‘କେରଳ ଷ୍ଟୋରୀ’ ନିର୍ମାତାଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯିବା ଉଚିତ୍‌’! NCP ନେତା କହିଲେ, ଫିଲ୍ମରେ ସବୁକିଛି ମିଛ

ଫିଲ୍ମ 'ଦ କେରଳ ଷ୍ଟୋରୀ’ ମେ’ ୫ରେ ରିଲିଜ୍‌ ହୋଇଛି। ବହୁ ସଂଖ୍ୟାରେ ଦର୍ଶକ ଚଳଚ୍ଚିତ୍ର ଦେଖିବା ପାଇଁ ପ୍ରେକ୍ଷାଳୟରେ ପହଞ୍ଚୁଛନ୍ତି, କିନ୍ତୁ ଅନ୍ୟପଟେ ଫିଲ୍ମକୁ ନେଇ ବିବାଦ ଥମିବାର ନାମ ନେଉନାହିଁ।

ଫିଲ୍ମ ‘ଦ କେରଳ ଷ୍ଟୋରୀ’ ମେ’ ୫ରେ ରିଲିଜ୍‌ ହୋଇଛି। ବହୁ ସଂଖ୍ୟାରେ ଦର୍ଶକ ଚଳଚ୍ଚିତ୍ର ଦେଖିବା ପାଇଁ ପ୍ରେକ୍ଷାଳୟରେ ପହଞ୍ଚୁଛନ୍ତି, କିନ୍ତୁ ଅନ୍ୟପଟେ ଫିଲ୍ମକୁ ନେଇ ବିବାଦ ଥମିବାର ନାମ ନେଉନାହିଁ।
ଯେଉଁଠି ଦେଶର ଦୁଇଟି ରାଜ୍ୟ ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ଚଳଚ୍ଚିତ୍ରକୁ ଟିକସମୁକ୍ତ କରାଯାଇଛି, ସେଠି ବଙ୍ଗଳା ଏବଂ ତାମିଲନାଡୁରେ ଫିଲ୍ମ ପ୍ରେକ୍ଷାଳୟ ପର୍ଯ୍ୟନ୍ତ ପହଞ୍ଚିପାରି ନାହିଁ।

ଏହା ସହିତ ମହାରାଷ୍ଟ୍ରରେ ମଧ୍ୟ ଫିଲ୍ମକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି। ଏନ୍‌ସିପି ନେତା ଜିତେନ୍ଦ୍ର ଆହ୍ଵାଦ କହିଛନ୍ତି ଯେ ଫିଲ୍ମରେ ସବୁକିଛି ମିଥ୍ୟା ଦର୍ଶାଯାଇଛି, ଚଳଚ୍ଚିତ୍ର ନିର୍ମାତାଙ୍କୁ ସର୍ବସାଧାରଣରେ ଫାଶୀ ଦିଆଯିବା ଉଚିତ୍।

ସେ କହିଛନ୍ତି କି, ୩ ମହିଳାଙ୍କ କାହାଣୀକୁ ୩୨ ହଜାର ମହିଳାଙ୍କ କାହାଣୀ ରୂପେ ଦର୍ଶାଯାଇଛି। ୩୨ ହଜାର ମହିଳା ନିଖୋଜ ଥିବା କୁହାଯାଇଛି, କିନ୍ତୁ ସରକାରୀ ସଂଖ୍ୟା ୩ ଆସିଛି। ନିର୍ମାତା ଯିଏ ଏହି କାଳ୍ପନିକ କାହାଣୀ ତିଆରି କରିଛନ୍ତି, ତାଙ୍କୁ ଖୋଲା ସ୍ଥାନରେ ଫାଶୀରେ ଦେବା ଉଚିତ୍।

ସେ ଆହୁରି ମଧ୍ୟ କହିଛନ୍ତି, କେରଳ ଫାଇଲ ନାମରେ ରାଜ୍ୟକୁ ବଦନାମ କରାଯାଇଛି, ତା’ ସହିତ ମହିଳାମାନଙ୍କୁ ମଧ୍ୟ ବଦନାମ କରାଯାଇଛି। ଯେଉଁମାନେ ଏହାକୁ ପ୍ରଚାର କରୁଛନ୍ତି, ସେମାନଙ୍କୁ ଲଜ୍ଜା ନାହିଁ।