvn) May 9, 2023
मध्य प्रदेश के खरगोन में एक सड़क दुर्घटना में हुई जनहानि अत्यंत हृदय विदारक है।
मेरी संवेदनाएं शोक संतप्त परिजनों के साथ हैं।
प्रभु श्री राम से प्रार्थना है कि दिवंगत आत्माओं को अपने श्री चरणों में स्थान एवं घायलों को शीघ्र स्वास्थ्य लाभ प्रदान करें।
— Yogi Adityanath (@myogiadityanath) May 9, 2023
ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ଖରଗାଁରେ ପୋଲରୁ ବସ୍ ଖସିପଡିବାରୁ ୧୫ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୫ଜଣ ଆହତ ହୋଇଥିବା ଖବର ମିଳିଥିଲା। ତେବେ ଏବେ ମୃତକଙ୍କ ସଂଖ୍ୟା ବଢି ୨୨ ହୋଇଛି । ଖରଗାଁ ଠାରୁ ୪୦ କିଲୋମିଟର ଦୂର ଦରଭଙ୍ଗା ଠାରେ ଏହି ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ମାଗଣା ଚିକିତ୍ସା ଏବଂ ମୃତକଙ୍କ ପରିବାର କ୍ଷତିପୂରଣ ଦେବାକୁ ସରକାର ଘୋଷଣା କରିଛନ୍ତି ।
ତେବେ ମଧ୍ୟପ୍ରଦେଶ ସରକାର ଖରଗାଁ ବସ୍ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପରିଜନଙ୍କୁ କ୍ଷତିପୂରଣ ଘୋଷଣା କରିବା ସହିତ ଆହତମାନଙ୍କୁ ମାଗଣା ଚିକିତ୍ସା ପାଇଁ ଘୋଷଣା କରିଛନ୍ତି । ମୃତକଙ୍କ ପରିବାରଙ୍କୁ ୪ ଲକ୍ଷ, ଗୁରୁତର ଆହତଙ୍କୁ ୫୦ ହଜାର ଏବଂ ସାମାନ୍ୟ ଆହତଙ୍କୁ ୨୫ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର।